Advertisment

ଆଗରୁ ଥିଲା କଂଗ୍ରେସର ଗଡ଼, ଏବେ ବିଜେଡିର ଆଧିପତ୍ୟ; ୨୪ରେ ମାହାଙ୍ଗା କାହାର ?

୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Satta Ra Satranj

Satta Ra Satranj

କଟକ ଜିଲ୍ଲା ଆଉ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା । ଏଠୁ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧିଙ୍କ ରାଜ୍ୟ ରାଜନୀତିରେ ରହେ ବେଶ୍ କାଟତି । ସେ ଶରତ କର କି ସେକ୍ ମତଲୁବ୍ ଅଲ୍ଲୀ ହୁଅନ୍ତୁ କିମ୍ବା ପ୍ରତାପ ଜେନା । ଆଗରୁ କଂଗ୍ରେସର ଗଡ଼ ଥିବା ଏ ଆସନରେ ଏବେ ବିଜେଡିର ଆଧିପତ୍ୟ ।

Advertisment

୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ । ତେବେ ୨୦୨୧ ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ପ୍ରତାପ ଜେନା ବିବାଦୀୟ ହୋଇପଡ଼ିଥିବାରୁ ୨୦୨୪ରେ ମାହାଙ୍ଗା ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ଧାରା ବଦଳିବ କି ବୋଲି ଚର୍ଚ୍ଚା ଜୋର ଧରିଛି ।

ପ୍ରତାପ ଜେନା ଏଠୁ ଚତୁର୍ଥ ଥର ଲଢେଇ ପାଇଁ ପ୍ରସ୍ତୁତ ଥିବା ବେଳେ ଆଇଆରଏସ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର ମଧ୍ୟ ଏଠି କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ସେପଟେ ବିଜେପି ଗତଥର ପ୍ରଥମ କରି ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇ ଦ୍ୱିତୀୟ ସ୍ଥାନକୁ ଆସିଥିବାରୁ ଦଳ ଏଥର କିଛି ଅଧିକ କରିବାକୁ ଆଶାୟୀ ।

Advertisment

ଗତଥର ଶାରଦା ପ୍ରଧାନ ୭୬ ହଜାର ୪୬୯ ଭୋଟ୍ ପାଇଥିବାରୁ ଏଥର ବି ଲଢେଇ ପାଇଁ ଆଶାବାଦୀ । ହେଲେ ଦଳରୁ ଆଉ କିଛି ଆଶାୟୀଙ୍କ ନାଁକୁ ନେଇ ବି ଚର୍ଚ୍ଚା । ଅନ୍ୟପଟେ କଂଗ୍ରେସ ଏବେ ପ୍ରତିଦ୍ୱନ୍ଦିତା ଟ୍ରାକକୁ ପୁଣି ଫେରିବାକୁ ଉଦ୍ୟମ କରୁଛି ।

ଗତଥର ପ୍ରାର୍ଥୀ ହୋଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ, ଏଥର ମଧ୍ୟ ଲଢେଇ ପାଇଁ ପ୍ରସ୍ତୁତି ଚଳାଇଥିଲେ ବି ତାଙ୍କ ରାସ୍ତାରେ ଆଉ ଦୁଇ ଆଶାୟୀ ଥିବାରୁ କଂଗ୍ରେସ ଟିକେଟ୍ ପାଇଁ ବି ଲଢେଇ ଦେଖିବାକୁ ମିଳିପାରେ ।

BJD Sattara Satranj BJP Congress General Elections 2024 Odisha Politics
Advertisment
Advertisment