Advertisment

ବିଜେପି ନେତାଙ୍କୁ ସମ୍ବଲପୁର ଯିବାକୁ ଦେଲାନି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ ଧର୍ମେନ୍ଦ୍ର କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dharmendra Pradhan Criticize Cm Naveen Patnaik

Dharmendra Pradhan Criticize Cm Naveen Patnaik

ସମ୍ବଲପୁର ଯିବା ପୂର୍ବରୁ ବିଜେପି ନେତା ମାନଙ୍କୁ ଅଟକ ରଖିବା ଘଟଣାରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରଶ୍ନ କରିଛନ୍ତି, ଗଣତନ୍ତ୍ରରେ ବିରୋଧୀଙ୍କ ପ୍ରତି ଏପରି ବ୍ୟବହାର କରିବା ଉଚିତ୍ କି ? ମୁଖ୍ୟମନ୍ତ୍ରୀ ଅନେକ ବିଷୟରେ ଜାଣିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର। ତା’ସହ କହିଛନ୍ତି, ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ? କଣ ଲୁଚାଇବାକୁ ଚେଷ୍ଟା କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଏଭଳି ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ସୂଚନାଯୋଗ୍ୟ, ସମ୍ବଲପୁର ରେ ଗତକାଲି ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି । ସମ୍ବଲପୁର ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହଁ । ଯେତେ ଶୀଘ୍ର ସମ୍ଭବ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଡିଜିପି । ଅପରପକ୍ଷେ ସମ୍ବଲପୁର ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚି ସାରିଛି। ସେପଟେ ସମ୍ବଲପୁରରେ ପୁଣି ଥରେ ଆଜିଠୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ।

Advertisment

ସମ୍ବଲପୁର ହିଂସାକାଣ୍ଡକୁ ବିତିସାରିଲାଣି ୬ ଦିନ । କର୍ଫ୍ୟୁ ଦୈନିକ ୩-୪ ଘଣ୍ଟା ପାଇଁ କୋହଳ ହେଉଥିଲେ ବି ଗୃହବନ୍ଦୀ ଅବସ୍ଥାରେ ପଡ଼ିଥିଲେ ଲୋକେ । ସେପଟେ ସମ୍ବଲପୁର ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀ । ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Dharmendra Pradhan BJP CM Naveen Patnaik
Advertisment
Advertisment