Advertisment

କିଏ ଧରିବେ ପୁରୀ ଜିଲ୍ଲା ବିଜେଡି ମଙ୍ଗ ? ମହେଶ୍ୱରଙ୍କ ଅବର୍ତ୍ତମାନରେ ବିଜେଡିକୁ ପୁରୀ ଚ୍ୟାଲେଞ୍ଜ୍

ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ।

author-image
Santosh Kumar Sahoo
undefined

Who Will Lead Puri BJD

ମହେଶ୍ୱରଙ୍କ ପରେ ବିଜେଡିକୁ ଘାରିଛି ପୁରୀ ଜିଲ୍ଲା ଟେନସନ୍ । ବିବାଦକୁ ଆସିବା ପରେ କିଛିଦିନ ତଳେ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଥିଲେ ସମୀର ଦାଶ। ଏପଟେ ପୁଣି ପିନାକୀ ଓ ସଞ୍ଜୟଙ୍କ ମଧ୍ୟରେ ଅପଡ଼। ତେଣେ ସତ୍ୟବାଦୀରେ ଉମା ସାମନ୍ତରାୟଙ୍କ ହାତରୁ ସଙ୍ଗଠନ ଖସୁଥିବାଚର୍ଚ୍ଚା ହେଉଛି। ତେଣୁ ଏବେ ଚର୍ଚ୍ଚା, କିଏ ନେବ ମହେଶ୍ୱରଙ୍କ ସ୍ଥାନ ? ପୁରୀରେ କିଏ ଧରିବ ବିଜେଡି ମଙ୍ଗ?

Advertisment

ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ। ହେଲେ ଢେର୍ ଦିନ ହେଲା ସାଂସଦ ପିନାକୀ ମିଶ୍ରଙ୍କ ସହ ସଞ୍ଜୟଙ୍କ ବିବାଦ ରହିଛି। ଏମିତି କି କିଛି ଦିନ ତଳେ ଉଭୟଙ୍କ ସମର୍ଥକ ହାତାହାତି ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଖାଲି ପିନାକୀ ନୁହନ୍ତି, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ସହ ଭିତିରି ବୁଝାମଣା ଠିକ୍ ନାହିଁ। ସତ୍ୟବାଦୀରେ ଉମାଙ୍କ ହାତରୁ ଖସି ଯାଇଛି ବ୍ଲକ୍ ଆଉ ଜିଲ୍ଲା ପରିଷଦ ଆସନ। ଚର୍ଚ୍ଚା ହେଉଛି ଏହାର ସୁଯୋଗ ନେଇ ସଞ୍ଜୟ ସତ୍ୟବାଦୀକୁ ଫେରିବାକୁ ଚାହୁଁଥିବାରୁ ଉମା ଆଉ ସଞ୍ଜୟଙ୍କ ମଧ୍ୟରେ ଭିତିରିଆ ବିବାଦ ଚାଲିଛି। ଏମିତି ସ୍ଥିତିରେ ପୁରୀ ଜିଲ୍ଲାରେ କାହାକୁ ଦାୟିତ୍ୱ ଦେବେ ନବୀନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ମହେଶ୍ୱର ମହାନ୍ତିଙ୍କ ଲିଗାସିକୁ ଆଗକୁ ନେବ କିଏ? ଚର୍ଚ୍ଚା ହେଉଛି କିଛିଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ରହୁଥିବା ପୁଅ ସୁନୀଲ ମହାନ୍ତିଙ୍କୁ ଦଳ ସୁଯୋଗ ଦେଇପାରେ । ଅନ୍ୟପକ୍ଷରେ ପରବର୍ତ୍ତୀ ଜିଲ୍ଲା ବିଜେଡି ସଭାପତି ଯିଏ ହେବେ ତାଙ୍କ ଆଗରେ ରହିଛି ଅନେକ ଚାଲେଞ୍ଜ । କାହିଁକି ନା ପୁରୀରେ ବଢୁଛି ବିଜେପି । ଏକଦା ବିଜେଡି ଗଡ ଥିବା ପୁରୀରେ ୧୯ ନିର୍ବାଚନରେ ଧସେଇ ପଶିଥିଲା ବିଜେପି। ମହେଶ୍ୱରଙ୍କ ଆସନ ପୁରୀ ବିଧାନସଭାରେ ବିଜେପିର ଜୟନ୍ତ ଷଡ଼ଙ୍ଗୀ ଜିତିଥିବା ବେଳେ ବ୍ରହ୍ମଗିରିରେ ପରାସ୍ତ ହୋଇଥିଲେ ହେଭିୱେଟ୍ ସଂଜୟ। ଏପଟେ ମାତ୍ର ୧୨ ହଜାର ଭୋଟରେ ହାରିଥିଲେ ବିଜେପିର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଏସବୁଠୁ ଅଧିକ ଚାଲେଞ୍ଜ ହେଲା ଦଳ ଭିତରେ ବିଦ୍ରୋହ ଆଉ ଗୋଷ୍ଠୀ କନ୍ଦଳ। ଜିଲ୍ଲାର ପ୍ରାୟ ସମସ୍ତ ନର୍ବାଚନ ମଣ୍ଡଳୀରେ ସମାନ୍ତରଳ ସଂଗଠନ ତିଆରି ହେଲାଣି।

Advertisment

୨୪ରେ ରୋଚକ ହୋଇପାରେ ପୁରୀ ରାଜନୀତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତାକୁ ଆଧାର କରି ନବୀନ ଏଠାରୁ ନିର୍ବାଚନ ଲଢନ୍ତୁ ବୋଲି କିଛି ଦିନ ତଳେ ଦଳୀୟ ନେତା ପ୍ରସ୍ତାବ ଦେଇଥିଲେ। ଏମିତି ସ୍ଥିତିରେ ମହେଶ୍ୱରଙ୍କ ଅବର୍ତ୍ତମାନରେ କାହା କାନ୍ଧରେ ବିଜେଡି ଦାୟିତ୍ୱ ଦେଉଛି ତା ଉପରେ ନଜର।

Odisha Puri BJD
Advertisment
Advertisment