ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।
କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ।
ମହେଶ୍ବର ମହାନ୍ତିଙ୍କ ଅବର୍ତ୍ତମାନରେ କିଏ ସମ୍ଭାଳିବେ ପୁରୀ ଜିଲ୍ଲାରେ ବିଜେଡି ସଂଗଠନ? କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ ? ବିବାଦରେ ସମୀର, ସଂଜୟଙ୍କ ସହ ଅନ୍ୟ ନେତାଙ୍କ କନ୍ଦଳ ଚିନ୍ତା । ମହେଶ୍ବରଙ୍କ ଲିଗାସୀ ପୁଅ ସୁନୀଲ ନେଉଥିବା ଚର୍ଚ୍ଚା।
ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଦଳରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ରଜନୀକାନ୍ତଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବି ଆଶାୟୀ ଅନେକ ।
ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ।
ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି।
ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି ।
ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।
ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ। ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର। ଗତକାଲି ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍।
ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା।
ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।
ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।
ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍ ବାର୍ କାଉନସିଲ୍ ନିର୍ବାଚିତ ସଦସ୍ୟ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ।
ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।
ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି ।
ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ।
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର।
ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା ।
ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି ।
ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଚିକିତ୍ସା ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା।
ମୃତ ଛାତ୍ର ଜଣଙ୍କ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର। ଷଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ରାତିରେ ସେହି ଛାତ୍ର ଜଣଙ୍କ ମୋବାଇଲକୁ ପ୍ରିନ୍ସିପାଲ ନେଇଯାଇଥିଲେ। ଯାହାପରେ ଛାତ୍ର ଜଣଙ୍କ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।