Advertisment

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ

author-image
Chandan Shishu
ଅଦ୍ୟତନ ହୋଇଛି
Jharsuguda Bypoll BJP Candidate Tankadhar Tripathy

Tankadhar Tripathy named BJP candidate for Jharsuguda bypoll

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଗତକାଲି ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହା ପୂର୍ବରୁ ବିଜେଡି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସକଂଗ୍ରେସ ତରୁଣ ପାଣ୍ଡେଙ୍କୁ ମୈଦାନକୁ ଓହ୍ଲାଇଛନ୍ତି।

Advertisment

ରାଜ୍ୟ ବିଜେପିର ପୂବର୍ତନ ଯୁବ ମୋର୍ଚ୍ଚା ସଭାପତି ତଥା ବିଜେପିର ତୁଙ୍ଗ ଯୁବ ନେତାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଟଙ୍କଧର। ପୂର୍ବରୁ ତାଙ୍କ ନାଁକୁ ନେଇ ପ୍ରବଳ ଚର୍ଚ୍ଚା ହେଉଥିଲା। ଗତକାଲି ବିଧିବଦ୍ଧ ଭାବେ କେନ୍ଦ୍ରୀୟ କମିଟି ଟଙ୍କଧରଙ୍କ ନାଁକୁ ଘୋଷଣା କରିଛି। ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ମୈଦାନରେ ତିନି ପ୍ରମୁଖ ଦଳ ନିଜ ନିଜ ଯୋଦ୍ଧାଙ୍କ ନାଁକୁ ଘୋଷଣା କରିଛନ୍ତି।

ସେପଟେ ଝାରସୁଗୁଡ଼ା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିଠାରୁ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କିଶୋର ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ଯେଉଁ ହଲ୍‌ରେ ନାମାଙ୍କନପତ୍ର ଗ୍ରହଣ କରାଯିବ ସେଠାରେ ସିସିଟିଭି ବ୍ୟବସ୍ଥା କରାଯାଇଛି। 

Advertisment
BJP Bypoll
Advertisment
Advertisment