• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ ।

  • ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ ।

  • ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ । 

ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ । ଟୁଇଟ୍ ଯୋଗେ ସୂଚନା ଦେଲେ କ୍ରୀଡ଼ା ସଚିବ ଆର୍. ଭୀନିଲକ୍ରିଷ୍ଣା । ଏସିଆନ୍‌ ଆଥଲେଟିକ୍ସ ୨୦୧୭ ଚାମ୍ପିଅନ୍‌ସିପ୍‌ ବେଳେ ନୀରଜ ଥିଲେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ।

କାଳିଙ୍ଗ ଷ୍ଟଡିୟମ ଗ୍ରାଉଣ୍ଡରେ ଜାଭେଲିନ୍‌ ଥ୍ରୋ ଅଭ୍ୟାସ କରିଥିଲେ ନୀରଜ ଚୋପ୍ରା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ରହିଛି ତାଙ୍କ ଫଟୋ । ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ ୨୦୧୭ରେ ପଦକ ଜିତିବା ପରେ ମଞ୍ଚ ଉପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ନୀରଜଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଭାରତ ପାଇଁ ଇତିହାସ ରଚିଛନ୍ତି ଆଥଲେଟ୍‌ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ରୁ ଅଧିକ ବର୍ଷ ମଧ୍ୟରେ ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତ ଜିତି ନ ଥିଲା ସ୍ୱର୍ଣ୍ଣ । ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନିରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣପଦକ । 

ପ୍ରଥମ ରାଉଣ୍ଡରେ ୮୭.୦୩ ମିଟର ଥ୍ରୋ କରି ନୀରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ । ହେଲେ ତୃତୀୟ ରାଉଣ୍ଡରେ ୭୬.୭୯ ମିଟର ଥ୍ରୋ କରି ନୀରଜ ଟିକେ ଧିମା ହୋଇଯାଇଥିଲେ । ସବୁଠାରୁ ବଡ଼ କଥା ହେଲା ଏହା ପରେ ନୀରଜଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ଚତୁର୍ଥ ରାଉଣ୍ଡରେ ତାଙ୍କ ପ୍ରୟାସ ଫାଉଲ ରହିଥିଲା । ଏହାପରେ ପଞ୍ଚମ ଥ୍ରୋ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ତାହା ମଧ୍ୟ ଫାଉଲ୍‌ରେ କାଉଣ୍ଟ ହୋଇଥିଲା । ହେଲେ ସେ ଦ୍ୱିତୀୟ ରାଉଣ୍ଡରେ ଫିଙ୍ଗିଥିବା ଦୂରତାକୁ କେହି କାଟି ପାରିନଥିଲେ । ଶେଷରେ ସେ ସ୍ୱର୍ଣ୍ଣ ବିଜେତା ଭାବେ ଘୋଷିତ ହୋଇଥିଲେ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।