Advertisment

'ମୁଁ ଚାହୁଁଛି- ଦେଶରେ ବିଜେପି ଜିରୋ ହୋଇଯାଉ'

ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
West Bengal Chief Minister Mamata Banerjee Meeting With Nitish Kumar

West Bengal Chief Minister Mamata Banerjee meeting with Nitish kumar

ପଶ୍ଚିମବଙ୍ଗରେ ମମତାଙ୍କୁ ଭେଟିଲେ ନୀତିଶ ଓ ତେଜସ୍ୱୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ବିଜେପି ବିରୋଧରେ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏକାଠି ହୋଇଛନ୍ତି।  

Advertisment

ଏହି ଅବସରରେ ଦିଦି କହିଛନ୍ତି ଯେ- ''ଜୟପ୍ରକାଶଙ୍କ ନେତୃତ୍ୱରେ ବିହାରରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ସେମିତି ଆମେ ଏକ ବୈଠକ ବିହାରରୁ ଆରମ୍ଭ କରିବା, ଲକ୍ଷ୍ନୌ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିବ। ପରେ କେଉଁ କେଉଁ ସ୍ଥାନକୁ ଯିବା, ଏହା ସିଡ୍ୟୁଲ୍‌ ପ୍ରସ୍ତୁତ କରାଯିବ। ଆମେ ସମସ୍ତେ ଏକାଠି ଅଛୁ ବୋଲି ସମସ୍ତଙ୍କୁ ପ୍ରଥମେ ମେସେଜ୍‌ ଦେବାକୁ ପଡ଼ିବ।''

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା, ମମତା ବାନାର୍ଜୀ

ଦିଦି ଆହୁରି କହିଛନ୍ତି ଯେ- ''ମୁଁ ଚାହୁଁଛି- ଦେଶରେ ବିଜେପି ଜିରୋ ହୋଇଯାଉ। ମିଛ ପ୍ରତିଶ୍ରୁତି, ଫେକ୍‌ ଭିଡିଓ ଓ ଗୁଣ୍ଡାଗର୍ଦ୍ଦି କରି ଅକ୍ତିଆର କରିବାକୁ ଚାହୁଁଛି ବିଜେପି, କିନ୍ତୁ ଏହା ହୋଇପାରିବ ନାହିଁ। ଏଥିରେ କୌଣସି ଆମର ବ୍ୟକ୍ତିଗତ ହାସଲ ପାଇଁ କାମ କରୁନାହୁଁ, ଆମେ ଏକ ଲକ୍ଷ୍ୟ ନେଇ ଆଗକୁ ଯାଉଛୁ।''

Advertisment

ସେପଟେ ଆମ ଭିତରେ ସକରାତ୍ମକ ଆଲୋଚନା ହୋଇଛି ବୋଲି ନୀତିଶ କୁମାର କହିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି ବର୍ତ୍ତମାନ କିପରି ସବୁ ପାର୍ଟିଙ୍କୁ ଏକାଠି କରି ୨୦୨୪ ଲୋକସଭା ନିର୍ବାଚନରେ ଲଢିପାରିବୁ, ଯେତେ ଶୀଘ୍ର ଆମେ ପ୍ରସ୍ତୁତ ହେବୁ। ଦେଶର ହିତ ପାଇଁ କୌଣସି କାମ ହୋଇନାହିଁ। ଆଗକୁ ଯାହାବି ହେବ, ଲୋକଙ୍କ ହିତ ପାଇଁ ହେବ।'' 

ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।   

West Bengal BJP Nitish Kumar Mamata Banarjee
Advertisment
Advertisment