ଦିଲ୍ଲୀ ସର୍ଭିସ୍ ବିଲ୍କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା ।
ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।
ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।
ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।
ଆଗାମୀ ଦିନରେ ପାଣ୍ଡିଆନ ହିଁ ଟିକେଟ ଫାଇନାଲ କରିବେ ବୋଲି ମଧ୍ୟ ବିରୋଧୀ ଦଳ ସିଧାସଳଖ କହୁଛନ୍ତି । ଆଉ ଏହି ଟିକେଟ ଲୋଭରେ ଜଣେ ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।
ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେପିର ଚାଣକ୍ୟ ଓ ବିଜେଡି ସୁପ୍ରିମୋ। ପରସ୍ପରକୁ ଭୁରି ଭୁରି ପ୍ରଶଂସା ସହ ଧନ୍ୟବାଦରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା।
ଦିଲ୍ଲୀ ବିଲ୍କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଲୋକସଭାରେ ପ୍ରତିକ୍ରିୟା ରଖିଲେ ସାଂସଦ ପିନାକୀ ମିଶ୍ର ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରାଯିବ ।
ନବୀନ ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା, ତଥାଗତ ମାରିଲେ ତେରଛା ବାଣ ।
ଦିଲ୍ଲୀ ବିଲ୍ ରେ ମୋଦି ସରକାରଙ୍କୁ ବିଜେଡିର ସମର୍ଥନ । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ।
ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ପିଟିଆଇର ଖବର । ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ସମର୍ଥନ କରିବ ବିଜେଡି ।
ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।
ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ ବିଲ୍ ପାସ୍ ବେଳେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସଙ୍ଗକୁ ନେଇ ରାଜନୀତି ବଢୁଥିବା ବେଳେ ବିଜେଡି କହିଛି, ଏ ସଂପର୍କରେ ଦଳର ସୁପ୍ରିମୋ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।...
ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ
କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ।
ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ? କେବଳ ୨୪ ନିର୍ବାଚନ ବୈତରଣୀ ପାର ହେବାକୁ ମହିଳା କାର୍ଡ ଖେଳୁଛନ୍ତି କି ନବୀନ? ବିଲ୍ ଆଣିବାକୁ ରାଜ୍ୟସଭାରେ ପୁଣି ଥରେ ବିଜେଡିର ଜୋରଦାର ଦାବିକୁ ନେଇ ଘେରିଲେ ବିରୋଧୀ ।
ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।
ଏସବୁ ଭିତରେ କିନ୍ତୁ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜେଡିରେ ନେତାମାନେ ଅମଙ୍ଗ ହେଉଥିବାରୁ ବଢିଛି ଦଳର ଚିନ୍ତା ।
ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର ।
ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍ ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।