Advertisment

ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍

କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ

author-image
Prangyan Parimita
ଅଦ୍ୟତନ ହୋଇଛି
Sambalpur Violence

Sambalpur Violence

ସମ୍ବଲପୁର ହିଂସାକାଣ୍ଡ ଘଟଣାରେ ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ । ଏଥିପାଇଁ ଆଜି ଓଡ଼ିଶା ଆସୁଛି ବିଜେପିର ୪ଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ରେ ରହିଛନ୍ତି ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡଖଣ୍ଡରୁ ରାଜ୍ୟସଭା ସାଂସଦ ସମୀର ଓରାଙ୍ଗ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ । ଟିମର ସଦସ୍ୟ ମାନେ ସମ୍ବଲପୁରରେ କ୍ଷେତ୍ର ପରିଦର୍ଶନ କରିବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ। ..

Advertisment

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ପୂର୍ବରୁ ଗୁଇନ୍ଦା ବିଭାଗର ଆଗୁଆ ଚେତାବନୀକୁ ଅଣଦେଖା କଲା କି ପୋଲିସ ଏବଂ ଗୃହ ବିଭାଗ ? ଶୋଭାଯାତ୍ରା ପାଇଁ ଟିକିନିଖି ତଥ୍ୟ ଦେଇ ଗୁଇନ୍ଦା ବିଭାଗ ଚେତାଇ ଦେଇଥିଲେ ବି କାହିଁକି ଘଟିଲା ହିଂସା ? ତାକୁ ନେଇ ଏବେ ଛିଡ଼ା ହୋଇଛି ବିବାଦ । କେବଳ ରାଜ୍ୟ ଗୁଇନ୍ଦା ବିଭାଗ ନୁହଁ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଥିଲା ।

ସମ୍ବଲପୁର ଏସ୍.ପି ବି କହିଥିଲେ ସମ୍ବଲପୁର ହିଂସା ଯୋଜନାବଦ୍ଧ ଥିଲା । ଏସବୁ ସୱେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାକୁ ନେଇ ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର । ସେପଟେ ପ୍ରାୟ ୨୦ ଦିନର ଟେନ୍‌ସନ୍ ପରେ ଗତକାଲି କର୍ଫ୍ୟୁ ମୁକ୍ତ ହୋଇଛି ସମ୍ବଲପୁର ସହର । ସ୍ୱଭାବିକ ହୋଇଛି ଜନଜୀବନ ।

Advertisment
BJP Central Team Violence
Advertisment
Advertisment