ଗଣେଶ ପୂଜାରେ ଆଜି ଉତ୍ସବମୁଖର ହୋଇପଡିଛି ସାରା ଭାରତ। ସମସ୍ତଙ୍କ ମନରେ ଖୁସିର ମାହୋଲ୍। ବଲିଉଡ୍ରେ ଏମିତି କିଛି ଗୀତ ଅଛି ଯାହା ଏହି ମାହୋଲ୍କୁ ଆହୁରି ଦ୍ୱିଗୁଣିତ କରିଦେବେ। ଜାଣନ୍ତୁ ସେହି ଗୀତଗୁଡିକ କ’ଣ।
'ଡନ୍ ୩'ର ସ୍କ୍ରିପ୍ଟକୁ ମନାକରି ଦେଇଛନ୍ତି ଶାହରୁଖ ଖାନ୍। ଏହାର ସ୍କ୍ରିପ୍ଟ ଫର୍ହାନ୍ ଅଖତର ଲେଖିଛନ୍ତି। ତେବେ ଏହି ସ୍କ୍ରିପ୍ଟକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ନା ବକ୍ସ ଅଫିସ୍ ଫ୍ଲପ୍କୁ ନେଇ ରହିଛି ଭୟ!
ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।
‘ପୁଷ୍ପା’ର ପ୍ରଥମ ଭାଗର ଜବରଦସ୍ତ ସଫଳତା ପରେ ଏବେ ଦ୍ୱିତୀୟ ଭାଗ ପାଇଁ ଚାଲିଛି ଯୋଜନା। ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ୧୨୫ କୋଟି ଟଙ୍କା ନେଉଥିବା ବେଳେ ତାଙ୍କ ବିପକ୍ଷରେ ଥିବା ରଶ୍ମିକା ମନ୍ଦାନା କେତେ ନେଉଛନ୍ତି ଜାଣିବା ପାଇଁ ପଢନ୍ତୁ।
ଏବେ ସାଉଥ୍ ଓ ବଲିଉଡ୍କୁ ନେଇ ଚାଲିଛି ଟଣା ଓଟରା। ଏହାରି ଭିତରେ ଅନୁପମ ଖେର୍ଙ୍କ ମତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ସୋସିଆଲ୍ ମିଡିଆରେ ‘ବୟକଟ୍ ବଲିଉଡ୍ ଟ୍ରେଣ୍ଡ୍ କରୁଛି’। ଏନେଇ ବଳି ପଡିଲାଣି ଅନେକ ଫିଲ୍ମ। ଏହାକୁ ନେଇ କିନ୍ତୁ କିଙ୍ଗ୍ ଖାନ ବ୍ୟସ୍ତ ନଥିବା ଜଣାଯାଏ। ଏହା ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଥିବା ତାଙ୍କର ଏକ ଭାଇରାଲ ଭିଡିଓରେ ଶୁଣିବାକୁ ମିଳେ।
ଡାକ୍ତରୀ ଟିମ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ଆଶା ଓ ଭରସା ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ।
ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି ବୟକଟ୍ ଲାଇଗର୍। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ଦେବରକୋଣ୍ଡା। ସେ କହିଛନ୍ତି ଦେଖିବା ଏହାକୁ କିଏ ରୋକିବ।
ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍ନିଟୀ ଫଟୋସୁଟ୍କୁ ନେଇ ହେଉଥିବା ଟ୍ରୋଲ୍ର ଜବାବ ଦେଇଛନ୍ତି।
ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କେଆର୍କେଙ୍କୁ ପଡିଲା ମହଙ୍ଗା। ସାମ୍ନା କରିବାକୁ ହେଲା ବାକ୍ ଯୁଦ୍ଧ। କିଏ କହୁଛି 'ପେଡ୍ ମନ୍ଷ୍ଟର୍' ତ କିଏ କହୁଛି ମୂର୍ଖ।
ବୟକଟ୍ ଧାରା ଯୋଡିହେଲା 'ଲାଇଗର'। ନିକଟରେ ‘ଲାଲ ସିଂହ ଚଡ୍ଢା’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜୟ ଦେବରକୋଣ୍ଡା। ଆମିର ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଥିଲେ। ଏନେଇ ସେ ଫସିଛନ୍ତି।
ଏବେ ବି ପ୍ଲପ୍ ହେଇନି ଆମିରଙ୍କ ଲାଲ୍ ସିଂହ ଚଡ୍ଢା'। ତାଙ୍କ ହାତରେ ଏମିତି ଏକ ସୁଯୋଗ ଅଛି ଯାହା ତାଙ୍କ ଫିଲ୍ମକୁ ସୁପର୍ହିଟ୍ କରିପାରିବ। ଏହି ସୁଯୋଗ ହିଁ ପୂର୍ବରୁ ତାଙ୍କର ଅନେକ ଫିଲ୍ମକୁ ସୁପର୍ହିଟ୍ କରିବାରେ ସହଯୋଗ କରିଛି। ଜାଣନ୍ତୁ ସେହି ସୁଯୋଗଟି କ’ଣ…
ସେକ୍ସ ଲାଇଫ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପବିତ୍ର ରିସ୍ତା ଫେମ୍ କନିଷ୍କ ସୋନୀ। ସେ ଏବେ ନିଜକୁ ନିଜେ ବିବାହ କରିଥିବା ବେଳେ ଜଣେ ମହିଳା ସେକ୍ସ ପାଇଁ ପୁରୁଷର ଆବଶ୍ୟକତା କରେ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ତାଙ୍କୁ ଦମଦାର ଟ୍ରୋଲ୍ କରାଯାଉଛି।
ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ତାଙ୍କ ବ୍ରେନ୍ ଡେଡ୍ ହୋଇଥିବା ଡାକ୍ତର କହିଛନ୍ତି। କୌଣସି ଔଷଧ କାମ ଦେଉନି। ତାଙ୍କ ବନ୍ଧୁ ଏହସାନ କୁରେଶୀ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ବଲିଉଡ୍କୁ ସବୁବେଳେ ଜଟିଳ ଫିଲ୍ମ ଦେଉଥିବା ଅନୁରାଗ କଶ୍ୟପ ପୁଣି 'ଦୋବାରା' ମାଧ୍ୟମରେ ପୁଣି ଫେରିଛନ୍ତି। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବାକୁ ଚେଷ୍ଟା କରୁଥିବା ଜଣାଯାଏ। ସେ ଏଥିରେ ସଫଳ ହେବେ ତ…
ଅନୁରାଗ କଶ୍ୟପ ତାଙ୍କ ପୂର୍ବତନ ଦୁଇ ପତ୍ନୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଦୁଇ ପତ୍ନୀଙ୍କ କାନ୍ଧରେ ହାତ ରଖିଛନ୍ତି। ଲେଖିଛନ୍ତି ମୋର ଦୁଇ ପିଲାର୍।
ଆମିର ଖାନ୍ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜ୍ୟାକଲିନ୍ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏହା ପୂର୍ବରୁ ଜ୍ୟାକଲିନ୍ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଥିଲା।
ସମସ୍ତ ବିରୋଧ ପରେ ମଧ୍ୟ ପର୍ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।
ସୋସିଆଲ୍ ମିଡିଆରେ ବିପାଶା ବସୁ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ତାଙ୍କ ବେବି ବମ୍ପ୍ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ‘ପୋଷାକ ତ ପିନ୍ଧନ୍ତୁ’।
ଅନିଲ୍ କପୁର୍ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ସେ ହାତରେ ତ୍ରିରଙ୍ଗା ଧରି ଖୁବ୍ ଜୋର୍ରେ ଦୌଡୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ 'ଏଭରଗ୍ରୀନ୍ ଅଭିନେତା'କୁ ସଲାମ କରୁଛନ୍ତି।
ଆମିର୍ଙ୍କ ପାଇଁ ଖୁସି ଖବର। ଭାରତରେ 'ଲାଲ୍ ସିଂହ ଚଡ୍ଢା'ର ରୋଜଗାର ଧିରେ ଧିରେ ବଢୁଛି। ନିଜ ଦେଶରେ ଆମିରଙ୍କ ଏହି ଫିଲ୍ମକୁ ଘୋର ବିରୋଧ କରାଯାଉଥିବା ବେଳେ ବିଦେଶରେ କିନ୍ତୁ ଦମଦାର ଚାଲୁଛି। ଆସନ୍ତୁ ଜାଣିବା କେଉଁଠି କେତେ ରୋଜଗାର କଲାଣି।
ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବାରୁ ସମସ୍ତେ ମାତୃଭୂମି ପ୍ରତି ସମ୍ମାନ ଜଣାଇଛନ୍ତି। ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ଏହି ବୀରମାନଙ୍କୁ ନେଇ ଅନେକ ଦମଦାର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଆସନ୍ତୁ ଏହି ୫ ଟି ଶ୍ରେଷ୍ଠ ଚଳଚ୍ଚିତ୍ର ଉପରେ ନଜର ପକେଇ ନେବା।
ସହଯୋଗ ଆଶାରେ ହଜାର ହଜାର ଲୋକ ତାଙ୍କ ପାଖକୁ ଚାଲି ଆସନ୍ତି। ଆଶା ଥାଏ ନିଶ୍ଚିତ କିଛି ନା କିଛି ମିଳିଯିବ। ଲୋକେ ତାଙ୍କୁ ଭଗବାନ ମାନନ୍ତି ଆଉ ପୂଜା ବି କରନ୍ତି। ମଣିଷ ରୂପି ଏହି ଭଗବାନ ହେଲେ ସୋନୁ ସୁଦ୍। ତେବେ ଯେତେ ଲୋକ ଆସନ୍ତୁ ସେ କ’ଣ ସମସ୍ତଙ୍କୁ ସହଯୋଗ କରନ୍ତି?
'ଲାଲ୍ ସିଂହ ଚଡ୍ଢା' ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି। ଏମିତି କହିଲେ ହ୍ରିତିକ ରୋଶନ।