/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720366065.jpg)
Puri Rath Yatra 2024
କେନ୍ଦ୍ରାପଡାରୁ କୋରାପୁଟ, ବାରିପଦାରୁ ଭୁବନେଶ୍ବର । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସବୁଠି ସୀମାହୀନ ଉତ୍ସାହ, ଆବେଗ। ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।
କେନ୍ଦ୍ରାପଡ଼ା.. ଆଗେ ଆଗେ ବଡ଼ଠାକୁର.. ପଛରେ ଭଉଣୀ ସୁଭଦ୍ରା ଆଉ ଶେଷରେ ଜଗତର ନାଥ ଜଗନ୍ନାଥ। ଧାଡି ପହଣ୍ଡିରେ ଭାବ, ଭକ୍ତି ଓ ଅମାପ ଶ୍ରଦ୍ଧାରେ ବନ୍ଧା ତିନି ଠାକୁର। ତୁଳସୀ କ୍ଷେତ୍ରରେ ଆଜି ସିଦ୍ଧ ବଳଦେବଜୀଉଙ୍କ ପହଣ୍ଡି ସଂପନ୍ନ ହୋଇଛି। ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁଙ୍କ ବ୍ରହ୍ମ ତାଳଧ୍ବଜ ରଥା ଆଜି ଗଡ଼ି ପାରି ନାହିଁ। ଏଠାରେ ଆସନ୍ତାକାଲି ରଥ ଟଣାଯିବ।
Live Updates: ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...
କୋରାପୁଟ.. ଗୋଟେ ପୁରୀ ଶ୍ରୀକ୍ଷେତ୍ର.. ଆଉ ଶାବର ଶ୍ରୀକ୍ଷେତ୍ର। ଘଣ୍ଟ ଘଣ୍ଟା, କୀର୍ତ୍ତନ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ କୋରାପୁଟର ବଡ଼ଦାଣ୍ଡ। ଏକାକାର ଭକ୍ତ ଓ ଭଗବାନ। ଧାଡି ପହଣ୍ଡିରେ ଚତୁର୍ଦ୍ଧାମୁରତି ରଥାରୁଢ ହେବା ପରେ ରଥରେ ଛେରା ପହଁରା କରିଥିଲେ ତିନି ଶବର ଗାଁର ମୁଖିଆ । ପରେ ଗଡିଥିଲା ରଥ। ରେଢାଖୋଲ.. ସେପଟେ ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି ସାରା ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧ ରେଢାଖୋଲ ରଥଯାତ୍ରା। ବାରିପଦାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କରା ଯାଇଛି। ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଯାତ୍ରା ପରଦିନ ଏଠାରେ ଭକ୍ତମାନେ ରଥ ଟାଣିଥାନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଥାଆନ୍ତି। ଭୁବନେଶ୍ବର..ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବି ଉତ୍ସାହର ସହ ପାଳିତ ହୋଇଛି ରଥଯାତ୍ରା। ବର୍ଷା ସତ୍ତ୍ବେ ଇସ୍କନ ମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ରଥକୁ ପହଣ୍ଡି ହୋଇ ଆସିଥିଲେ ତିନି ଠାକୁର । ପରେ ଟଣା ହୋଇଥିଲା ରଥ।
ଦିଲ୍ଲୀ.. ରାଜଧାନୀ ଦିଲ୍ଲୀର ରାଜପଥରେ ବି ଗଡିଛି ମହାପ୍ରଭୁଙ୍କ ସୁସଜ୍ଜିତ ରଥ। ହଜ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଭିତରେ ରଥ ଉପରେ ଛେରା ପହଁରା କରିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ। ପରେ ଶ୍ରଦ୍ଧାଳୁଙ୍କ ସହ ସାମିଲ ହୋଇ ଟାଣିଥିଲେ ରଥ।... ଅହମ୍ମଦାବାଦ..ଶ୍ରୀକ୍ଷେତ୍ର ପୁରୀ ପରେ ଦେଶର ଦ୍ବିତୀୟ ବୃହତ ରଥଯାତ୍ରା ହେଉଥିବା ଅହମ୍ମଦାବାଦ ଚଳିତ ବର୍ଷ ୧୪୭ ବର୍ଷରେ ପାଦ ଦେଇଛି। ସକାଳୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ରଥ ଉପରେ ହୋଇଥିଲା ଶ୍ରୀଜିଉଙ୍କ ମଙ୍ଗଳ ଆରତି। ପରେ ପହଣ୍ଡି ବିଧି ଓ ରଥରେ ଛେରାପହଁରା କରିଥିଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ରାୟପୁର.. ରାୟପୁର ରଥଯାତ୍ରାରେ ସାମିଲ ହୋଇଥିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ମହାପ୍ରଭୁଙ୍କ ରଥରେ ଛେରା ପହଁରା ସହ ଆଳତି କରିବା ପରେ ଆରମ୍ଭ ହୋଇଥିଲା ତିନି ରଥ ଟଣା।
ମହାପ୍ରଭୁ ଜଗନ୍ନାଥଙ୍କ ରୂପରେ ସ୍ବୟଂ ବାବା ମହାକାଳେଶ୍ବର। ରଥଯାତ୍ରା ଅବସରରେ ଭସ୍ମ ଆରତୀ ବେଳେ ଆଜି ମହାକାଳଙ୍କୁ ସଜା ଯାଇଥିଲା ମହାପ୍ରଭୁଙ୍କ ରୂପରେ। ଜଗନ୍ନାଥଙ୍କ ସ୍ବରୂପରେ ବାବା ମହାକାଳଙ୍କ ଦିବ୍ୟ ଦର୍ଶନ କରି କୃତ କୃତ୍ୟ ହୋଇଥିଲେ ଭକ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)