Advertisment

ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ସଞ୍ଜୟ: ବିଜେପି

୨୦୧୨ରେ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ। ଶାସକ ଦଳ ଛତ୍ରଛାୟାରେ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି।

author-image
Chandan Shishu
BJP Pressmeet

BJP Pressmeet

ପୁରୀ: ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇଙ୍କ ମୃୃତ୍ୟୁ ମାମଲାକୁ ନେଇ ବଢ଼ୁଛି ବିଜେଡି ନେତା ସଂଜୟ ଦାସବର୍ମାଙ୍କ ଅଡ଼ୁଆ। ପ୍ରେସମିଟ୍ କରି ବିଜେପି କହିଛି ମୃତକଙ୍କ ପରିବାର ସିଧାସଳଖ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ପରୀ, ମାହାଙ୍ଗା, ଏସିଏଫ, ମମିତା ସବୁ ଘଟଣାରେ ଶାସକ ଦଳ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସୁଛି। ଏହି ଘଟଣାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ବିଜେପି।

Advertisment

ତେବେ ୨୦୧୨ରେ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ। ଶାସକ ଦଳ ଛତ୍ରଛାୟାରେ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି। 

ଏପଟେ ପୁରୀ ସଦର ଥାନା ଅଞ୍ଚଳର ୫ଟି ସ୍ଥାନରେ ସାଇଣ୍ଟିଫିକ୍ ଟିମ୍‌ ଖୋଳତାଡ଼ ଚଳାଇଛି। ମୃତଦେହ ମିଳିଥିବା, ବାଇକ୍ ପଡ଼ିଥିବା ସ୍ଥାନରେ ଟିମ୍ ଖୋଳତାଡ଼ କରୁଛି। ଡ୍ରୋନ୍ ସହାୟତାରେ ଚିତ୍ର ଉତ୍ତୋଳନ ସହ ମାଟି ସଂଗ୍ରହ ହେଉଛି। ଏପଟେ ଚିତ୍ତରଂଜନଙ୍କ ସଂପର୍କୀୟଙ୍କ ସହ ପୁରୀ ଏସପିଙ୍କୁ ଭେଟିଛନ୍ତି ସଞ୍ଜୟ ଦାସବର୍ମା।  ଚିତ୍ତରଞ୍ଜନଙ୍କ ଭଉଣୀ, ଭିଣୋଇଙ୍କ ସହ ଏସପିଙ୍କୁ ଭେଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଚିତ୍ତଙ୍କ ମୃତ୍ୟୁରେ ସଂଜୟଙ୍କ ହାତ ଥିବା ଚିତ୍ତଙ୍କ ପତ୍ନୀ ଅଭିଯୋଗ କରିଥିଲେ।   

Advertisment

କୁହାଯାଉଛି, ମୃତ ଯୁବକ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ତେଣୁ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ ଦାସବର୍ମାଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ ସହ ୩ ଜଣଙ୍କୁ ଧରି ପଚରାଉଚରା କରୁଛି। ସଞ୍ଜୟ ଦାସବର୍ମା କହିଛନ୍ତି, ସମସ୍ତ ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ।

Puri BJD Leader Youth Death Mystery
Advertisment
Advertisment