
ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି ।
ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚାଲିଛି ଚିକିତ୍ସା ।
ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।
୨୮ ତାରିଖ ପୂର୍ବରୁ ନଶୁଣିଲେ ଆନ୍ଦୋଳନ ଚେତାବନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି କହିଲା ଗଜପତିଙ୍କୁ ଭେଟିବୁ ।
ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।
ପୁରୀରେ ହେବ କି ମୋଦି-ନବୀନ ଲଢ଼େଇ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ..
୨୪ ଭୋଟ୍ ରାଜନୀତିର ଏପିସେଣ୍ଟର ହେବ କି ଜଗନ୍ନାଥ ଧାମ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ୍ ?
ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା ।
‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।
୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ।
ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।
ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ
ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।
ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା ଭିତରେ ବିଜେଡ଼ିରୁ ଯେଭଳି ବହିଷ୍କାର କରାଗଲା, ତାକୁ ନେଇ ଏବେ ତୀବ୍ର ହୋଇଛି ବିବାଦ। ଅପରପକ୍ଷେ ପୁରୀରେ କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ହୋଇଥିଲେ ବିଜେଡ଼ିର ୨ ଗୋଷ୍ଠୀ । ଯେଉଁଠି ସୁପ୍ରିମୋ ନବୀନଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା ।
ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ ।
ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।
ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?
ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ କାରସାଦି କରୁଥିବା ତଥ୍ୟ ପ୍ରମାଣ ସହ ମଠାଧୀଶଙ୍କ ସଂଗୀନ ଅଭିଯୋଗ, ରୋକିବାକୁ ଗଜପତି ମହାରାଜା ଓ ମୁଖ୍ୟ ପ୍ରଶାସକଙ୍କୁ ଚିଠି, ନହେଲେ ଚରମ ନିଷ୍ପତ୍ତି ଧମକ
ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା