• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Harbhajan Singh
ଏବେ କୋଲକତା ପାଇଁ ଖେଳୁଛନ୍ତି ହରଭଜନ, ହେଲେ ପ୍ରଶଂସା କରୁଛନ୍ତି ମୁମ୍ବାଇର..

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବାଇ ଆରସିବି ବିପକ୍ଷରେ ହାରିଥିବା ବେଳେ କେକେଆର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଚେଷ୍ଟା କରିବ। ଏହି ମ୍ୟାଚରେ ଦଳ କ୍ରିସ୍ ଲିନଙ୍କ ସ୍ଥାନରେ କିଟ୍ଟନ ଡି କକଙ୍କୁ ସାମିଲ କରିଛି। ମ୍ୟାଚ୍ ପୂର୍ବରୁ […]

  • Thursday, 22 July 2021
prithvi-sh Prachi Singh
ପୃଥ୍ୱୀ ଶ’ଙ୍କ ଧୁଆଁଧାର ଅର୍ଦ୍ଧଶତକ ଇନିଂସ ଦେଖିଲେ ଗର୍ଲଫ୍ରେଣ୍ଡ ପ୍ରାଚୀ, ସୋସିଆଲ ମିଡିଆରେ ରଖିଲେ ନିଜର ପ୍ରତିକ୍ରିୟା...

ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଫୃଥ୍ୱୀ ଶ’ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଚମତ୍କାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ମ୍ୟାଚରେ ସେ ଧୁଆଁଧାର ଅର୍ଦ୍ଧଶତକ ମାରି ସମସ୍ତଙ୍କ ମନ କିଣିଛନ୍ତି।

  • Thursday, 22 July 2021
DHONI- Rishav
ହାର୍‌ ମାନିଲେ ଗୁରୁ ମହେନ୍ଦ୍ର ସିଂହ ଧୋନି, ଦମଦାର ବ୍ୟାଟିଂ ସହ ଏକ ପାଖିଆ ମ୍ୟାଚ୍ ଜିତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଗୁରୁ-ଚେଲା ଲଢ଼େଇରେ ବାଜି ମାରିଲେ ଚେଲ୍ଲା। ଆଇପିଏଲ୍‌ ଚଳିତ ସିଜିନ୍‌ରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି। ଚେନ୍ନାଇକୁ ୭ ୱିକେଟ୍‌ରେ ହରାଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହି ବିଜୟର ମୁଖ୍ୟ ଆକର୍ଷଣ ଥିଲେ ଶିଖର ଧୱନ ଓ ପୃଥ୍ୱୀ ଶ’। ଶନିବାର ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନା ସାମ୍ନି ହୋଇଥିଲେ। ଚେନ୍ନାଇର ନେତୃତ୍ୱ ନେଇଥିଲେ ଗୁରୁ ମହେନ୍ଦ୍ର […]

Dhoni
ଆରମ୍ଭରୁ ଧୋନି ଫ୍ଲପ୍ ! ଦିଲ୍ଲୀ ପାଇଁ ଲୋଡ଼ା ୧୮୯ ରନ୍, ଧାୱନଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ୧୮୮ ରନରେ ସୀମତ ରହିଲା ଚେନ୍ନାଇ ସୁପର କିଙ୍ଗ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୯ ରନର ବିଜୟ ଳକ୍ଷ୍ୟ। ମୋଟ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୮ ରନ କରିବାରେ ସଫଳ ହୋଇଛି। ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେଣୁ ବ୍ୟାଟ ଧରି ମଇଦାନକୁ […]

Dhoni- Rishav
ପ୍ରଥମ ମ୍ୟାଚରେ ଗୁରୁ ଧୋନିଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ପନ୍ଥ, ମ୍ୟାଚ୍ ପୂର୍ବରୁ ଧୋନିଙ୍କୁ ନେଇ କହିଲେ...

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ୍ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇଟିଂ ହେବ । ଏହି ମ୍ୟାଚ ଅଧିକ ରୋମାଞ୍ଚକର ହେବ ବୋଲି କ୍ରୀଡ଼ାବିତ ମାନେ ଆଶଙ୍କା କରିଛନ୍ତି। କାରଣ ଏହି ମ୍ୟାଚରେ ଧୋନି ଏବଂ ରିସଭ ପନ୍ଥ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କୁ ଗୁରୁ-ଚେଲା ବୋଲି ସମ୍ବୋଧନ କରାଯାଉଛି। ରିସଭ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଥିବା ବେଳେ ଚେନ୍ନାଇର ନେତୃତ୍ୱ ନେଉଛନ୍ତି […]

mumbai Indians Virat Kohli
ପରମ୍ପରା ବଜାୟ ରଖିଲା ମୁମ୍ବାଇ, ପ୍ରଥମ ମ୍ୟାଚରେ ବାଙ୍ଗଲୋର ଆଗରେ ଚିତପଟାଙ୍ଗ୍

ପୁଣି ପ୍ରଥମ ମ୍ୟାଚରେ ପରାଜୟ ସ୍ୱୀକାର କଲା ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୯ଟି ୱିକେଟ ହରାଇ ୧୫୯ ରନ କରିଥିଲା। ଏହା ପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାଙ୍ଗଲୋର। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। […]

  • Thursday, 22 July 2021
Maxwell_Kohli_0
ବାଙ୍ଗଲୋର ଆଗରେ ୧୬୦ ରନର ଲକ୍ଷ୍ୟ, କୋହଲି-ମ୍ୟାକ୍ସୱେଲ ଜବରଦସ୍ତ ଫର୍ମରେ

ଶୁକ୍ରବାର ଆରମ୍ଭ ହୋଇଯାଇଛି ଆଇପିଏଲ ମହାକୁମ୍ଭ। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୫୯ ରନ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ ଲିନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି। ଏହା ପଛକୁ ଇଶାନ କିଷାନ ୨୮ ରନ୍ କରିଥିବା ବେଳେ ଅଧିନାୟକ […]

  • Thursday, 22 July 2021
mumbai Indians Virat Kohli
୮ ବର୍ଷ ହେଲା ପରାଜୟ ସ୍ୱୀକାର କରୁଛି ମୁମ୍ବାଇ ! ଏଥର ପ୍ରଥମ ମ୍ୟାଚରେ ଭାଙ୍ଗିବ କି ପରମ୍ପରା ?

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି। ଏବେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ ଆଇପିଏଲ-୨୦୨୧। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବରରେ ୟୁଏଇ ଗ୍ରାଉଣ୍ଡରେ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ ହୋଇଥିଲା। ଏଥିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ସବୁଠାରୁ ଅଧିକ ଥର ଚାମ୍ପିଅନ ହୋଇଥିବା ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ତେବେ ସବୁଠାରୁ ବଡ଼ କଥା […]

  • Thursday, 22 July 2021
Dhoni
ଧୋନିଙ୍କ ପାଇଁ ଏହା ଶେଷ IPL ! ଚେନ୍ନାଇ ସୁପର କିଙ୍ଗସ ସିଇଓ ଦେଲେ ବଡ଼ ବୟାନ..

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସବୁବେଳେ ଧୋନିଙ୍କ ଫୋକସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ହିଁ ରହିଛି। ଆଇପିଏଲର ଏହି ୧୪ତମ ସଂସ୍କରଣରେ ଧୋନିଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିପାରେ। କାରଣ ଧୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଲମ୍ବା ଲମ୍ବା ସଟ୍ ଖେଳିବା ସହ ଚମତ୍କାର ୱିକେଟ […]

Mahendra Singh Dhoni
ଭାଇରାଲ ହେଉଛି ଧୋନିଙ୍କ ଭିଡିଓ, ଆଇପିଏଲ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଚମତ୍କାର ଫର୍ମରେ ମାହି ଟିମ୍..

ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]

Virat Kohli
ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]

Gautam Gambhir
IPL 2021: ଗମ୍ଭୀରଙ୍କ ଭବିଷ୍ୟବାଣୀ, ଏଥର ଚେନ୍ନାଇ ସୁପର କିଙ୍ଗ୍ସ ପହଞ୍ଚି ପାରିବନି ପ୍ଲେ-ଅଫରେ

ଆଇପଇଲ୍ ଅନ୍ ଦ ୱେ । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ । ତେବେ ଏହା ପୂର୍ବରୁ ଆରମ୍ଭ ହେଇଛି ବାଦବିବାଦ । ଚେନ୍ନାଇ ସୁପରକିଙ୍ଗସକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଦେଇଛନ୍ତି ବିବାଦୀୟ ବୟାନ। ସେ ଏବେଠୁ ଭବିଷ୍ୟବାଣୀ କରିଛନ୍ତି ଯେ, ଏଥର ଧୋନୀଙ୍କ ଟିମ୍ ଚେନ୍ନାଇ ୫ ନମ୍ବର ସ୍ଥାନରେ ରହିବ । ଏମିତିକି ସିଧାସଳଖ ସେ କହିଛନ୍ତି ପ୍ଲେ-ଅଫରେ ମଧ୍ୟ […]

samson-1
ପୁଅର କ୍ରିକେଟ୍ କ୍ୟାରିୟର ପାଇଁ ବାପା ଛାଡ଼ିଥିଲେ ପୋଲିସ ଚାକିରି, ପୁଅ ଆଜି IPL ଟିମ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳର ଦାୟିତ୍ୱ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁସାମସନଙ୍କୁ ଦିଆଯାଇଛି । ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ୨୦୧୭ ଆଇପିଏଲରେ ର୍ଚଚ୍ଚାକୁ ଆସିଥିଲା । ସେ ଆଇପିଏଲର ଦଶମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବେଳେ ମାତ୍ର ୬୩ ବଲରେ ଧୁଆଁଧାର ଶତକ ସହ ୧୦୨ ରନ୍ କରିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ […]

kiran-more-fb
ବଲିଉଡ୍ ପରେ ଏବେ କ୍ରିକେଟ୍ ଜଗତରେ କରୋନା କହର, ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା

ମୁମ୍ବାଇ: ସାରା ଦେଶରେ ଏବେ କରୋନା କହର । ଚିନ୍ତାରେ ପୁରା ଦେଶ । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ ଖେଳାଇଛି ଆତଙ୍କ । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ […]

Glenn Maxwell
ପଞ୍ଜାବ ରଖିଲାନି ବାଙ୍ଗଲୋର କିଣିନେଲା, ଏବେ ଚମତ୍କାର ରିଭର୍ସ ସ୍ୱିପ ଖେଳୁଛନ୍ତି ମ୍ୟାକ୍ସୱେଲ୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର୍ ଲିଗରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା। ଗତ ବର୍ଷ ମଧ୍ୟ ତାଙ୍କର ପ୍ରଦର୍ଶନ ଖୁବ୍ ଖରାପ ଥିଲା। ଯେଉଁଥିପାଇଁ କିଙ୍ଗସ ଇଲେଭେନ୍ ପଞ୍ଚାବ ତାଙ୍କୁ ଏଥର ନିଲାମ ପାଇଁ ରିଲିଜ କରିଦେଇଥିଲା। କିନ୍ତୁ ଗତ ଫେବ୍ରୁଆରୀରେ ହୋଇଥିବା ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାକ୍ସୱେଲଙ୍କୁ  ୧୪.୨୫ କୋଟି ଟଙ୍କାରେ କିଣି ନିଜ ଟିମରେ ସାମିଲ କରିଛି। ବାଙ୍ଗଲୋର ନିଜ ଟିମର ମିଡିଲ ଅର୍ଡର ମଜଭୁତ୍ କରିବାକୁ ଚାହୁଁଛି। ତେଣୁ ସେ […]

  • Thursday, 22 July 2021
liton ..
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବାଂଲାଦେଶ କ୍ରିକେଟରଙ୍କ ପତ୍ନୀ ଆହତ

ଢାକା: ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁ ବାଂଲାଦେଶ କ୍ରିକେଟର ଲିଟନ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ଦେବଶ୍ରୀ ଚା’ ପ୍ରସ୍ତୁତ କରିବା ପାଇଁ ରୋଷଇ ଘରକୁ ଯାଇଥିଲେ। ଏହି ସମୟରେ ସେ ଯେତେବେଳେ ଗ୍ୟାସ ଚୁଲ୍ଲା ଅନ କରିଥିଲେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ତାଙ୍କର ଡାହାଣ ହାତ ଜଳି ଯାଇଛି। ଏହି ଘଟଣାକୁ ନେଇ ଦେବଶ୍ରୀ କହିଛନ୍ତି, ଏହି ଦୁର୍ଘଟଣାକୁ ମୁଁ କେବେବି […]

  • Thursday, 22 July 2021
dd-2
ଏଣିକି ସର୍ବାଧିକ ୪ଟି ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ପାକ କ୍ରିକେଟର: PCB

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଖେଳାଳିଙ୍କ ପାଇଁ ନୂଆ ନୋ ଅବଜେକସନ ସାର୍ଟିଫିକେଟ ବା ଏନଓସି ଜାରି କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଜଣେ ଖେଳାଳି ସର୍ବାଧିକ ୪ଟି ଫରେନ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଏହି ଲିଗ୍‌ ଗୁଡ଼ିକରେ ପାକିସ୍ତାନ ସୁପର ଲିଗ(ପିଏସ୍‌ଏଲ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପିସିବି ଏକ ମିଡିଆ ବିବୃତିରେ କହିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ଅପରେସନ ବିଭାଗ, ଜାତୀୟ ଟିମ୍‌ର ମୁଖ୍ୟ କୋଚ, ଟିମ୍‌ ମ୍ୟାନେଜମେଣ୍ଟ ସହ ଆଲୋଚନା କରାଯାଇ […]

  • Thursday, 22 July 2021
ba4mof78_sachin-tendulkar-afp_625x300_25_March_20_1
କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ ମାଷ୍ଟର୍ ବ୍ଲାଷ୍ଟର୍‌

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ସଚିନ କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ମୋଟ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଟିଆଇ ପକ୍ଷରୁ ଜଣେ ବ୍ୟକ୍ତି ନିଜ ନାଁ ଗୁପ୍ତ ରଖି କହିଛନ୍ତି, ସଚିନ, କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ […]

  • Thursday, 22 July 2021
football
କରୋନା ନେଲା ଏହି ଫୁଟବଲରଙ୍କ ଜୀବନ

ଲଣ୍ଡନ: କରୋନା ନେଲା ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍‌-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା କନଫେଡେରେସନ୍ ଅଫ ଆଫ୍ରିକାନ୍ ଫୁଟବଲ୍ (ସିଏଏଫ୍‌) ଓ ସୋମାଲି ଫୁଟବଲ୍ ଫେଡେରେସନ୍ (ଏସଏଫଏଫ୍‌) ସ୍ପଷ୍ଟ କରିଛି। ଫାରା, ସୋମାଲିଆନ୍ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଭାବେ କାମ କରୁଥିଲେ। ଫେବୃଆରୀ ୧୫, ୧୯୬୧ରେ ବେଲେଡ୍ୱେନ୍ ଜନ୍ମିତ […]

  • Thursday, 22 July 2021
team india
ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ

ସିଡନୀ: ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ଏହାର ଫାଇଦା ମିଳିଛି। ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୮ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୬ […]

  • Thursday, 22 July 2021
cricket
୭ ୱିକେଟ୍‌ରେ ଭାରତକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ତିନି ଦିନରେ ଶେଷ ହୋଇଯାଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ୍। ଆଉ ଏଥିରେ ହାରିଯାଇଛି ଭାରତ। ନ୍ୟୁଜିଲ୍ୟାଣ୍ଡ ଠାରୁ ୭ ୱିକେଟ୍‌ରେ ଏହି ମ୍ୟାଚ୍ ହାରିଯାଇଛି ଦଳ। ଏହା ସହିତ ଘରୋଇ ଦଳ ଏହି ସିରିଜ୍‌କୁ ୨-୦ରେ ଜିତି ଯାଇଛି। କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିବା ବେଳେ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଦିଆଯାଇଛି। ହେଗଲେ ଓଭାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୨୪୨ […]

  • Thursday, 22 July 2021
Pragyan Ojha
ଅବସର ଘୋଷଣା କଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା।। ଏନେଇ ପ୍ରଜ୍ଞାନ ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି କ୍ରିକେଟରୁ ଅବସର ନେବା ନେଇ ସୂଚନା ଦେଇଛନ୍ତି। ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପ୍ରଜ୍ଞାନ ହାଇଦ୍ରାବଦକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିଥିଲେ। ଟିମ୍‌ ଇଣ୍ଡିଆ ତରଫରୁ […]

  • Thursday, 22 July 2021
virat
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, “ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।” ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ […]

  • Thursday, 22 July 2021
virat
ଏମିତି ରନ୍‌ ଆଉଟ୍‌ କରି ସମସ୍ତଙ୍କୁ ଚକିତ କରିଦେଲେ ବିରାଟ

ହାମିଲଟନ: ଶୂନ୍ୟରେ ଉଡ଼ି ରନ୍‌ ଆଉଟ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ହାମିଲଟନର ସେଡ୍ଡନ ପାର୍କ ଷ୍ଟାଡିୟମରେ ବିରାଟ, ନ୍ୟୁଜିଲ୍ୟାଣ୍ଡ ଓପନର ହେନେରି ନିକୋଲସଙ୍କୁ କରିଥିବା ରନ୍‌ ଆଉଟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକୋଲସ ଅର୍ଦ୍ଧଶତକ ହାସଲ କରିବା ସହ ଅଭିଜ୍ଞ ରସ୍‌ ଟେଲରଙ୍କ ସହ ମିଶି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଅଭିମୁଖେ ନେଇ ଯାଉଥିଲେ। ହେଲେ ବିରାଟ ଚମତ୍କାର ଫିଲ୍ଡିଂ କରି ନିକୋଲସଙ୍କୁ […]

  • Thursday, 22 July 2021
dhoni
ଗୁପ୍‌ଚୁପ୍‌ ପରଷିଲେ ଧୋନି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ପରଷିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ। କାରଣ କଥାଟା ଏମିତି ଯେ କେହିବି ଶୁଣିଲେ ସେମାନଙ୍କୁ ଟିକେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲ୍‌ଦ୍ୱୀପରେ। ଯେଉଁଠି ଧୋନି ଏବେ ପରିବାର ଓ ବନ୍ଧୁଙ୍କ ସହ ଛୁଟି କଟାଉଛନ୍ତି। ଧୋନିଙ୍କ ଗୁପ୍‌ଚୁପ୍‌ ପ୍ରସ୍ତୁତ କରିବାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ […]

  • Thursday, 22 July 2021