Advertisment

ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ମହାପ୍ରଭୁ; କାଲିଠୁ ମିଳିବ ଆଡ଼ପ ଅବଢ଼ା...

ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ratha Yatra 2024

Ratha Yatra 2024

ଶ୍ରୀଜିଉଙ୍କ ଆଡ଼ପ ବିଜେ । ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ତିନି ଠାକୁର । ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।

Advertisment

ତେବେ ଆଡ଼ପ ପହଣ୍ଡି ବେଳେ ଅଘଟଣ। ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ବଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବାବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର। ଯେଉଁଥିରେ ୧୨ସେବାୟତ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନସରେ ମେଡିକାଲ ନିଆଯାଇଛି। ଏହି ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ଗତବର୍ଷ ମଧ୍ୟ ଆଡ଼ପ ହଣ୍ଡିବେଳେ ନନ୍ଦିଘୋଷ ରଥରେ ହାମୁଡ଼େଇ ପଡିଥିଲେ ପ୍ରଭୁ ଜଗନ୍ନାଥ। ଏବର୍ଷ ସେହିଭଳି ଘଟଣାର ପୁନରାବୃତ୍ତି ଭକ୍ତ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଏହା କାହାର ଭୁଲ୍ ବୋଲି ପ୍ରଶ୍ନ ଉଠିଛି। ସେବାୟତଙ୍କ ଅସଧାବନତା ନା ବେପରୁଆ ମନୋଭାବ ତାକୁ ନେଇ ଉଠିଛି ପ୍ରଶ୍ନ।

ସେପଟେ ପୁରୀ ହସପିଟାଲରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ହସପିଟାଲରେ ଉଭୟ ଆହତ ସେବାୟତଙ୍କୁ ଭେଟିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

କେବଳ ଚଳିତ ବର୍ଷ ନୁହେଁ। ଗତବର୍ଷ ବି ଆଡ଼ପ ପହଣ୍ଡିବେଳେ ଅଘଟଣ ଘଟିଥିଲା । ଜୁନ୍ ୨୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ପଟେ ଢଳିପଡ଼ିଥିବା ଦେଖିବାକୁ ମିଳିଥିଲା। ଆଉ ଏଥର ଘଟଣାର ପୁନରାବୃତ୍ତି ହୋଇଥିଲେ ମଧ୍ୟ ଗତବର୍ଷର ଘଟଣାକୁ ବଳିଯାଇଥିଲା ଏଥରର ଘଟଣା 

Lord Jagannath Temple Ratha Jatra Puri Ratha Yatra Lord Jagannath
Advertisment
Advertisment