Advertisment

ଗୁଡ୍ଡୁ ମୁସ୍‌ଲିମ୍‌ ସହଯୋଗୀ ରାଜା ଖାନ୍‌, ଆଉ ତା’ସହ ରହିଛି ବିଜେଡି ମନ୍ତ୍ରୀଙ୍କ ଲିଙ୍କ୍ !

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Gangster Atiq Friend Guddu Muslim Was In Odisha For 12 Days

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ! ପୁରୀ ପରେ ବରଗଡ଼ରେ ଆତ୍ମଗୋପନ କରିଥିଲା ମାଫିଆ ଡନ୍ ଆତିକ ଅହମ୍ମଦ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ସଦସ୍ୟ । ୟୁପି ଏସଟିଏଫ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପରେ ଗୁଡ୍ଡୁକୁ ନେଇ ଓଡ଼ିଶା ରେ ପୁଣି ଚାଞ୍ଚଲ୍ୟ । କୁହାଯାଉଛି STFକୁ ଚକମା ଦେବା ଲାଗି ମିରଟ, ଆଜମେର, ଝାନସୀ, ନାସିକ ପରେ ପୁଣେ ଦେଇ ବରଗଡ଼ ଚାଲି ଆସିଥିଲା ଗୁଡ୍ଡୁ ।

Advertisment

ଏଠାରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏଁ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା। ତେବେ ଗୁଡ୍ଡୁ ଓଡ଼ିଶା ଆସିବାକୁ ଯେଉଁ ଲିଙ୍କ୍ ବ୍ୟବହାର କରିଥିଲା, ତାହା ଅପରାଧୀ ରାଜା ଖାନ୍ ଲିଙ୍କ ବୋଲି ସନ୍ଦେହ କରାଯାଉଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ଛତିଶଗଡ଼ ମହାସମୁନ୍ଦର ମୂଳ ବାସିନ୍ଦା ରାଜା ଖାନ୍‌ର ବରଗଡ଼ରେ ବି ଅପରଧ ନେଟୱର୍କ ସକ୍ରିୟ ରହିଛି । ତେଣୁ ରାଜା, ଗୁଡ୍ଡୁକୁ ଲୁଚାଇ ରଖିବାରେ ସକ୍ରିୟ ଭୂମିକା ନେଇଥାଇପାରେ ବୋଲି ଅନୁମାନ କରାଯାଉଛି । ଗୁଡ୍ଡୁ ବରଗଡ଼ରେ ୧୨ ଦିନ ରହିଥିବାର ସୂଚନା ପରେ ଏବେ ଗୁଡ୍ଡୁ ଓ ରାଜା ଖାନ ନେକ୍ସସ ସାମ୍ନାକୁ ଆସିଛି ।

ତେବେ ଗୁଡ୍ଡୁ ବରଗଡ଼ରୁ ଛତିଶଗଡ଼ ପଳାଇଥିବା ୟୁପି ଏସଟିଏଫ୍ ତା ମୋବାଇଲ୍ ଲୋକେସନ ଟ୍ରାକରୁ ଜାଣିପାରିଛି। ହେଲେ ୟୁପି STF ସ୍କାନରରେ ଥିବା ରାଜା ଖାନ୍ ଏବେ କେଉଁଠି ସେନେଇ କିଛି ତଥ୍ୟ ମିଳିପାରିନି । ଏପଟେ ବରଗଡ଼ରୁ ଚମ୍ପଟ ମାରିବା ବେଳେ ଗୁଡ୍ଡୁ ମୁସଲିମ୍ ଛାଡ଼ି ପଳାଇଥିବା ଏକ ବ୍ୟାଗକୁ STF ଜବତ କରିଥିବା ଜଣାପଡ଼ିଛି ।

Advertisment

ଗୁଡ୍ଡୁ ମୁସଲିମ୍ ଏବେ ଛତିଶଗଡ଼ରେ ଲୁଚିଥିବା ଚର୍ଚ୍ଚା ପରେ ଆଲର୍ଟ ମୋଡରେ ପଡ଼ୋଶୀ ରାଜ୍ୟ ପୋଲିସ ଓ ପ୍ରଶାସନ । ସେ ଏବେ ଛତିଶଗଡ଼ର କେଉଁଠି, କିଭଳି ଏବଂ କାହା ଛତ୍ରଛାୟା ତଳେ ରହିଛି, ତାକୁ ନେଇ ଚାଲିଛି ଘମାସାନ । ଏପଟେ ଅପରାଧୀ ରାଜା ଖାନର ଛତିଶଗଡ଼ ମହାସମୁନ୍ଦ ଅଞ୍ଚଳରେ ଅପରାଧର ଲମ୍ବା ନେଟୱର୍କ ରହିଥିବା ସ୍ପଷ୍ଟ କରିଛନ୍ତି ମହାସମୁନ୍ଦ ଏସପି । 

ଏଣେ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ଅପରାଧୀ ରାଜା ଖାନ୍ ସହାୟତାରେ ଓଡ଼ିଶାରେ ଆଶ୍ରୟ ନେବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସମୀର ମହାନ୍ତି। ଏମିତିକି ସେ ଖୋଲାଖୋଲି ବିଜେଡି ନେତା ସୁଶାନ୍ତ ସିଂଙ୍କ ନାଁ ନେଇ ରାଜା ଖାନ କାହା ବନ୍ଧୁ ବୋଲି ପ୍ରଶ୍ନ କରିଛନ୍ତି ।  ଏପଟେ କ୍ୟାମେରା ସାମ୍ନାରେ ସୁଶାନ୍ତ ସିଂ କିଛି କହିନଥିବା ବେଳେ ଏଭଳି ଅଭିଯୋର କୌଣସି ସତ୍ୟତା ନାହିଁ ବୋଲି ସୂଚନା ଦେଇଛନ୍ତି । କହିଛନ୍ତି ବିଜେପି ବିରୋଧରେ ସେ ମାନହାନି ମକଦ୍ଦମା କରିବେ। 

BJD BJP Odisha BJP Odisha Politics
Advertisment
Advertisment