Advertisment

କର୍ମକ୍ଷେତ୍ର ହେଉ କି ପାଠ ପଢ଼ା ପ୍ରେସର, ବିସ୍ଫୋରକ ରୂପ ନେଉଛି ବାରଆଡୁ ବଢୁଥିବା ମାନସିକ ଚାପ

ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।

author-image
Santosh Kumar Sahoo
undefined

World Mental Health Day

ସାରା ବିଶ୍ୱ ଆଜି ପାଳୁଛି ମାନସିକ ସ୍ୱାସ୍ଥ୍ୟ ଦିବସ। ମାନସିକ ସ୍ୱାସ୍ଥ୍ୟ ନେଇ କରାଯାଉଛି ସଚେତନତା । ତଥ୍ୟ କହୁଛି ସାରା ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ତେବେ କାହିଁକି ବଢ଼ୁଛି ମାନସିକ ଅସୁସ୍ଥତା ? କେଉଁମାନେ ହେଉଛନ୍ତି ଶିକାର ? କିଭଳି ହୋଇପାରିବ ଏହାର ସମାଧାନ ?

Advertisment

ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି। NCRB ତଥ୍ୟ କହୁଛି, କେବଳ ୨୦୨୧ରେ ଆମ ରାଜ୍ୟରେ ୫ ହଜାର ୬୫୧ ଜଣ ଲୋକ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିଲେ। ଏଣେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କୋଭିଡ୍ ପରେ ରାଜ୍ୟରେ ବଢ଼ିଛି ମାନସିକ ରୋଗୀଙ୍କ ସଂଖ୍ୟା। ୨୦୨୦-୨୧ରେ ୧୩ ହଜାର ୨୫୮ ଜଣ ମାନସିକ ରୋଗୀ ଚିକିତ୍ସିତ ହେବାକୁ ଡାକ୍ତରଖାନା ଆସିଥିବା ବେଳେ ୨୦୨୧-୨୨ରେ ୧୭ ହଜାର ୧୮୫ ଓ ୨୦୨୨-୨୩ରେ ଏହି ସଂଖ୍ୟା ୨୧ ହଜାର ୪୫୮କୁ ବୃଦ୍ଧି ପାଇଛି। ଏବେ ପ୍ରଶ୍ନ, କାହିଁକି ବଢ଼ୁଛି ମାନସିକ ଅସୁସ୍ଥତା? କ’ଣ ଏହା ପଛର ପ୍ରକୃତ କାରଣ ?

Advertisment

ବଡ଼ ପ୍ରଶ୍ନ, କିଭଳି ଜାଣିବା ଜଣେ ବ୍ୟକ୍ତି ମାନସିକ ଚାପରେ ଅଛନ୍ତି ? କ’ଣ କଲେ, ଏଥିରୁ ମୁକୁଳି ପାରିବା ? ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଯାଏଁ ସବୁ ବର୍ଗର ଲୋକ ମାନସିକ ଚାପରେ ରହୁଛନ୍ତି। ତେବେ ଯୁବବର୍ଗ ସର୍ବାଧିକ ଏହାର ଶିକାର ହେଉଛନ୍ତି। ମାନସିକ ଚାପରେ ଥିବା ବ୍ୟକ୍ତି ସାମାନ୍ୟ କଥାରେ ରାଗିଯିବେ, ଭାବପ୍ରବଣ ହୋଇଯିବେ। ମନରେ ସବୁବେଳେ ନକରାତ୍ମକ ଚିନ୍ତା ରହିବ।

ମାନସିକ ଚାପରୁ ମୁକ୍ତ ରହିବା ଲାଗି ସବୁବେଳେ ନିଜକୁ ଖୁସି ରଖିବାକୁ ପଡ଼ିବ। ଯେତିକି ମିଳୁଛି, ସେତିକିରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ୍ ରହିଛି ‘ମାନସିକ ସ୍ୱାସ୍ଥ୍ୟ ଏକ ସାର୍ବଜନୀନ ଅଧିକାର’।

Odisha WHO World Mental Health Day
Advertisment
Advertisment