Advertisment

ଏସିଆନ୍ ଗେମ୍ସ ସଫଳତା ପାଇଁ ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ପୁରସ୍କାର, ୫୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।

author-image
Santosh Kumar Sahoo
Deep Grace Ekka

Deep Grace Ekka

ଓଡ଼ିଆ ହକି ଖେଳାଳି ଦୀପଗ୍ରେସ୍‌ ଏକ୍କାଙ୍କ ଲାଗି ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ହାଙ୍ଗଝୋ ଏସିଆନ ଗେମ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ୍ ମେଡାଲ ଜିତିଥିବା ବେଳେ ଦୀପଗ୍ରେସ ଏହି ଟିମ୍‌ରେ ଥିଲେ ଏବଂ ଦଳ ଲାଗି ଭଲ ପ୍ରଦର୍ଶନ କରିଥିଲେ। ଏଥିଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ରାଜ୍ୟ ପାଇଁ ଜଣେ ୟୁଥ୍ ମଡେଲ ବୋଲି କହିଥିଲେ।

Advertisment

ସୂଚନା ଅନୁସାରେ ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।

Advertisment
Odisha Naveen Patnaik Hockey India Deep Grace Ekka
Advertisment
Advertisment