Advertisment

ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

author-image
Chandan Shishu
ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

womens Hockey Team

ନୂଆଦିଲ୍ଲୀ: ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଭାରତୀୟ ମହିଳା ଗ୍ରୁପ୍। ଷ୍ଟେଜ୍ ପରାଜୟର ପ୍ରତିଶୋଧ ସହ ବ୍ରୋଞ୍ଜ ମେଡାଲ ହାତେଇବା ଲକ୍ଷ୍ୟରେ ଷ୍ଟାଡିୟମର ବ୍ଲୁ ଟର୍ଫକୁ ଓହ୍ଲାଇଥିଲେ ଓ୍ୱିମେନ୍ ଇନ୍ ବ୍ଲୁ। ଆରମ୍ଭରୁ ସତର୍କ ରହି ଖେଳୁଥିଲା ଭାରତୀୟ ଟିମ୍। ଏହାସତ୍ତ୍ୱେ ୧୬ ଓ ୨୪ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରି ଲିଡ୍ ନେଇଥିଲା ବ୍ରିଟେନ୍। ତେବେ ୨-୦ରେ ପଛୁଆ ଥିବା ଭାରତୀୟ ମହିଳା ଦଳ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିଲେ। ବ୍ରିଟିଶ ଗୋଲଫେଷ୍ଟ ଉପରେ ଘନ ଘନ ଆକ୍ରମଣ କରି ଏହାର ଡିଫେନ୍ସ ଉପରେ ଚାପ ପକାଇଥିଲେ।

Advertisment

ଫଳସ୍ବରୂପ ୨୫ ଓ ୨୬ ମିନିଟରେ ଭାରତକୁ ମିଳିଥିବା ଦୁଇଟି ଯାକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରିି ଖେଳକୁ ସମାନସ୍ତରକୁ ଆଣିଥିଲେ ଡ୍ରାଗ୍ ଫ୍ଲିକର ଗୁରଜିତ କୌର୍। ଖେଳର ୨୯ ମିନିଟ୍ ପରେ ବନ୍ଦନା କଟାରିୟାଙ୍କ ଫିଲ୍ଡ ଗୋଲ୍ ବ୍ରିଟିଶ ଖେଳାଳିଙ୍କୁ ଚକିତ କରିଦେଇଥିଲା। ଫାଷ୍ଟ ହାଫ୍‌ରେ ଭାରତ ୩-୨ ଗୋଲରେ ଅଗ୍ରଣୀ ଥିବା ବେଳେ ତୃତୀୟ କ୍ୱାର୍ଟରର ୩୫ ମିନଟରେ ବ୍ରିଟେନ୍ ଗୋଲ ପରିଶୋଧ କରିଦେଇଥିଲା। ଆଉ ଚତୁର୍ଥ କ୍ୱାର୍ଟରର ୪୮ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା ବ୍ରିଟିଶ ଟିମ୍ ପାଇଁ ନିର୍ଣ୍ଣାୟକ ହୋଇଥିଲା। ପ୍ରବଳ ଉଦ୍ୟମ ସତ୍ତ୍ୱେ ଭାରତୀୟ ଟିମ୍ ଗୋଲ ପରିଶୋଧ କରିପାରିନଥିଲା। ହେଲେ ମହିଳା ଖେଳାଳୀଙ୍କ ଲଢୁଆ ଖେଳ ଦେଶର ହକି ପ୍ରେମୀଙ୍କ ମନ ଜିଣିନେଇଛି।

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ଭାରତୀୟ ଦଳର ସଦସ୍ୟଙ୍କ ସହ କଥାହେବା ବେଳେ ସେମାନଙ୍କ ପ୍ରଦର୍ଶନର ପ୍ରଶଂସା କରିବା ସହ ନିରୁତ୍ସାହିତ ନହେବାକୁ ପରାମର୍ଶ ଦେଇଥିଲେ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ  ଭିଡିଓ କନ୍ଫରେନସିଂ ଜରିଆରେ ଖେଳାଳିଙ୍କ ସହ କଥା ହୋଇ ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଟିମ୍‌ର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଅଲିମ୍ପିକ୍ସ ସେମି ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଛି ରାଣୀ ରାମପଲଙ୍କ ନେତୃତ୍ୱାଧୀନ ଟିମ୍।

PM Modi Hockey India Tokyo Olympic Odisha
Advertisment
Advertisment