Advertisment

ବଲିଉଡ୍‌ରୁ ବିରତି ନେଲେ ଆମିର ଖାନ୍‌; କହିଲେ ଆଉ ଅଭିନୟ କରିବେ ନାହିଁ

ବଲିଉଡ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଅଭିନୟ କରିବେ ନାହିଁ ମିଷ୍ଟର ପର୍‌ଫେକ୍ଟ୍ ଆମିର୍ ଖାନ୍। 'ଚାମ୍ପିଅନ୍ସ'କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେ କାହିଁକି ନେଲେ ବିରତି…

author-image
Pramod Behera
ଅଦ୍ୟତନ ହୋଇଛି
Aamir Khan

Aamir Khan taking break from acting

ଆମିର ଖାନ୍‌ଙ୍କ ‘ଲାଲ୍ ସିଂହ ଚଡ୍‌ଢା’ ଫ୍ଲପ୍‌ ହେବା ପରେ ତାଙ୍କର ନୂଆ ପ୍ରୋଜେକ୍ଟ 'ଚାମ୍ପିଅନ୍ସ'କୁ ନେଇ ଚର୍ଚ୍ଚା ଜୋର ରହିଛି। ଲୋକେ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହା ସହିତ ଜଡିତ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଦୁଖି ମଧ୍ୟ ହୋଇଯିବେ। ଆମିର ଖାନ ଏହାକୁ ଏବେ କରିବାକୁ ମନା କରିଦେଇଛନ୍ତି, କାରଣ ସେ ଅଭିନୟରୁ ବିରତି ନେବାକୁ ଘୋଷଣା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ଲାଲ୍‌ ସିଂହ ଚଡ୍‌ଢା’ ପାଇଁ ଏତେ ନେଇଥିଲେ ଆମିର ଖାନ

ଆମୀର ନିଜେ ଏହି ଚଳଚ୍ଚିତ୍ରକୁ ତାଙ୍କ ପ୍ରଡକ୍ସନରେ ନିର୍ମାଣ କରୁଛନ୍ତି। ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି ସତ କିନ୍ତୁ ଏହାକୁ ସେ ପ୍ରସ୍ତୁତ କରିବେ। ନିକଟରେ ମିଡିଆ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ତାଙ୍କ ମା’ ଓ ପିଲାମାନଙ୍କ ସହିତ କାଟିବା ପାଇଁ ଅଭିନୟରୁ କିଛି ଦିନ ବିରତି ନେବାକୁ ଚାହୁଁଛନ୍ତି।

ଆମୀର ଖାନ କହିଛନ୍ତି, “ଯେତେବେଳେ ମୁଁ ଜଣେ ଅଭିନେତା ଭାବରେ ଏକ ଫିଲ୍ମ କରେ, ସେତେବେଳେ ମୁଁ ଏଥିରେ ଏମିତି ଭାବେ ବୁଡିଯାଏ ଯେ ସତେଯେମିତି ମୋ ଜୀବନରେ ଆଉ କିଛି ନାହିଁ। 'ଲାଲ୍‌ ସିଂହ ଚଡ୍‌ଢା' କୁ ଚାମ୍ପିଅନ୍ସ କୁହାଯିବା ପରେ ମୋର ଏକ ଫିଲ୍ମ କରିବାର ଥିଲା। ମୁଁ ‘ଚାମ୍ପିଅନ୍ସ’ର ପ୍ରଡକ୍ସନ କରିବି କାରଣ ମୁଁ ଏନେଇ ବହୁତ ଏକ୍ସାଇଟେଡ୍ ଅଛି। ମତେ ଲାଗୁଛି ଏହା ଖୁବ୍ ଭଲ ସ୍କ୍ରିପ୍ଟ, ଏକ ଦମଦାର କାହାଣୀ ଏବଂ ଏହା ଏକ ହୃଦୟସ୍ପର୍ଶୀ ଏବଂ ସୁନ୍ଦର ଚଳଚ୍ଚିତ୍ର।”

Advertisment

ଆମୀର ଆହୁରି କହିଛନ୍ତି, “କିନ୍ତୁ ମତେ ଲାଗୁଛି ମତେ ଏକ ବିରତି ଦରକାର। ମୋ ପରିବାର ସହିତ, ମା’ଙ୍କ ସହିତ, ମୋ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛି।” ତେବେ ଦୀର୍ଘ ୩ ଦଶନ୍ଧିରୁ ଅଧିକ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଅଭିନୟରୁ ବିରତି ନେଉଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, “ମୁଁ ଅନୁଭବ କରୁଛି ଯେ ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୁଁ ଏକାଗ୍ରତା ସହିତ ମୋର କାମ ଉପରେ ଧ୍ୟାନ ଦେଇଛି।”

“ମୁଁ ଭାବୁଛି ଏହା ମୋ ନିକଟତର ଲୋକଙ୍କ ପାଇଁ ଠିକ ନୁହେଁ। ଏହା ହେଉଛି ସେହି ସମୟ ଯେତେବେଳେ ମୁଁ ଭାବୁଛି ଯେ ସେମାନଙ୍କ ସହିତ ରହିବାକୁ ମୋତେ କିଛି ସମୟ ବାହାର କରିବାକୁ ପଡିବ। ଏବଂ ବାସ୍ତବରେ ଜୀବନକୁ ଏକ ଭିନ୍ନ ଢଙ୍ଗରେ ଅନୁଭବ କରିବାକୁ ପଡିବ। ଆସନ୍ତା ଦେଢ ବର୍ଷ ପାଇଁ ମୁଁ ଅଭିନେତା ଭାବରେ କାମ କରିବି ନାହିଁ।"

କରୀନା କପୁର ଖାନଙ୍କ ବିପକ୍ଷରେ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା'ରେ ଆମୀର ଖାନଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଟମ୍‌ ହ୍ୟାଙ୍କ୍‌ଙ୍କ ‘ଫରେଷ୍ଟ ଗମ୍ପ୍‌’ର ଅଫିସିଆଲ୍ ହିନ୍ଦୀ ରିମେକ୍ ଥିଲା। ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା।

Bollywood Aamir Khan
Advertisment
Advertisment