ଉଠା ଦୋକାନୀକୁ ଗଲେ ଖାଇବେନି ଖାଇବେନି କହି ପେଟପୁରା ଖାଇଲେ । ଖାଇ ସାରି ଟଙ୍କା ବଢ଼େଇ ଦେଲେ ରୁଦ୍ର ହେଲେ ନେବାକୁ କୁନ୍ଥୁ କୁନ୍ଥୁ ଦୋକାନୀ....
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା ।
ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ
ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ ।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ବାଃ ବାଃରେ ଶିକ୍ଷାବ୍ୟବସ୍ଥା : ଗଣଶିକ୍ଷାମନ୍ତ୍ରୀ ସମୀର ଦାଶେ ଏ ଭିଡ଼ିଓ ଦେଖିଛନ୍ତି ତ? ପିଲାଏ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି, ସାର ମାନେ ଉତ୍ତର ଡାକୁଛନ୍ତି...ମୋ ବୋଉଲୋ...
ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁଖୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ବହୁ ପୁରୁଣା ।
କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।
ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।
ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।
ସଙ୍କଟଜନକ ସ୍ଥିତିରେ ମହାନଦୀ । ହୀରାକୁଦ ଇତିହାସରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଜଳସ୍ତର ରେକର୍ଡ। ଏମିତି ସ୍ଥିତି ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିରୋଧୀ। ୪ ଦିନ ଭିତରେ ଜଳସ୍ତର ୧ ଫୁଟ୍ କମିଥିବା କହି, ବର୍ତ୍ତମାନ ହାରରେ ଜଳସ୍ତର କମିଲେ ମେ ଶେଷରେ ମହାନଦୀ ପୁରା ଶୁଖି ଯାଇପାରେ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପି ଓ କଂଗ୍ରେସ ମଧ୍ୟ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ଆଜି ଟ୍ରିବୁନାଲ ଶୁଣାଣି କରି ମେ ମାସ ସୁଦ୍ଧା ଛତିଶଗଡ ଏବଂ ଓଡ଼ିଶା କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପାହାଡ଼ର ୧ କିଲୋମିଟର ଗଲେ ମିଳେ ପିଇବା ପାଣି, ସେ ପୁଣି ଜଙ୍ଗଲରେ ବୋହି ଯାଉଥିବା ନାଳର ପାଣି, କାରଣ ନଳ କୂଅରୁ ଯେତିକି ପାଣି ବାହାରୁଛି ତା ଗାଁ ଲାଗି ଯତେଷ୍ଟ ନୁହେଁ….
ଭୋ ଭୋ ହୋଇ କାନ୍ଦୁଛି ୯୨ ବର୍ଷର ବୁଢା । ପଚାରୁନାହାନ୍ତି ପୁଅ...ମନ୍ଦିର ମନ୍ଦିର ବୁଲି ଭିକ ମାଗୁଛି...ଯିଏ ଯାହା ଦେଲା ଗଣ୍ଡାଏ ଖାଉଛି । ପ୍ରଶାସନଠୁ ହାଇକୋର୍ଟ..ସମସ୍ତଙ୍କୁ ଗୁହାରି କଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇନି । ଅଭିଯୋଗ କାଗଡକୁ ଏକାଠି କଲେ ବସ୍ତେ ହେବ
ଇଏ କାଳେ ଉପ-ଜିଲ୍ଲାପାଳ । ଗାଁ ଲୋକଙ୍କୁ ଦେଖି ଖାଲି ଦେଖାଇଲେ ଆଙ୍ଗୁଠି, ଆଉ ନାଲିଆଖି
ଫଳିଲେ ହଇରାଣ, ନହେଲେ ଚିନ୍ତା । ଏତେ ମାତ୍ରାରେ ପଣସ ଫଳିଛି ନେବାକୁ ଲୋକ ନାହାନ୍ତି...ନଷ୍ଟ ହେବା ଭୟରେ କିଲୋକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ
ଚାକିରି ଖଣ୍ଡିକ ପାଇଁ କେତେ ସଂଘର୍ଷ କରୁଛନ୍ତି ମେଧାବୀ । ଦିନରାତି ଅହରହ ସଂଗ୍ରାମ ଚଳାଇଛନ୍ତି ଚାକିରୀ ଆଶାୟୀ । ଏଭଳି ସ୍ଥିତିରେ ଜୀବନରେ କେବେ ପରୀକ୍ଷା ଦେଇନଥିବା ଯୁବକ ଯୁବତୀ ନକଲି ସାର୍ଟିଫିକେଟରେ ବନିଯାଉଛନ୍ତି ସରକାରୀ ଚାକିରିଆ । ବଲାଙ୍ଗିର ଜିଲ୍ଲାର ଡାକ ବିଭାଗରେ ଏମିତି ଏକ ବିରାଟ ରାକେଟର ପର୍ଦ୍ଦାଫାସ କରିଛି ଓଟିଭି । ଯାହାକୁ ନେଇ ପୋଲିସର ଖୋଳତାଡ଼ ଚାଲିଥିବାବେଳେ ନକଲି ସାର୍ଟିଫିକେଟରେ ଅସଲି ଚାକିରିଆ ବନିଥିବା ଯୁବକ ଯୁବତୀ ଏବେ ଗାୟବ ।
ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।
ମମତା-ନବୀନ ଭେଟଘାଟକୁ ନେଇ ଥମୁନି ଚର୍ଚ୍ଚା । ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରକ ଅଧିକାର ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଦୁଇ ନେତା ସ୍ପଷ୍ଟ କରିଥିଲା ବେଳେ ତୃତୀୟ ସାମ୍ମୁଖ୍ୟ ନେଇ ଆଲୋଚନା ହୋଇଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଜାତୀୟ ରାଜନୀତି ନେଇ ମମତା ଦେଇଥିବା ପ୍ରସ୍ତାବରେ ନବୀନ ସଂପୂର୍ଣ୍ଣ ଭାବେ ରାଜି ହୋଇନଥିବା କୁହାଯାଉଛି ।
ବୋତଲ, ଲେବୁଲ, ଷ୍ଟିକର ସବୁ ଅସଲି, ହେଲେ ମାଲ ଏକଦମ୍ ନକଲି । ସମ୍ବଲପୁର ରାଣୀଖିଣ୍ଡା ଅଞ୍ଚଳରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ଏକ ବଡ଼ ୟୁନିଟ୍ ଉପରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ରେଡ୍ ବେଳେ ସେଠାରୁ ନାମୀଦାମୀ ବ୍ରାଣ୍ଡର ବିପୁଳ ପରିମାଣର ଠିପି, ବୋତଲ, ଲେବୁଲ ସହ ଅବକାରୀ ବିଭାଗର ସିଲ୍ ଷ୍ଟିକର ବି ଜବତ କରିଛି । ଏ ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଛି ।
ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଆଜି ଲୋକସଭା ସଚିବାଳୟ ପ୍ରକାଶ କରିଛି ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ପ୍ରତିକ୍ରିୟାରେ ରାହୁଲ କହିଛନ୍ତି, ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ତେଣେ ବିଜେପିକୁ କଂଗ୍ରେସର ନିଶାନାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ ଚାହେଁ ନିଜ ପାଇଁ ଅଲଗା ଆଇନ ।
ଗଛକୁ ଜୀବନସହ ଜଳ ସଞ୍ଚୟର ନୂଆ ଉପାୟ ବାହାର କରିଦେଲେ ସବୁଜ ବାହିନୀ ...ଗଛରେ ଲାଗିଲା ସାଲାଇନ୍..
ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ଗୁରୁଦାୟିତ୍ୱ । ହାତରେ ସମୟ କମ୍, ଚ୍ୟାଲେଞ୍ଜ କିନ୍ତୁ ଢେର୍ ଅଧିକ । ଗୋଟିଏ ପଟେ ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ, ଅନ୍ୟପଟେ ରାଜ୍ୟରେ ୫-୫ ଥର ଜିତିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବାର ଚ୍ୟାଲେଞ୍ଜ୍ ।
ପ୍ରେମରେ ବ୍ରେକ୍ ଅପ୍, ପ୍ରେମିକାର ପ୍ରତାରଣା ନା ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ? କେଉଁ କାରଣରୁ ଜୀବନ ହାରିଲେ ରାଜଧାନୀର ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ? ତାକୁ ନେଇ ଲାଗିରହିଥିବା ସସ୍ପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୯୭ ସେକେଣ୍ଡର ଫୋନ କଲ୍ ।