Advertisment

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂ

ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଦଳରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ରଜନୀକାନ୍ତଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବି ଆଶାୟୀ ଅନେକ ।

author-image
Santosh Kumar Sahoo

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂହ। ଏବେ ସମ୍ଭାଳିବେ ଦଳୀୟ ସଂଗଠନ। ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି। ଅନୁଗୁଳର ସମସ୍ତ ୫ ବିଧାନସଭାରେ ଅଛନ୍ତି ବିଜେଡି ବିଧାୟକ। ତଥାପି ଦଳ ପାଇଁ ଚାଲେଞ୍ଜ ଗୋଷ୍ଠୀ କନ୍ଦଳ। ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଦଳରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ରଜନୀକାନ୍ତଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବି ଆଶାୟୀ ଅନେକ । କିଛି ଦିନ ତଳେ ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ମଧ୍ୟ ପଦଯାତ୍ରା ସମୟରେ ଦଳ ଭିତରୁ ବିରୋଧ କରାଯାଇଥିଲା। ଜିଲ୍ଲାରେ ବିଗୁଡୁଥିବା ସ୍ଥିତିକୁ ମ୍ୟାନେଜ କରିବା ପାଇଁ ଚାରି ଚାରି ଥରର ବିଧାୟକ ରଜନୀକାନ୍ତଙ୍କ ଉପରେ ସୁପ୍ରିମୋ ଆସ୍ଥା ପ୍ରକଟ କରିଥିବା କୁହାଯାଉଛି।

Advertisment
Angul BJD Odisha
Advertisment
Advertisment