Advertisment

ଜମୁଥିଲା ଜୁହୀ-ଆମୀର ଯୋଡି; ସଲମାନଙ୍କ ସହ ଫିଲ୍ମ କରିବାକୁ କାହିଁକି ମନା କଲେ

ନିଜ ହସରେ ସମସ୍ତଙ୍କୁ ପାଗଳ କରୁଥିବା ଜୁହୀ ଚାୱଲାଙ୍କ ଆଜି ଜନ୍ମଦିନ। ସେ ୫୫ ବୟସରେ ପହଞ୍ଚିଥିଲେ ବି ଆଜି ବି ତାଙ୍କ ଦେହରୁ ସୌନ୍ଦର୍ଯ୍ୟର ଛାପ ଖସିନି। ସେ ତାଙ୍କ କ୍ୟାରିୟର୍‌ରେ ପ୍ରାୟ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି। କିନ୍ତୁ ସଲମାନଙ୍କ ସହ କାହିଁକି ତାଙ୍କ କୌଣସି ଫିଲ୍ମ ନାହିଁ…

author-image
Pramod Behera
Juhi Chawla birthday special from film actress to business women

Juhi Chawla birthday special from film actress to business women

୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତାଲିକାରେ ଜୁହୀ ଚାୱଲାଙ୍କ ନାମ ଶୀର୍ଷରେ ଆସେ। ଅଭିନୟ ଏବଂ ନିଜର ହସ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଜୁହୀ ଚାୱଲା ନଭେମ୍ବର ୧୩ ବା ଆଜି ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଜୁହୀ ମଡେଲିଂରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ୧୯୮୪ ମସିହାରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ।

Advertisment

୧୯୮୬ ରେ ଜୁହୀ ‘ସଲ୍‌ତନତ’ ଚଳଚ୍ଚିତ୍ର ସହିତ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଏହି ଫିଲ୍ମ ଫ୍ଲପ୍ ହୋଇଥିଲା। ଏହା ପରେ ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଆଡକୁ ଢଳିଥିଲେ। କିଛି ସାଉଥ୍‌ ଫିଲ୍ମ କରିବା ପରେ ସେ ପୁଣି ବଲିଉଡ୍‌ ଆଡକୁ ମୁହଁ ଫେରେଇଥିଲେ। ତାଙ୍କର ଆଜି ଜନ୍ମଦିନ ଥିବାରୁ ଆସନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା ଉପରେ ନଜର ପକେଇନେବା।

ଜୁହୀଙ୍କ ଟର୍ନିଂ ପଏଣ୍ଟ୍:

୧୯୮୮ ମହିହାରେ ଆସିଥିବା ଫିଲ୍ମ 'କୟାମତ୍ ସେ କୟାମତ ତକ୍' ଜୁହୀ ଚାୱଲାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା। ଏହି ଚଳଚ୍ଚିତ୍ରରେ ଜୁହୀ ଚାୱଲାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିବାବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ର ଜୁହୀଙ୍କୁ ରାତାରାତି ତାରକା ବନେଇଦେଇଥିଲା। ଏହି ଚଳଚ୍ଚିତ୍ରରେ ଆମିର ଖାନ ଜୁହୀ ଚାୱଲାଙ୍କ ବିପକ୍ଷରେ ଥିଲେ।

Advertisment

ଏହା ପରେ ଜୁହୀ ୧୯୯୦ ମସିହାରେ ଫିଲ୍ମ 'ପ୍ରତିବନ୍ଧ' ରେ ଅଭିନୟ କରିଥିଲେ। ତା’ପରେ 'ବୋଲ ରାଧା ବୋଲ'ରେ ଋଷି କପୁରଙ୍କ ସହ ଜୁହୀ ଚାୱଲାଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଇଥିଲା। ଏହା ପରେ ଜୁହୀ ଚାୱଲା ତାଙ୍କ ଅଭିନୟ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ଅନେକ ହିଟ୍ ଫିଲ୍ମ ଦେଇଥିଲେ।

'ଆଇନା', 'ହମ୍ ହେ ରାହୀ ପ୍ୟାର୍ କେ' ଏବଂ 'ଡର୍' ଜୁହୀ ଚାୱଲାଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ। ଯଦିଓ ଜୁହୀ ଚାୱଲା ଅନେକ କଳାକାରଙ୍କ ସହ କାମ କରିଥିଲେ, କିନ୍ତୁ ଆମୀର ଖାନଙ୍କ ସହ ତାଙ୍କ ଯୋଡିକୁ ଖୁବ୍ ପସନ୍ଦ କରାଯାଉଥିଲା।

ଶାହାରୁଖଙ୍କୁ କରିଥିଲେ ବାରଣ:

ଆମୀରଙ୍କ ସହ ଜୁହୀ ଅନେକ ଫିଲ୍ମ କରିବା ପରେ ସେ ଶାହାରୁଖ ଖାନଙ୍କ ସହ 'ରାଜୁ ବନ୍ ଗୟା ଜେଣ୍ଟଲ୍‌ମ୍ୟାନ୍'ରେ କାମ କରିଥିଲେ। ପ୍ରଥମରୁ କିନ୍ତୁ ସେ ଏହି ଚଳଚ୍ଚିତ୍ରରେ ନୂଆ ହିରୋ ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁ ନଥିଲେ। କିନ୍ତୁ ନିର୍ମାତା କହିଥିଲେ ଯେ ସେ ଆମୀରଙ୍କ ପରି ଦେଖାଯାଉଛନ୍ତି, ତେଣୁ ଜୁହୀ ରାଜି ହୋଇଥିଲେ। ଏହା ପରେ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।

ଜୁହୀଙ୍କ ବ୍ୟବହାର ସଲମାନଙ୍କୁ ବାଧିଥିଲା:

ସଲମାନ ଖାନ ଯେତେବେଳେ ବଲିଉଡ୍ ଜଗତରେ ଏକ ସ୍ଥାନ ତିଆରି କରୁଥିଲେ ସେତେବେଳେ ଜୁହୀ ସଫଳତାର ଶୀର୍ଷରେ ଥିଲେ। ନିର୍ମାତା ସଲମାନଙ୍କୁ ଜୁହୀଙ୍କ ସହ ଏକ ଫିଲ୍ମରେ ନେବାକୁ ଚାହୁଁଥିଲେ। କିନ୍ତୁ ଜୁହୀ ସେତେବେଳେ ସଲମାନଙ୍କ ପ୍ରତି ଧ୍ୟାନ ଦେଇ ନଥିଲେ କାରଣ ତାଙ୍କୁ ଲାଗୁଥିଲା ସେ ଭାରି ବଦରାଗୀ। ଆମୀରଙ୍କୁ ଫିଲ୍ମରେ ନେବାକୁ ନିର୍ମାତାଙ୍କୁ କହିଥିଲେ। ଏ କଥା ସଲମାନଙ୍କୁ ଖୁବ୍ ବାଧିଥିଲା ଏବଂ ତା’ପରେ ସେ ଜୁହୀଙ୍କ ସହ କାମ ନକ ରିବାକୁ ସ୍ଥିର କରିନେଲେ।

ଜୁହୀଙ୍କ ବ୍ୟବସାୟ:

ଜୁହୀ ଚାୱଲା ତାଙ୍କ କୋ-ଷ୍ଟାର୍‌ ଶାହରୁଖ ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା ଅଜିଜ୍‌ ମିର୍ଜାଙ୍କ ସହ 'ଡ୍ରିମ୍ ଅନ୍‌ଲିମିଟେଡ୍' ନାମକ ଏକ ପ୍ରଡକ୍ସନ୍ ହାଉସ୍ ଖୋଲିଥିଲେ। ସେ ଏହି ପ୍ରଡକ୍ସନ୍ ହାଉସ୍ ମାଧ୍ୟମରେ 'ଦିଲ୍ ହୈ ହିନ୍ଦୁସ୍ତାନୀ', 'ଅଶୋକା' ଏବଂ 'ଚଲ୍‌ତେ ଚଲ୍‌ରେ' ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହା ବ୍ୟତୀତ ଜୁହୀ ରିଆଲିଟି ସୋ 'ଝଲକ ଦିଖଲା ଜା'ର ବିଚାରପତି ମଧ୍ୟ ରହିଛନ୍ତି।

କେବଳ ଏତିକି ନୁହେଁ, ଜୁହୀ ବ୍ୟବସାୟରେ ମଧ୍ୟ ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି। ସେ ଆଇପିଏଲ୍‌ରେ ତାଙ୍କ ଟିମ୍ କିଣିଛନ୍ତି। ସେ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକାଣୀ।

ଶିଳ୍ପପତି ଜୟ ମେହେଟ୍ଟାଙ୍କୁ ବିବାହ:

୧୯୯୫ ମସିହାରେ ସେ ଶିଳ୍ପପତି ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ଅଧିକ ବୟସ କାରଣରୁ ତାଙ୍କୁ ଟାହିଟାପରା ମଧ୍ୟ ସହିବାକୁ ହୋଇଥିଲା। ଜୁହୀ ଚାୱଲାଙ୍କ ସମ୍ପର୍କ ପ୍ରମାଣ କରିଛି ଯେ ଯଦି ପ୍ରେମ ଏବଂ ବୁଝାମଣା ଅଛି ତେବେ ବୟସର କୌଣସି ମାନେ ନାହିଁ। ଜୁହି ଚାୱଲାଙ୍କର ଜାହ୍ନଭୀ ଏବଂ ଅର୍ଜୁନ ନାମକ ଦୁଇଟି ସନ୍ତାନ ଅଛନ୍ତି।

Salman Khan Shah Rukh Khan Bollywood Aamir Khan Juhi Chawala
Advertisment
Advertisment