ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ ।
ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନଙ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେବି ବୋଲି କହିଛନ୍ତି । ଏହାସହ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି । ତେବେ ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ମୁଁ ଦୁଇ ଥରର ବିଧାୟକ, ମୋର ଯୋଗ୍ୟତା ଥିବା ସେ ପ୍ରକାଶ କରିଛନ୍ତି ।
Also Read
ସେପଟେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ।..
ସାଲୁଗା ପ୍ରଧାନ ହୋଇପାରନ୍ତି ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ..କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନ..୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ..#SalugaPadhan #Assembly #Odisha #OTV pic.twitter.com/B9wasT4dB5
— ଓଟିଭି (@otvkhabar) November 20, 2023
ଅନ୍ୟପଟେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଆଉ କିଛି ସମୟ ପରେ ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକରେ ସବିଶେଷ ଭାବେ ଆଲୋଚନା କରାଯିବ ।