/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681801692.jpg)
Top BJP leaders detained on way to violence-hit Sambalpur
ସମ୍ବଲପୁର ଯାଉଥିବା ବିଜେପି ନେତା ଥାନାରେ ଅଟକ । ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରରେ ବିଜେପି ନେତାଙ୍କୁ ପୋଲିସ ଅଟକାଇଛି । ତା’ପରେ ନେତାଙ୍କୁ ଠେଲକୁଲି ଥାନାକୁ ନେଇ ଅଟକ ରଖିଛି ସମ୍ବଲପୁର ପୋଲିସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସବୁ ନେତା ଏବେ ଅଟକ ଅଛନ୍ତି । ତେବେ ୧୪୪ ମାନୁନଥିବାରୁ ବିଜେପି ନେତାଙ୍କୁ ଅଟକାଇଥିବା କହିଛନ୍ତି ଆଡିସନାଲ ଏସପି ।
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାୟକ, କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ଯାଉଥିବା ବେଳେ ଏପରି ଘଟଣା ଘଟିଛି ।
ସେପଟେ ଅଟକ ରଖିବା ପରେ ବିଜେପି ରାଜ୍ୟ ସଭାପତି କଡ଼ା ମନ୍ତବ୍ୟ ଦେଇଛନ୍ତି । ନବୀନ ବାବୁ ଆମ ଛାଇ ଦେଖି ଡରିଲେଣି ବୋଲି ସେ କହିଛନ୍ତି । ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ପୋଲିସର ଅଧିକାରକୁ ତଣ୍ଟିଚିପି ହତ୍ୟା କରିସାରିଲେଣି ।’
ସେହିପରି ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କାହା ନିର୍ଦ୍ଦେଶରେ ପୋଲିସ ଏସବୁ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ‘ ମୁଁ ଜଣେ କେନ୍ଦ୍ରମନ୍ତ୍ରୀ ତଥା ଜଣେ ଆଦିବାସୀ ବ୍ୟକ୍ତି । ମୃତାହତ ଲୋକ ବି ଆଦିବାସୀ । ହସ୍ପିଟାଲରେ ଚିକିତ୍ସାଧୀନ ଆଦିବାସୀ ପିଲାଟିକୁ ଭେଟିବାକୁ ଯାଉଥିଲି । କାଲି ଠାରୁ ଗସ୍ତ ସମ୍ପର୍କରେ ପ୍ରଶାସନକୁ କୁହାଯାଇଥିଲା, ହେଲେ କାହିଁକି ଅଟକାଉଛନ୍ତି । ଏସବୁ ଯାହା ହେଉଛି, ବ୍ରିଟିଶ ଶାସନ ଠାରୁ ବି ଅଧିକ ଲାଗୁଛି । ଅତି ଦୁର୍ଭାଗ୍ୟଜନକ ଘଟଣା, ଏହାକୁ ସଂସଦରେ ଉଠାଯିବି ବୋଲି କହିଛନ୍ତି ।’
#ବିଜେପି_ଟିମ୍କୁ_ରୋକିଲା_ପୋଲିସ
ସମ୍ବଲପୁର ଆସୁଥିବା ବିଜେପି ଟିମ୍କୁ ଅଟକାଇଲା ପୋଲିସ । ଝାରସୁଗୁଡ଼ା-ସମ୍ବଲପୁର ସୀମାନ୍ତ ଶ୍ରୀପୁରା ଛକରେ ରୋକିଲା । #Sambalpur#BJP#OTVpic.twitter.com/x9rlB7cfUt— ଓଟିଭି (@otvkhabar) April 18, 2023
ଆଜି ସକାଳୁ ହିଁ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ଚେକିଂ ଓ ବ୍ଲକିଂ କରୁଥିଲା ପୋଲିସ । ଯାନବାହାନର କଡ଼ାକଡ଼ି ଯାଞ୍ଚ କରିବା ସହିତ ଲୋକଙ୍କୁ ପଚରା ଉଚରା କରୁଥିଲା । କାହିଁକି ଓ କୁଆଡ଼େ ଯାଉଛନ୍ତି ବୋଲି ପଚାରୁଥିଲା । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)