Advertisment

Pakistani Nationals in Bhubaneswar: ଭିସା ସରିବା ପରେ ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା; ନୋଟିସ ଜାରି କଲା ପୋଲିସ...

ପାକିସ୍ତାନୀ ମହିଳା ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି । ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ସେ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ସୂଚନା ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Visa Expiration and Pakistani Nationals

Visa Expiration and Pakistani Nationals

ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା ନାଗରିକ । ଭିସା ସରିବା ପରେ ବି ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି । ପାକିସ୍ତାନୀଙ୍କୁ ଖୋଜି ବିଦା କରିବାକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଏବେ ଜଣେ ପାକିସ୍ତାନୀ ମହିଳା ଭୁବନେଶ୍ବରରେ ଥିବା ସୂଚନା ମିଳିଛି । 

Advertisment

ତେବେ ସଂପୃକ୍ତ ପାକିସ୍ତାନୀ ମହିଳା ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି । ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ସେ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ସୂଚନା ମିଳିଛି । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । 

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ଅନ୍ୟପଟେ ମହିଳା ଜଣଙ୍କ ଏକଜିଟ୍ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ତେବେ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି । 

Advertisment

ସୂଚନା ଅନୁସାରେ, ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡିଛି । ଦୀର୍ଘକାଳୀନ ଭିସାରେ ଏହି ପାକିସ୍ତାନୀମାନେ ଓଡ଼ିଶାରେ ଅଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପହଲଗାମ୍ ଆତଙ୍କୀ ହମ୍‌ଲା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭିସା ବାତିଲ ସହ ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ହୋଇଛି। ଏନେଇ ସୂଚନା ଦେଇଛନ୍ତି  ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କୌଣସି ବିବାଦ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

Bhubaneswar Pakistan Pakistani Woman
Advertisment
Advertisment