ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀରେ ଭର୍ତ୍ତି । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରୁଛନ୍ତି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଏଥିପାଇଁ ସାରା ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ବ୍ୟାନ୍ ରହିଛି ଇଣ୍ଟରନେଟ୍ ସେବା । ଶୋଭାଯାତ୍ରା ପଥରେ କୋହଳ ରହିଛି ୧୪୪ ଧାରା।
ଖୋର୍ଦ୍ଧା ଜିଲ୍ଲାରେ ପୁଣି ସକ୍ରିୟ ମାନବବାଦ ସଙ୍ଗଠନ। ଉତ୍କଳ ଦିବସ ଅଭିନନ୍ଦନ ଆଳରେ ଜିଲ୍ଲାର ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ବିଭିନ୍ନ ଆଦିବାସୀ ଗାଁରେ ଲାଗିଲାଣି ସଂଗଠନର ମୁଖ୍ୟ ମାନସ ଦାସ ଫଟୋ ଲଗା ବ୍ୟାନର । ସ୍ଥାନୀୟ ଲୋକେ ମଧ୍ୟ ବର୍ତ୍ତମାନର ଶାସନ ଉପରୁ ଆସ୍ଥା ହରାଇବା କହିବା ସହିତ ସେମାନଙ୍କ ଅଭାବ ଅସୁବିଧାକୁ ନେଇ ବ୍ୟବସ୍ଥା ଉପରେ ବର୍ଷିଛନ୍ତି। ନିଜ ଅଧିକାର ପାଇଁ ନିଜେ ଲଢିବାକୁ ଦେଇଛନ୍ତି ଚେତାବନୀ। ସେପଟେ ଖୋର୍ଦ୍ଧାର ବିଧାୟକ କହିଛନ୍ତି ସରଳ ଆଦିବାସୀ ମାନଙ୍କୁ ସମ୍ବିଧାନ ବିରୋଧରେ ଉସୁକା ଯାଉଛି। ଏହା ବିରୋଧରେ ପଦକ୍ଷେପ ନିଆଯିବ।
ଓଡ଼ିଆ ନବ ବର୍ଷ, ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଆଜି ଜମିଛି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ସୌରମାନ ବର୍ଷର ପ୍ରଥମ ଦିନ। କୁହାଯାଏ ଆଜିଠାରୁ ସୂର୍ଯ୍ୟଦେବଙ୍କ ଉତ୍ତାପ ପୃଥିବୀ ପୃଷ୍ଠରେ ଅଧିକମାତ୍ରାରେ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ପଣାପାଣିର ପରମ୍ପରା ପ୍ରଚଳିତ ହେଉଛି।
ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେବା ପରେ ୧୨ ବର୍ଷରେ ଏକାଥରକେ ଦ୍ୱାଦଶ ପାସ୍ କଲେ । ଏହାପରେ ମାତ୍ର ୧୫ ବର୍ଷ ବୟସରେ ମନସ୍ତତ୍ୱ ବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ ଶେଷ କରି ଦେଶରେ ଏବେ ଚର୍ଚ୍ଚାରେ
ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍ ? ବାରମ୍ବାର କ୍ୟାପଟେନ୍ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍ବୋଟ୍ ?
ବିଦ୍ୟାଳୟ ପରିଚାଳନା କମିଟି ଗଠନ ନହେବା କାରଣରୁ ଜିଦରେ ଅଟଳ ଅଭିଭାବକ ଓ ଗ୍ରାମବାସୀ । ଦିନେ କି ଦୁଇଦିନ ନୁହେଁ ବରଂ ୫ଦିନ ହେବ ବିଦ୍ୟାଳୟରେ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ଆସୁଥିଲେ ବି ସ୍କୁଲ ବାହାରେ ବସିବସି ଫେରୁଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ନେଇ ଅନ୍ଧାରରେ ଅଭିଭାବକ
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ନାରଣ ରହରେ...ମହାପ୍ରସାଦ ପାଇକି ଯିବୁ । ଆଲୋ ଆଲୋ...ଇଏ ଅଶ୍ୱିନୀ ବାବୁ ଓଟିଭିକୁ କିଆଁ ଖୋଜିଲେ? ଆମ ପାଖରେ କ’ଣ କାମ ଅଛି କି?
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ନିଶାନା ।
ଝାରସୁଗୁଡ଼ାରେ ବିକାଶ କାର୍ଡ ଖେଳୁଛି ଶାସକ ଦଳ ।
ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।
ଅଧିଗୃହିତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଉଠିଲା ଦାବି ।
ସଂସଦରେ ଆଣିବି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ କହିଲେ ଅପରାଜିତା ।
ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଭଲିବଲ୍ ଖେଳ । ଲୋକ ମାନଙ୍କ ଭିତରେ ବି ପ୍ରବଳ ଉତ୍ସାହ। ବନ କର୍ମଚାରୀଙ୍କ କଡା ତାଗିଦ୍ ଖେଳ ପଛେ ହେଲେ ଜୀବଜନ୍ତୁ ଶିକାର କରନି
ଜନ୍ମଭୂମି ଛାଡି ଆସିଥିଲେ ଚିତ୍ରକୋଣ୍ଡା । ଏଇଠି ଆରମ୍ଭ କରିଥିଲେ ନିଜ କର୍ମମୟ ଜୀବନ । ଏଇଠି ନେଲେ ଶେଷ ନିଶ୍ୱାସ ଆଉ କର୍ମଭୂମିରେ ଯୁଇ ଜଳିଲା
ଏମିତି ନିଶାରେ ଘାଇଲାଯେ ସେ ଟ୍ରେନ୍ ଗେଟ୍ ପକାଇବାକୁ ଭୁଲିଗଲେ । ଟ୍ରେନ୍ ଆସି ଛି଼ଡା ହେଲା ଡ୍ରାଇଭର ଆସି ଗେଟ୍ ପକାଇଲେ । ଜଗୁଆଳି ନିଶାରେ ପୂରା ଚୁର୍
ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ
ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ଅଧାଖୋଳା ଡ୍ରେନ୍ ଓ ଅଧପନ୍ତରିଆ କାମକୁ ଦେଖି ଚିନ୍ତାରେ ସେବାୟତ ଓ ପୁରୀ ସହରବାସୀ
୨୪ ବୈତରଣୀ ପାଇଁ ବିଜେଡିର ନୂଆ ଷ୍ଟ୍ରାଟେଜି : ମନ୍ଦିର, ମସଜିଦ୍ ପରେ ଏବେ ଓବିସିଙ୍କ ଉପରେ ଫୋକସ୍
ନକଲି ସାର୍ଟିଫିକେଟର ଅସଲି ସତ ସବୁ ଜାଣିଥିଲେ ସରକାର ! ଆଜି ନୁହେଁ ୨୦୧୯ ମସିହାରୁ ବ୍ୟବସ୍ଥା ପାଖେ ଖବର ଥିଲା, ତା ସତ୍ତ୍ୱେ କଟିବା ଅପେକ୍ଷା ରାଜ୍ୟ ବ୍ୟାପୀ ମଜଭୁତ ହୋଇ ଚାଲିଥିଲା ନକଲି ଚେର । ଓଟିଭି ହାତରେ ଲାଗିଛି ଶିକ୍ଷା ବିଭାଗର ତିନିଟି ଏକ୍ସକ୍ଲୁସିଭ୍ ଚିଠି । ଯାହା ପ୍ରମାଣ କରୁଛି ସରକାରଙ୍କ ପାଖରେ ପୂର୍ବରୁ ଥିଲା ସୂଚନା ।
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍ ରିପୋର୍ଟରୁ ମିଳିଛି ଏହି ତଥ୍ୟ । ନବୀନଙ୍କ ପାଖରେ ୨୩ ଲକ୍ଷ ୨୬ ହଜାର ୫୫୫ ଟଙ୍କାର ଅସ୍ଥାବର ଓ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ନବୀନଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପଡୋଶୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ମୋଟ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।
କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ଆଗୁଆ ଜାଣି ହେବ ଶରୀର ରୋଗ ବଇରାଗ... ଚିକିତ୍ସା ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ