ପ୍ରାୟ ସମୟରେ ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ବିବାଦ ଦେଖାଯାଏ। ତାମିଲ ଭାଷାଭାଷୀ ଲୋକମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ ଲଦି ଦିଆଯାଉଥିବା ସେମାନେ ଅଭିଯୋଗ କରନ୍ତି। ଏବେ ଏହାକୁ ନେଇ ବିବାଦୀୟ ମତ ଦେଇଛନ୍ତି କମଲ ହାସନ। ସେ କହିଛନ୍ତି…
ଟିଭି କଳାକାର ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାର ପୋଷ୍ଟମର୍ଟନ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଶୀଜାନ ଖାନଙ୍କୁ ୪ ଦିନ ପାଇଁ ପୋଲିସ୍ ହେପାଜତ୍ରେ ରଖାଯାଇଛି। ଏହାକୁ ନେଇ ସେ କରିଛନ୍ତି ବଡ ଖୁଲାସା।
ରାଜୁ ଶ୍ରୀବାସ୍ତବ ତାଙ୍କ କ୍ୟାରିୟରର ବିକାଶରେ ଏତେ ବ୍ୟସ୍ତ ଥିଲେ ଯେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ କେବେ ବି ସମୟ ପାଉ ନଥିଲେ। ଆଜି କାନପୁରରେ ତାଙ୍କ ପରିବାର ଗରିବ ଲୋକମାନଙ୍କୁ ରାସନ ଜିନିଷ ଏବଂ କମ୍ବଳ ବାଣ୍ଟି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ଅନେକ କଥା କହିଛନ୍ତି ଯାହା ଜଣଙ୍କୁ ଭାବପ୍ରବଣ କରିଦେବ।
'ଝୁମ୍ ଜୋ ପଠାନ' ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ଏହି ଗୀତକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ କିଛି ଲୋକ 'ଝୁମ୍ ଜୋ ପଠାନ' ଗୀତକୁ ନେଇ ମୀମ୍ସ ତିଆରି କରୁଛନ୍ତି ଏବଂ ଏହାକୁ ଭାଇରାଲ୍ କରୁଛନ୍ତି।
‘ପଠାନ୍’ର ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ ହେବା ପର ଠାରୁ ବିବାଦ ପିଛା ଛାଡୁନି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ହିଁ ଅଡୁଆ ସୃଷ୍ଟି କରିଛି। ଶାହରୁଖକୁ ଟାର୍ଗେଟ୍ କରାଯାଉଛି। ଏହାରି ଭିତରେ କିନ୍ତୁ ଶାହରୁଖ ଫ୍ୟାନ୍ଙ୍କ ପାଇଁ ଆସିଛି ଖୁସି ଖବର। ଜାଣନ୍ତୁ…
‘ପଠାନ୍’ର ବିବାଦ ଭିତରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।
ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।
ଚଳିତ ବର୍ଷ ବଲିଉଡ୍କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍ର ଏହି ଫିଲ୍ମ ରହିଛି।
ବଲିଉଡ୍ର ଜଣେ ଜଣାଶୁଣା ନା’ ହେଲା ଗୋବିନ୍ଦା। ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପିଲାଦିନ ଖୁବ ଦାରିଦ୍ର୍ୟରେ କଟିଥିଲା। ଜନ୍ମବେଳେ ତାଙ୍କ ବାପା ତାଙ୍କୁ କୋଳକୁ ମଧ୍ୟ ନେଇ ନଥିଲେ। ଇଂଲିଶ ଜାଣି ନଥିବାରୁ ଚାକିରି ମିଳି ନଥିଲା। ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏମିତି ଆଉ କିଛି ଅଜଣା କଥା।
‘ବେଶରମ୍ ରଙ୍ଗ୍’ ଗୀତରେ ଦୀପିକାଙ୍କ ଡ୍ରେସ୍ ଡିଜାଇନିଂ କରିଥିବା ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ରିଲିଜ୍ ହୋଇଛି ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଯଦି ଏହାର ଭିଡିଓ ଆପଣ ଦେଖିବାକୁ ଚାହୁଛନ୍ତି ତେବେ ଇୟରଫୋନ୍ ବ୍ୟବହାର କରନ୍ତୁ। ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାରଙ୍କ ମୁହଁରୁ ଖରାପ ଗାଳି ହିଁ ଶୁଣିବେ।
ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।
ଏବେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ‘ପଠାନ’କୁ ବିରୋଧ କରିଛନ୍ତି। ସେ ଶାହରୁଖ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ ଆଉ ଏକ ଫଟୋ ଅପଲୋଡ୍ କରିବା ଉଚିତ। ଏହା ସହିତ ସେ ଆହୁରି କଡା ସମାଲୋଚନା ମଧ୍ୟ କରିଛନ୍ତି।
୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।
'ବେଶରମ୍ ରଙ୍ଗ୍' ଗୀତକୁ ନେଇ ଦୀପିକା ପାଦୁକୋନ ଏବେ ବିବାଦରେ ଅଛନ୍ତି। ସେ ଏହି ଫିଲ୍ମରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ ଏହି ମାମଲରେ ଦୀପିକା ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅନେକ ଅଭିନେତ୍ରୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପରଦାରେ ସେମାନଙ୍କ ସେନ୍ସୁଆଲ୍ ଷ୍ଟାଇଲ୍ ଦେଇଛନ୍ତି।
ବଲିଉଡ୍ର ଜଣେ ବହୁମୁଖୀ ଅଭିନେତ୍ରୀ ହେଲେ ରୁଚା ଚଢା। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ ବହୁ ସଂଘର୍ଷରେ ପରିପୂର୍ଣ୍ଣ। ଆସନ୍ତୁ ନଜର ପକେଇ ନେବା।
ଦୀପିକା ପାଦୁକୋନ୍ଙ୍କ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ ନଜର ପକେଇବା।
ଅନେକ ବଲିଉଡ୍ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ୬ ଫିଲ୍ମ ହଲ୍ରେ ରିଲିଜ୍ ହୋଇପାରି ନଥିଲା। କାରଣ ଫିଲ୍ମରେ ଅଧିକ ବୋଲ୍ଡ ସିନ୍ ଥିଲା। ହେଲେ ଏବେ ଏହି ପିଲ୍ମ OTTରେ ଉପଲ୍ଲବ୍ଧ।
'ପଠାନ'ର ଦମଦାର୍ ଗୀତ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀପିକା ପାଦୁକୋନ୍ଙ୍କ ସେକ୍ସୀ ଲୁକ୍ ଓ ଅଶ୍ଳୀଳ ଷ୍ଟେପ୍କୁ ଲୋକେ ବିରୋଧ କରୁଛନ୍ତି। ତେବେ ଏହି ଧାରାରେ ଖାଲି 'ବେଶରମ୍ ରଙ୍ଗ୍' ନାହିଁ, ଏମିତି ଅନେକ ଗୀତ ଅଛି ଯାହାକୁ ନେଇ ବିବାଦ କରାଯାଇଛି। ଆସନ୍ତୁ ନଜର ପକେଇବା…
ନିକଟରେ ହୋଇଥିବା ଭାରତ ଓ ଚୀନ୍ ସଂଘର୍ଷରେ ଭାରତୀୟ ସେନା ଚୀନ ସେନାଙ୍କୁ ସୀମାରୁ ତଡି ଦେଇଛି। ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ସୈନ୍ୟମାନେ ଆମ ଦେଶରେ ଏହିପରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇଛି। ଆସନ୍ତୁ ସେମିତି ୬ ଫିଲ୍ମ ଉପରେ ନଜର ପକେଇବା ଯାହା ରକ୍ତରେ ଦେଶ ପ୍ରେମ ଭରିଦିଏ।
'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ରିଲିଜ୍ ହେବା ପର ଠାରୁ ବିବାଦକୁ ଚାଲିଯାଇଛି। ଗୀତ ଦ୍ୱାରା ହିନ୍ଦୁ ଧର୍ମକୁ ଅପମାନ କରାଯାଉଛି ବୋଲି କୁହାଯାଇ ଏହାକୁ ବୟକଟ୍ କରିବାକୁ ଦାବି ହେଉଛି। ବିଜେପିର ଏହା ଚାଲ୍ ବୋଲି କଂଗ୍ରେସ୍ ମତ ଦେଉଛି। ଲୋକେ ମଧ୍ୟ ଦୀପିକାଙ୍କୁ ଟ୍ରୋଲ୍ କରୁଛନ୍ତି।
ଆଜି ବଡିଉଡ୍ର ଶୋମ୍ୟାନ୍ ରାଜ କପୁରଙ୍କ ଜନ୍ମଦିନ। ରାଜ କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାର ପରିସର ଭୁକ୍ତ। ଆସନ୍ତୁ ନଜର ପକେଇବା…
'ପଠାନ'ର ପ୍ରଥମ ଗୀତ ରିଲିଜ୍ ହୋଇଛି। 'ବେଶରମ୍ ରଙ୍ଗ୍'ରେ ଶାହାରୁଖ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଆକର୍ଷଣ କରୁଛି। ଗୀତ ରିଲିଜ୍ ହେବାର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆର୍ଯ୍ୟନ ଖାନ୍ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଖୁଲାସା କରିଛନ୍ତି। ଏନେଇ ସେ ଦିନକୁ କେବଳ ୪-୫ ଘଣ୍ଟା ଶୋଇଥାନ୍ତି ବୋଲି କହିଛନ୍ତି। ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆଉ ଭୋଡ୍କା କମ୍ପାନୀ ଖୋଲିବେ ବୋଲି କହିଛନ୍ତି।
ପୁଣି ଫସିଲେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ । କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ନେଇ ଆସିଛି ଭିନ୍ନମୋଡ଼ ।