Advertisment

Woman Kills Husband With Help Of Lover: ନବବଧୂର ନରହନ୍ତା ରୂପ; ବିବାହର ୨ ସପ୍ତାହରେ ପ୍ରେମିକ ସହ ମିଶି ସ୍ବାମୀକୁ କଲା ହତ୍ୟା...

ପ୍ରେମିକ ସହ ମିଶି ସୁପାରୀ କିଲର ସହାୟତାରେ ସ୍ବାମୀକୁ ମାରିଦେଲା ପତ୍ନୀ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନବ ବିବାହିତ ବୋହୂ ହେଉଛନ୍ତି ଉତ୍ତର ପ୍ରଦେଶ ଔରେୟାର ପ୍ରଗତି ଯାଦବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Woman Kills Husband With Help Of Lover

Woman Kills Husband With Help Of Lover

ନବବଧୂର ନରହନ୍ତା ରୂପ। ବିବାହର ୨ ସପ୍ତାହରେ ସ୍ବାମୀକୁ କଲା ହତ୍ୟା। ପ୍ରେମିକ ସହ ମିଶି ସୁପାରୀ କିଲର ସହାୟତାରେ ସ୍ବାମୀକୁ ମାରିଦେଲା ପତ୍ନୀ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନବ ବିବାହିତ ବୋହୂ ହେଉଛନ୍ତି ଉତ୍ତର ପ୍ରଦେଶ ଔରେୟାର ପ୍ରଗତି ଯାଦବ।  ପୋଲିସ ସୂଚନା ଅନୁଯାୟୀ,ପ୍ରଗତି ଓ ତା ପ୍ରେମିକ ଅନୁରାଗ ଯାଦବ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। 

Advertisment

ତେବେ ମାର୍ଚ୍ଚ ୫ ତାରିଖରେ ପ୍ରଗତିଙ୍କର ଦିଲୀପ ନାମକ ଜଣେ ଯୁବକଙ୍କ ସହ  ବିବାହ ହୋଇଥିଲା। ପ୍ରଗତିଙ୍କ ଇଛା ବିରୁଦ୍ଧରେ ତାଙ୍କ ପିତା ମାତା ଜୋର ଜବରଦସ୍ତ ଏହି ବିବାହ କରିଦେଇଥିଲେ। ଗତ ୧୯ ତାରିଖରେ ଘର ନିକଟରେ ଏକ ପଡିଆରେ ଦିଲୀପ କ୍ଷତାକ୍ତ ଅବସ୍ଥାର ପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲୀପଙ୍କ ଭାଇଙ୍କ ଅଭିଯୋଗ ପରେ ପୋଲିସ ଏହି ମାମଲାର ଖୋଳତାଡ କରି ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପର୍ଦ୍ଦାଫାଶ କରିଛି। 

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ସୌରଭକୁ ମାରିବାକୁ ମୁସ୍କାନର ସାଂଘାତିକ ଷଡଯନ୍ତ୍ର...

Advertisment

ରାମଜୀ ଚୌଧରୀ ନାମଜ ଜଣେ ସୁପାରୀ କିଲର ସହାୟତାରେ ପ୍ରଗତି ଓ ତା ପ୍ରେମିକ ଅନୁରାଗ ଏହି ହତ୍ୟା ଯୋଜନା କରିଥିବା ପୋଲିସ କହିଛି । ପୋଲିସ ୩ ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରିଛି।  

ସେମିତି ଆଉ ଏକ ଘଟଣା । ସ୍ୱାମୀକୁ ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ । ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା । ଉତ୍ତରପ୍ରଦେଶ ମୀରଟରେ ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମଧ୍ୟ ମୁସ୍କାନର କୌଣସି ଅବଶୋଷ ନଥିଲା । ସ୍ବାମୀକୁ ମାରିବା ପରେ ବୟଫ୍ରଣ୍ଡ ସାହିଲ ସହ ବୁଲିବାକୁ ହିମାଚଳ ଯାଇଥିଲା ମୁସ୍କାନ । 

ସେଠାରେ ଦୁହେଁ ଖୁବ୍ ବୁଲାବୁଲି କରିଥିଲେ । ଆଉ ସାହିଲ ଜନ୍ମଦିନ ଅବସରରେ କେକ୍ କାଟିବା ସହ ରାତିରେ କ୍ଲବରେ ଦୁହେଁ ପାର୍ଟି ମଧ୍ୟ କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ ସାହିଲକୁ କେକ୍ ଖୁଆଇ ଦେଉଛନ୍ତି ମୁସ୍କାନ । ଆଉ ପରେ ଦୁହେଁ ପବରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଏହାର ପରଦିନ ଏମାନେ ଖୁବ୍ ମଜାମସ୍ତିରେ ହୋଲି ଖେଳିବାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ମୁହଁରେ ରଙ୍ଗ ଲଗାଇ ରିଲ କରୁଥିବା ଦେଖିବାକୁ ମିଳିଥିଲା । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଥିଲା ଯେ ଗୋଟିଏ ମଣିଷ ମାରି ମଧ୍ୟ ଏମାନଙ୍କ ମନରେ ଟିକିଏ ବି ଅବଶୋଷ ନଥିଲା । ଏମିତିକି ଦୁହିଁଙ୍କ ମୁହଁରେ ଟିକିଏ ବି ଭୟ ନଥିଲା । ସେମାନେ ନିର୍ଭୟରେ ମଉଜ ମସ୍ତି କରିବାରେ ବ୍ୟସ୍ତ ଥିଲେ । ଆଉ ମନଇଚ୍ଛା ପଇସା ଉଡାଇଥିଲେ । ହେଲେ କୁହନ୍ତି ନାଁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଶେଷରେ ପୋଲିସ ପଞ୍ଝାରେ ଧରା ପଡିଛନ୍ତି ମୁସ୍କାନ ଆଉ ସାହିଲ । ଆଉ ଜେଲର ଚାରିକାନ୍ଥ ଭିତରେ ସେମାନେ କରିଥିବା କୁକର୍ମକୁ ମନେ ପକାଉଛନ୍ତି ।

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ୧୮ ଖଣ୍ଡ କରିବା ପରେ ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ

Uttar Pradesh
Advertisment
Advertisment