Advertisment

ଜଗା ଦର୍ଶନ ପାଇଁ ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ

author-image
Prangyan Parimita
Former President Ramnath Kovind

Former President Ramnath Kovind

ଭୁବନେଶ୍ୱର କାର୍ଯ୍ୟକ୍ରମ ସାରି ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ତଥା ୱାନ ନେସନ ୱାନ ଇଲେକନସନ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ପ୍ରଥମେ ପୁରୀ ରାଜଭବନରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ ନେବେ। ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବେ।

Advertisment

ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରି ପୁର୍ନବାର ରାଜଭବନ ଅଭିମୁଖେ ବାହାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ତେବେ ରାମନାଥ କୋବିନ୍ଦଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ। କେବଳ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି ପୁରୀ ଏସପି ବିଶାଲ୍ ସିଂହ।...

ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ୱାନ ନେସନ ୱାନ ଇଲେକନସନ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ । ଏକ ଘରୋଇ ୟୁନିଭରସିଟିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି । ସେପ୍ଟେମ୍ବର ୨୩ରେ ୱାନ ନେସନ ୱାନ ଇଲେକସନରର ପ୍ରଥମ ବୈଠକ ହେବ ବୋଲି ଭୁବନେଶ୍ୱରରେ ପହଞ୍ଚି ସେ କହିଛନ୍ତି । ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ସେଥିପାଇଁ ଏକ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷ ହେଉଛନ୍ତି ରାମନାଥ କୋବିନ୍ଦ। ...

Advertisment
Puri Ram Nath Kovind
Advertisment
Advertisment