ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।
ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।
କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।
ବିପ୍ଲବ ପାତ୍ର ବନାମ୍ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା । ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି ।
କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।
ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା ।
ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ ।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର ।
ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।
5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।
ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।
5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।
ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’
ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’
ଏହାସହ କୋଭିଡ୍ ସମୟରେ ତାଙ୍କର ମନ୍ତବ୍ୟକୁ ନେଇ 5T ସଚିବ ଯେଉଁକଥା କହିଥିଲେ, ତା’ର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି ।
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।
ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାର ବାଡ଼ ଦେଇ ଏହାକୁ ଘେରାବନ୍ଦୀ କରାଯାଇଛି।
5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।
ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।