Advertisment

ଶ୍ରୀମନ୍ଦିରକୁ କେମିତି ଡ୍ରେସ୍ ପିନ୍ଧି କି ଯିବେ ? ମାର୍ଜିତ ପରିଧାନ ବିନା ପ୍ରବେଶ କଟକଣାକୁ ନେଇ ଚର୍ଚ୍ଚା

ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Dress Code for Srimandira

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା । ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ୱାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । ଏପରିକି କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିବା ଦର୍ଶାଇ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି।

Advertisment

ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା । ସବୁରି ମନରେ ପ୍ରଶ୍ନ ଶ୍ରୀମନ୍ଦିରକୁ ଗଲେ ପିନ୍ଧିବେ କ'ଣ ? ପୁରୁଷ କଣ ପିନ୍ଧିବେ ? ମହିଳାଙ୍କ ପରିଧାନ କିଭଳି ରହିବ ? ଛୋଟ ପିଲା କିଭଳି ପୋଷାକ ପିନ୍ଧିବେ ?

Advertisment

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ସଂପର୍କରେ କୁହାଯାଇ ନଥିଲା ବେଳେ ଦଇତାପତି ନିଯୋଗର ସଂପାଦକ କହିଛନ୍ତି ମହିଳାମାନେ ଶାଢି ଓ ସାଲୱାର ପଞ୍ଜାବୀ ଏବଂ ପୁରୁଷମାନେ ପ୍ୟାଣ୍ଟ ସାର୍ଟ ଓ କୁର୍ତ୍ତା-ପଞ୍ଜାବୀ ପିନ୍ଧିପାରିବେ । ୧୨ ବର୍ଷରୁ କମ୍ ପିଲାମାନେ ହ୍ୟାଫ୍ ପ୍ୟାଣ୍ଟ ପିନ୍ଧି ପାରିବେ। କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଚିରା ଫଟା ପୋଷାକ, ହ୍ୟାପ୍ ପ୍ୟାଣ୍ଟ କିମ୍ବା ସ୍ଲିଭଲେସ୍ ଭଳି ଶରୀରକୁ ପୂର୍ଣ୍ଣ ଆବୃତ୍ତ କରୁ ନଥିବା ପୋଷାକ ପିନ୍ଧି ଶ୍ରୀମନ୍ଦିର ଯାଇ ପାରିବେନି ।

ନୂଆବର୍ଷଠୁ ଏ ନିୟମ କଡ଼ାକଡ଼ି ପାଳନ ହେବାକୁ ଥିବା ବେଳେ ଏନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ଅପରପକ୍ଷେ, ସଚେତନତା ସତ୍ତ୍ୱେ ଯେଉଁ ଭକ୍ତ ମାର୍ଜିତ ପରିଧାନ ବିନା ଶ୍ରୀମନ୍ଦିରରେ ପହଞ୍ଚିବେ, ସେମାନେ ପ୍ରବେଶ ପୂର୍ବରୁ କିଭଳି ଉପଯୁକ୍ତ ପୋଷାକ ପିନ୍ଧିବେ, ସେଥିପାଇଁ ଚାରି ଦୁଆରରେ କ୍ଳକ୍ ରୁମ୍ ଓ ଚେଞ୍ଜିଂ ରୁମ୍ କରାଯିବାକୁ ଦାବି କରିଛନ୍ତି ସେବାୟତ ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି । ହେଲେ କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା କହି ବିରୋଧ କରିଛନ୍ତି। ଏପରିକି ଏହିକାରଣରୁ ଯଦି କୌଣସି ଭକ୍ତଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଏ ତାହେଲେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜିଯାଏଁ ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇ ପାରୁନଥିବା, ମୋବାଇଲ୍ କଟକଣା ବି ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନଥିଲା ବେଳେ ଭକ୍ତ ଓ ସେବାୟତଙ୍କ ସମର୍ଥନ ସତ୍ତ୍ୱେ ପରିଧାନକୁ ନେଇ ଲାଗୁ ହେବାକୁ ଥିବା ଏ ନୂଆ ନିୟମ କିଭଳି କାର୍ଯ୍ୟକାରୀ ହେଉଛି , ଏବେ ତା ଉପରେ ନଜର।

Odisha Puri Srimandir Jagannath Temple
Advertisment
Advertisment