Advertisment

ପତ୍ନୀଙ୍କୁ ପ୍ରଶଂସାରେ ପୋତିଦେଲେ ଅଭିଷେକ; କହିଲେ ଐଶ୍ୱର୍ଯ୍ୟାଙ୍କ ପରି କରି ଦେଖାଅ

ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିବାବେଳେ ସମାଲୋଚକମାନଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। କହିଛନ୍ତି ଯେଉଁମାନେ ସବୁବେଳେ ସମାଲୋଚନା କରିବାର ଭାବନା ରଖନ୍ତି ସେମାନେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କାମ କରି ଦେଖାନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Abhishek Bachchan

Abhishek Bachchan gave a challenge to the critics said in praise of his wife

ନିକଟରେ ଅଭିଷେକ ବଚ୍ଚନଙ୍କୁ ତାଙ୍କ ସିରିଜ୍ ‘ବ୍ରିଦ୍’ରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍‌ରେ ଅଭିଷେକଙ୍କ ଅଭିନୟ ପାଇଁ ବହୁତ ପ୍ରଶଂସା କରାଯାଇଛି। ନିକଟରେ ଏକ ସାକ୍ଷାତକାରରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀଙ୍କୁ ପ୍ରଶଂସା କରିବାବେଳେ ସମାଲୋଚକମାନଙ୍କୁ ମଧ୍ୟ ଚ୍ୟାଲେଞ୍ଜ୍‌ କରିଛନ୍ତି।

Advertisment

ଅଭିଷେକ କହିଛନ୍ତି ଯେ ଯେଉଁମାନେ ସବୁବେଳେ ସମାଲୋଚନା କରିବାର ଭାବନା ରଖନ୍ତି ସେମାନେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କାମ କରି ଦେଖାନ୍ତୁ। ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରଶଂସା କରି କହିଛନ୍ତି ଯେ କମରସିଆଲ୍ ଆକ୍ଟିଂ ଏବଂ ବାସ୍ତବବାଦୀ ଅଭିନୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ୩୦ ଡିଗ୍ରୀ ତାପମାତ୍ରାରେ ଏକ ପତଳା ଶାଢୀରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ଖୁବ୍ ସନ୍ଦର ଡ୍ୟାନ୍ସ କରିଛନ୍ତି। ଯେଉଁମାନେ ସମାଲୋଚନା କରନ୍ତି ସେମାନେ ଏମିତି କରି ଦେଖାନ୍ତୁ ବୋଲି ଅବିଷେକ ଆହ୍ୱାନ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ

ଅଭିଷେକଙ୍କ କହିବା କଥା କମର୍ସିଆଲ୍ ଓ ବାସ୍ତବବାଦୀ ଅଭିନୟ ମଧ୍ୟରେ ବହୁତ ପାର୍ଥକ୍ୟ ଥିବାରୁ ଏହାକୁ ସନ୍ତୁଳନ କରିବା ଅତ୍ୟନ୍ତ କଷ୍ଟକର। ଅନେକ ବଲିଉଡ ତାରକା ଏହା କରି ନ ପାରି ପଛରେ ରହିଯାଇଛନ୍ତି।

Advertisment

ଅଭିଷେକ ବଚ୍ଚନ ରଜନୀକାନ୍ତଙ୍କୁ ପ୍ରଶଂସା କରି କହିଛନ୍ତି ଯେ କେବଳ ରଜନୀକାନ୍ତ ହିଁ ଏହା କରିକି ଦେଖେଇଛନ୍ତି। ରଜନୀକାନ୍ତ ବାସ୍ତବବାଦୀ ଏବଂ ବ୍ୟବସାୟିକ ଅଭିନୟ ମଧ୍ୟରେ ସଠିକ୍ ସନ୍ତୁଳନ ଦେଖାଇଛନ୍ତି। ଏହି କାରଣରୁ ଦେଶରେ କେବଳ ଗୋଟିଏ ରଜନୀକାନ୍ତ ଅଛନ୍ତି।

Bollywood Aishwarya Rai Bachchan Abhisek Bachchan
Advertisment
Advertisment