/odishatv-khabar/media/post_attachments/uploadimage/library/16_9/16_9_0/ashutosh_1742896413.jpg)
ashutosh
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଜରିଆରେ ଅନେକ ଖେଳାଳିଙ୍କ କ୍ୟାରିୟରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଖେଳାଳିଙ୍କୁ ଏହା ଜିରୋରୁ ହିରୋ ବନାଇଥିବା ବେଳେ କିଛି ସୁପରଷ୍ଟାରଙ୍କ କ୍ୟାରିୟର ମଧ୍ୟ ବର୍ବାଦ ହୋଇଛି। ଜିରୋରୁ ହିରୋ ପାଲଟିଥିବା ଜଣେ କ୍ରିକେଟର ହେଉଛନ୍ତି ଆଶୁତୋଷ ଶର୍ମା। ଗତ ସିଜନରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣିବାରେ ସଫଳ ହୋଇଥିଲେ। ଶଶାଙ୍କ ସିଂଙ୍କ ସହିତ ମିଶି ଧୂଆଁଧାର ବ୍ୟାଟିଂ କରିଥିଲେ ଆଶୁତୋଷ। ଅଧିକାଂଶ ମ୍ୟାଚରେ ଇମ୍ପାକ୍ଟ ପ୍ଲେୟର ଭାବେ ଆସିବା ସହ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ। ୨୦୨୪ରେ ବିସ୍ଫୋରକ ବ୍ୟାଟିଂ କରିବା ସହିତ ୧୧ ମ୍ୟାଚରୁ ୧୮୯ ରନ କରିଥିଲେ। ୬୧ ରନର ସର୍ବାଧିକ ସ୍କୋର ସହିତ ଆଶୁତୋଷ ୧୬୭.୨୬ ଷ୍ଟ୍ରାଇକରେଟରେ ବ୍ୟାଟିଂ କରିଥିଲେ। ୨୦୨୪ ସିଜନ ଯେଉଁଠ ଶେଷ କରିଥିଲେ ଠିକ ସମାନ ଫର୍ମ ସହିତ ୨୦୨୫ ସିଜନ ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା
ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଆଶୁତୋଷ ପ୍ରଥମ ମ୍ୟାଚରୁ ହିଁ ନିଜର ଜଲୱା ଦେଖାଇଛନ୍ତି। ୩୧ ବଲ ଖେଳି ଅପରାଜିତ ୬୬ ରନ ସ୍କୋର କରିଥିବା ବେଳେ ଦଳକୁ ଜିତାଇଥିଲେ। ଦିଲ୍ଲୀ ୬୬ ରନରେ ୫ ୱିକେଟ ହରାଇଥିବା ବେଳେ ଆଶୁତୋଷ ଦୁଇଟି ଚମତ୍କାର ଭାଗୀଦାରି ସହ ଦଳକୁ ଫିନିଶ ଲାଇନ ପାର କରାଇଥିଲେ। ପ୍ରଥମେ ଟ୍ରିଷ୍ଟାନ ଷ୍ଟବ୍ସ ୩୪ ଓ ବିପରାଜ ନିଗମ୩୯ଙ୍କ ସହିତ ଦୁଇଟି ଚମତ୍କାର ପାର୍ଟନରଶିପ କରିଥିଲେ। ୬୬ ରନର ଇନିଂସରେ ସେ ୫ଟି ଲେଖାଏ ଛକା ଓ ଚୌକା ମାରିଥିଲେ।
ବର୍ତ୍ତମାନ ସଫଳତାର ଶିଖର ଛୁଇଁଥିବା ଏହି କ୍ରିକେଟରଙ୍କ ଜୀବନ କିନ୍ତୁ ସର୍ବଦା ଏମିତି ନ ଥିଲା। ଏକଦା ମାନସିକ ଅବସାଦ ମଧ୍ୟ ଦେଇ ଗତି କରୁଥିଲେ ଏହି ଖେଳାଳି। ଏପରିକି ପକେଟ ଖର୍ଚ୍ଚ ତୁଲାଇବା ପାଇଁ ଅନେକ ମ୍ୟାଚରେ ଅମ୍ପାୟାରିଂ ମଧ୍ୟ କରିଥିଲେ ଆଶୁତୋଷ। ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ମଧ୍ୟପ୍ରଦେଶର ରତଲାମରେ ଜନ୍ମିତ। ପ୍ରଥମରୁ ମଧ୍ୟପ୍ରଦେଶ ଦଳ ପକ୍ଷରୁ ମଧ୍ୟ ଖେଳିଥିଲେ। ତେବେ ମଧ୍ୟ ପ୍ରଦେଶ ଦଳର କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ବିବାଦ କାରଣରୁ ଦଳରୁ ବାହାରେ ବସିଥିଲେ ଆଶୁତୋଷ। ଏହି ସମୟରେ ପକେଟ ଖର୍ଚ୍ଚ ଚଳାଇବା ନିମନ୍ତେ ଅନେକ ସ୍ଥାନୀୟ ମ୍ୟାଚରେ ଅମ୍ପାୟାରିଂ ମଧ୍ୟ କରିଥିଲେ ଆଶୁତୋଷ। କ୍ରିକେଟିଂ କ୍ୟାରିୟର ଆଗକୁ ବଢୁ ନ ଥିବା ବେଳେ ସେ ଡିପ୍ରେସନର ଶିକାର ହୋଇଥିବା ସ୍ବୀକାର ମଧ୍ୟ କରିଥିଲେ। ତେବେ କେଉଁ କାରଣକୁ ନେଇ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ବିବାଦ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)