Advertisment

ଯଦି ଦମ୍ ଅଛି, ଚିତ୍ତ ମୃତ୍ୟୁ ତଦନ୍ତ ଭାର ସିବିଆଇକୁ ଦିଅ: ଲଳିତେନ୍ଦୁ

କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିପାରିବନି, ଆମେ ପୂର୍ବରୁ ବି ବିରୋଧ କରିଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକୃତ ଆସାମୀକୁ ଧରିପାରିବ ବୋଲି ଆମର ଆଶା ନାହିଁ ବୋଲି ଲଳିତେନ୍ଦୁ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
BJP Pressmeet

BJP Pressmeet

ପୁରୀ: ପୁରୀର ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ଘଟଣାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। କ୍ରାଇମବ୍ରାଞ୍ଚ ତଦନ୍ତର ୧୦ ଦିନ ହୋଇଯାଇଥିଲେ ବି ଦୋଷୀ କିଏ ଏଯାଏ ସାବ୍ୟସ୍ତ ହୋଇପାରିନାହିଁ । ତା ଛଡ଼ା ତଦନ୍ତ ଅଗ୍ରସର ହେଉଥିବା ଭଳି ଅନୁଭବ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କର ଯଦି ଦମ୍ ଅଛି ଘଟଣାର ସିବିଆଇ ତଦନ୍ତ ସୁପାରିଶ କରନ୍ତୁ ବୋଲି ଲଳିତେନ୍ଦୁ କହିଛନ୍ତି।

Advertisment

କୌଣସି ଘଟଣାରେ ଯଦି ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ନାଁ ଆସୁଛି ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି। ତା ହେଲେ ସେହି ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିପାରିବନି, ଆମେ ପୂର୍ବରୁ ବି ବିରୋଧ କରିଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକୃତ ଆସାମୀକୁ ଧରିପାରିବ ବୋଲି ଆମର ଆଶା ନାହିଁ ବୋଲି ଲଳିତେନ୍ଦୁ କହିଛନ୍ତି।

ଗତ ଡିସେମ୍ବର ୧୮ରେ ପୁରୀରେ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି କହିଥିଲେ ଯେ, କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ସବୁ ଦିଗରୁ ତଦନ୍ତ କରୁଛି। ଘଟଣା ସ୍ଥଳରୁ ସାଇଣ୍ଟିଫିକ୍‌ ଟିମ୍ ତଦନ୍ତ କରୁଛନ୍ତି। ଆବଶ୍ୟକ ପଡ଼ିଲେ କିଛି ଲୋକଙ୍କ ଲାଏ ଡିଟେକ୍ସନ କରାଯିବ। ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତରେ ଅଗ୍ରଗତି ହୋଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା, ଏପର୍ଯ୍ୟନ୍ତ ନିଷ୍କର୍ଷରେ ପହଞ୍ଚିନୁ ବୋଲି ସେ କହିଥିଲେ। ତେବେ ପରେ କିଛି ଲୋକଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। 

Advertisment
Puri Youth Death Case
Advertisment
Advertisment