Advertisment

ବିବାହ ବାର୍ଷିକୀରେ ଜୀବନସାଥୀକୁ ଏମିତି ସର୍‌ପ୍ରାଇଜ୍ ଦିଅନ୍ତୁ ବୋଲି କହିଲେ ରଣବୀର ସିଂହ

ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି ରଣବୀର ସିଂହ ଏବଂ ଦୀପିକା। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କୁ ସୁନ୍ଦର ସର୍‌ପ୍ରାଇଜ୍ ଦେଇଛନ୍ତି। ଜାଣନ୍ତୁ କ’ଣ ସର୍‌ପ୍ରାଇଜ୍ ଦେଲେ।

author-image
Pramod Behera
ଅଦ୍ୟତନ ହୋଇଛି
Ranveer Singh surprised Deepika Padukon

Ranveer singh surprised deepika padukone on their wedding anniversary

ବଲିଉଡ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାହ କରିବାର ଚାରି ବର୍ଷ ହୋଇଗଲାଣି। ନିକଟରେ ଦୁହେଁ ସେମାନଙ୍କର ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନା ସେମାନେ କୌଣସି ଛୁଟିରେ ଯାଇପାରନ୍ତି ନା କିମ୍ବା କୌଣସି ପାର୍ଟୀର ଆୟୋଜନ କରିପାରନ୍ତି। କିନ୍ତୁ, ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କ ସେଟ୍‌ ଯାଇ ତାଙ୍କୁ ସୁନ୍ଦର ସର୍‌ପ୍ରାଇଜ୍ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଡିପ୍ରେସନ୍‌ରେ ଥିଲେ ଦୀପିକା, କହିଲେ- ‘ମା’ ଯଦି ଲକ୍ଷଣ ଚିହ୍ନଟ କରି ନଥାନ୍ତେ, ହୁଏତ ଆଜି...’

ଦୀପିକା ପାଦୁକୋନ୍ ସେଟରେ କାମ କରିବାରେ ବ୍ୟସ୍ତ ଥିବାବେଳେ ରଣବୀର ଫୁଲ ଏବଂ ଚକୋଲେଟ୍ ନେଇ ପହଞ୍ଚିଥିଲେ ଆଉ ଅଭିନେତ୍ରୀଙ୍କୁ ସର୍‌ପ୍ରାଇଜ୍ କରିଦେଇଥିଲେ। କେବଳ ଏତିକି ନୁହେଁ, ରଣବୀର ସେଠାରେ ଥିବା ସମସ୍ତ ପୁରୁଷଙ୍କୁ ମଧ୍ୟ ନିଜ ସାଥୀଙ୍କୁ ଖାସ୍ ଅନୁଭବ କରିବାକୁ ପରାମର୍ଶ ଦେଇଥିଲେ।

Advertisment

ଏହି ବିଶେଷ ଦିନର ଝଲକ ବାଣ୍ଟି ରଣବୀର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଅଭିନେତା ଶେୟାର କରିଥିବା ଫଟୋରେ ଦୀପିକା ତାଙ୍କ ଅଫିସ୍‌ରେ ଲାପ୍‌ଟପ୍‌ରେ କାମ କରୁଥିବା ନଜର ଆସିଛନ୍ତି। ଫଟୋରେ ଦୀପିକା ଏକ ଧଳା ପୋଷାକ ପିନ୍ଧିଛନ୍ତି ଏବଂ ଚୁଟିକୁ ପଛପଟେ ବାନ୍ଧି ଥିଲେ।

ଏହି ଫଟୋ ଶେୟାର କରି ରଣବୀର ଲେଖିଛନ୍ତି, “ଯେତେବେଳେ ତୁମକୁ ତୁମ ବିବାହ ବାର୍ଷିକୀରେ କିଛି କରିବାକୁ ପଡୁଛି ତେବେ ତୁମ ଜୀବନସାଥୀଙ୍କୁ ତାଙ୍କ ଅଫିସରେ ସର୍‌ପ୍ରାଇଜ୍ କର।" ରଣବୀର ଆହୁରି ଲେଖିଛନ୍ତି, "ଫୁଲ ଏବଂ ଚକୋଲେଟର ଶକ୍ତିକୁ କେବେବି ଅବମାନନା କରନ୍ତୁ ନାହିଁ। ଧ୍ୟାନ ଦିଅନ୍ତୁ ଏବଂ ମୋତେ ଧନ୍ୟବାଦ ଦିଅନ୍ତୁ।"

Deepika Padukone Bollywood Ranveer Singh
Advertisment
Advertisment