/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682596686.jpg)
Congress Leader Bijay Patnaik
ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାରଙ୍କ 5T ବିଭାଗ। କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଫାଇଭ-ଟି ଦୁର୍ନୀତି ମୁକ୍ତ କରିବାକୁ ନୁହେଁ ବରଂ ବିଜେଡିକୁ ଜିତାଇବାକୁ ତିଆରି ହୋଇଛି। ସମସ୍ତ ସରକାରୀ କଳ ୫ଟି ଅଧିନରେ ଥିବାବେଳେ ସରକାରୀ କର୍ମଚାରୀଙ୍କୁ ଦଳୀୟ କାମରେ ଲଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଫାଇଭ-ଟିର ଭିନ୍ନ ଅର୍ଥ ବି ପ୍ରେସମିଟରେ ପ୍ରକାଶ କରିଛନ୍ତି ବିଜୟ ପଟ୍ଟନୟକ । 5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ରତ୍ନ ଭଣ୍ଡାରରେ ରତ୍ନ ଅଛି କି ନାହିଁ ସମସ୍ତେ ଜାଣିବା ଦରକାର ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା
ସେପଟେ ବିଜେପି ମଧ୍ୟ ଫାଇଭଟି ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲିକ କହିଛନ୍ତି, ଫାଇଭ-ଟି ଗଠନର ଉଦେଶ୍ୟ ଠାରୁ ବାସ୍ତବତା ଭିନ୍ନ। ଦୁର୍ନୀତି ଭ୍ରଷ୍ଟାଚାରକୁ ଆଇନଗତ କରିବା ପାଇଁ ଫାଇଭ-ଟି ତିଆରି ହୋଇଛି। ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ହେଲା ଫାଇଭ-ଟି କଣ କରୁଛି ବୋଲି ପ୍ରଶ୍ନ କରିଛି ଦଳ। ତେବେ ବିରୋଧୀଙ୍କ ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)