Advertisment

ଦୀପାବଳି ପରଦିନ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରଣ

ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି।

author-image
Santosh Kumar Sahoo

ଘନଉଛି ଗଞ୍ଜାମ ପଲିଟିକ୍ସ। ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା। ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍। କିଏ ସେ ଗ୍ୟାଙ୍ଗ ଅଫ୍ ଫାଇଭ, ଏନେଇ ସ୍ପଷ୍ଟ କହିନଥିଲେ ମଧ୍ୟ ତୃତୀୟ ମହଲା ଅଫିସର ଗୋଷ୍ଠୀକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ପ୍ରଦୀପ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଅନ୍ତୁଡିଶାଳ ପାଲଟିଥିବା ଅଭିଯୋଗ କରିଛନ୍ତି। ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି।

Advertisment
Odisha BJD Pradeep Panigrahi
Advertisment
Advertisment