• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଆଡ଼ପ ପହଣ୍ଡି ବେଳେ ଘଟିଲା ଅଭାବନୀୟ ଘଟଣା । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର ।

ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନସରେ ମେଡିକାଲ ନିଆଯାଇଥିଲା । ତେବେ ଏହି ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି । ଗତବର୍ଷ ମଧ୍ୟ ଆଡ଼ପ ପହଣ୍ଡିବେଳେ ନନ୍ଦିଘୋଷ ରଥରେ ହାମୁଡ଼େଇ ପଡିଥିଲେ ପ୍ରଭୁ ଜଗନ୍ନାଥ । ଏବର୍ଷ ସେହିଭଳି ଘଟଣାର ପୁନରାବୃତ୍ତି ଭକ୍ତ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିର ଗଲେ ମହାପ୍ରଭୁ; କାଲିଠୁ ମିଳିବ ଆଡ଼ପ ଅବଢ଼ା...

ସେପଟେ ଆଡ଼ପ ପହଣ୍ଡି ବେଳେ ଅଘଟଣକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି । କାହିଁକି ଘଟିଲା ଦୁର୍ଘଟଣା.. ସେବାୟତଙ୍କ ବେପରୁଆ ମନୋଭାବ ନା ଅସାବଧାନତା ? ତାଳଧ୍ୱଜ ରଥ ଚାରମାଳ ଠିକ୍ ଭାବେ ବନ୍ଧା ଯାଇଥିଲା କି ନାହିଁ ? ବଳଭଦ୍ରଙ୍କ ପାଟଡୋରି ଠିକ୍ ଭାବେ ସେବାୟତ ବାନ୍ଧିଥିଲେ କି ନାହିଁ ? ପାଟଡୋରି ସେବାୟତ ଠିକ୍‌ରେ ନଧରିବାରୁ ଘଟିଲା କି ଅଘଟଣ ?

ଗତବର୍ଷ ଜଗନ୍ନାଥଙ୍କ ସହ ସମାନ ଅଘଟଣର କାହିଁକି ଘଟିଲା ପୁନରାବୃତ୍ତି ? ବଳଭଦ୍ରଙ୍କ ଶ୍ରୀଅଙ୍ଗରେ ସେନାପଟା ଠିକ୍ ଭାବେ ଲାଗି ହୋଇଥିଲା ତ ? ଅଘଟଣ ପରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚିନି ତ ? ବଳଭଦ୍ରଙ୍କ ପାଟଡୋର ଢିଲା ଛାଡ଼ିବାରୁ ଘଟିଲା କି ଅଘଟଣ ? ଚାରମାଳରେ ଅଧିକ ସେବକ ରହିବାରୁ ପହଣ୍ଡିରେ ହେଲାକି ଅସୁବିଧା ? ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରୁଛି ।

କେବଳ ଚଳିତ ବର୍ଷ ନୁହେଁ । ଗତବର୍ଷ ବି ଏଭଳି ଆଡ଼ପ ପହଣ୍ଡିବେଳେ ଅଘଟଣ ଘଟିଥିଲା । ଜୁନ୍ ୨୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟିଏ ପଟେ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ ଏଥର ଘଟଣାର ପୁନରାବୃତ୍ତି ହୋଇଥିଲେ ମଧ୍ୟ, ଗତବର୍ଷର ଘଟଣାକୁ ବଳିଯାଇଥିଲା ଏଥରର ଘଟଣା ।

ସେପଟେ ଆଡ଼ପ ମଣ୍ଡପରେ ପହଞ୍ଚିଛନ୍ତି ତିନି ଦିଅଁ । ଜନ୍ମବେଦୀରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିବେ ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହେବେ ଅଗଣିତ ଜଗନ୍ନାଥ ପ୍ରେମୀ । ଆଜିଠୁ ୫ ଦିନ ଯାଏଁ ଆଡ଼ପ ଅବଢ଼ା ମିଳିବ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଗତରାତିରେ ରଥ ଉପରୁ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଥିଲେ ଶ୍ରୀଜୀଉ । ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହୋଇଥିଲା ପରିବେଶ । ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ଦେଖନ୍ତୁ ଭିଡିଓ | ଜାପାନରେ ଗଡ଼ିଲା ଜଗନ୍ନାଥଙ୍କ ରଥ

ପୁରୀରେ ଆଡ଼ପ ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତା’ସହ ଆହତ ସେବାୟତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ଥିତି ଅନୁଧ୍ୟାନ ପାଇଁ ଗତରାତିରେ ପୁରୀ ହସପିଟାଲରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ହସପିଟାଲରେ ସେମାନେ ଆହତ ସେବାୟତଙ୍କୁ ଭେଟିଛନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ଘଟଣାରେ କାହାର ଭୁଲ୍ ଥିବା ଭଳି ଜଣାପଡ଼ିନାହିଁ । ତେବେ ବାହୁଡ଼ା ଯାତ୍ରା କିପରି ଆହୁରି ଅଧିକ ଶୃଙ୍ଖଳିତ ହେବ ସେନେଇ ପ୍ରଶାସନ ସହ ଆଲୋଚନା ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now