/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639018913.jpg)
Puri RatnaBhandar
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ପୁରୀରେ ବିରୋଧାଭାସ ଦେଖିବାକୁ ମିଳିଛି। ଭିତର ରତ୍ନଭଣ୍ଡାର ସ୍ଥିତି ଅତି ଦୁର୍ବଳ ଥିବାନେଇ ବିଧାୟକ ଅଶ୍ୱିନୀ ପାତ୍ର ପଚାରିଥିବା ପ୍ରଶ୍ନରେ ଭ୍ରାନ୍ତିକର ଉତ୍ତର ମିଳିଛି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ। ଆଇନ ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ଯେ, ଭିତର ରତ୍ନଭଣ୍ଡାର ୨୦୧୮ ଏପ୍ରିଲ ୪ ତାରିଖରେ ଯାଞ୍ଚ ହୋଇଥିଲା ରଥଯାତ୍ରା ସମୟରେ ମହାପ୍ରଭୁ ନଥିବା ସମୟରେ ଭିତର ଭଣ୍ଡାରର ପରୀକ୍ଷା ନିରୀକ୍ଷା କରାଯିବ କିନ୍ତୁ ଏବେ ଭିତର ରତ୍ନଭଣ୍ଡାର ଯାଞ୍ଚ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ସେପଟେ ସେବାୟତ ଓ ବୁଦ୍ଧିଜୀବୀ କହିଛନ୍ତି ଯେ, ଏପ୍ରିଲ ୪ ୨୦୧୮ରେ ୧୭ ଜଣିଆ ପ୍ରତିନିଧି ଦଳ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିଲେ ମାତ୍ର ବାହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରି ଖୋଲିବା ଆବଶ୍ୟକ ମନେ କଲେନାହିଁ କହି ସଦସ୍ୟମାନେ ଫେରି ଆସିଥିଲେ। ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।
ଭିତର ରତ୍ନଭଣ୍ଡାରର ସ୍ଥିତି ଅତି ଦୁର୍ବଳ ଥିବା କଥା ତତ୍କାଳୀନ ମୁଖ୍ୟ ପ୍ରଶାସକ ଓ ଏଏସଆଇ ମଧ୍ୟ କହିଥିଲେ। ଭଣ୍ଡାର ମେକାପ ମଧ୍ୟ ଭିତର ରତ୍ନଭଣ୍ଡାର ସ୍ଥିତି ଅତି ବିପଜ୍ଜନକ ବୋଲି ପ୍ରତିକ୍ରିୟାରେ କହିଥିଲେ। ଅନ୍ୟପଟେ ପ୍ରତ୍ୟେକ ୩ ବର୍ଷରେ ଥରେ ଭିତର ରତ୍ନଭଣ୍ଡାର ଖୋଲି ସୁନା ଅଳଙ୍କାର ଯାଞ୍ଚ କରିବାର ନିୟମ ରହିଥିବାବେଳେ ଆଇନମନ୍ତ୍ରୀଙ୍କ ଉତ୍ତର ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ କରିଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)