• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ଜିଲ୍ଲା ବଡ଼ମ୍ବା ଗୋପପୁର ଡାକଘର । କାନ୍ଥରେ ଖୋଦେଇ କରି ଲେଖାଯାଇଛି । ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯଦି ଏଇ ଡାକ ଘର ଖୋଲୁନି ତେବେ ଚିଠି ପତ୍ର କେମିତି ଆସୁଛି । କ’ଣ ଏହି ଅଞ୍ଚଳରୁ ପୁରା ଡାକଘର ଉଠିଯାଇଛି ? ଅନ୍ୟ ସବୁ ସରକାରୀ କାମ କେମିତି ହେଉଛି ।

ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଆପଣ ଏଇ ଘରକୁ ଦେଖିଲେ ପାଇପାରିବେ । ଗଦା ହୋଇଛି ଫାଇଲ । ଜଣେ ବ୍ୟକ୍ତି ଏଠାରେ ବସିଛନ୍ତି । ଆଉ କାମ କରୁଛନ୍ତି । ଆଜ୍ଞା ହଁ । ଆପଣ ଠିକ୍‌ ଭାବୁଛନ୍ତି । ଏମିତି ଚାଲିଛି ଗୋପପୁର ଡାକଘର । ଏହା କୌଣସି ସରକାରୀ ଘର ନୁହେଁ, କି ଭଡ଼ା ଘର ନୁହେଁ । ପୋଷ୍ଟମାଷ୍ଟର ହିଁ କଷ୍ଟେ ମଷ୍ଟେ ଚଲାଇଛନ୍ତି ଡାକଘର । ଗୋପପୁର ଗାଁ ପାଇଁ ଏହା ହେଉଛି ଡାକଘର ।

ଆଜି କି କାଲି ନୁହେଁ ଦୀର୍ଘ ୫ ବର୍ଷ ହେବ ଏହି ଡାକଘର ବନ୍ଦ ହୋଇପଡ଼ିଛି । ସେହି ଘର ଆଉ ଘର ହୋଇ ନାହିଁ । ଜଙ୍ଗଲ ପାଲଟିଗଲାଣି । ବାହାରୁ ଦେଖିଲେ ବି ବଣ ଭଳି ଦେଖାଯାଉଛି । ଭିତରେ ଭଙ୍ଗା ଟେବୁଲ ଚେୟାର ବି ରହିଛି । ଆଲମିରା ବି ଅଛି । ଅନେକ କାଗଜପତ୍ର ବି ଗଦା ହୋଇଛି । ହେଲେ ଏଠି ମଣିଷ କାମ କରିବା ଭଳି ପରିସ୍ଥିତି ନାହିଁ ।

ତେବେ ଡାକଘର ପାଇଁ ପୋଷ୍ଟମାଷ୍ଟର ସରକାରଙ୍କ ନିକଟକୁ ଅନେକ ଚିଠି ଲେଖିଥିଲେ ବି କୌଣସି ସୁଫଳ ମିଳୁନି । ଖାଲି ଚିଠି ଲେଖି ବସିଛନ୍ତି ତାହା ନୁହେଁ, ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପରିଷଦ, ବିଧାୟକ, ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଫଳ ଶୂନ ।