ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା।
କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ , ୨୦୧୯ ଓ ୨୦୨୪ ଅର୍ଥାତ ମୋଟ ୭ଥର ସାଂସଦ ଭାବେ ନିର୍ବଚିତ ହୋଇଛନ୍ତି ।
ପାଣ୍ତିଆନ୍ଙ୍କ ପାଇଁ ମୁଣ୍ଡନ ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ। ମୁଣ୍ଡନ ସହ ଭୋଗ ବଣ୍ଟନ କଲେ।
ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା ।
ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ରହିଛି। ଏହାରି ଭିତରେ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି।
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ ।
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା।ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍। ପୀଢି ପରେ ପୀଢି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗିଦେଇଛନ୍ତି କିଛି ନବାଗତ।
୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।
ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।
ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।
୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।
ଦଳର ଶୋଚନୀୟ ପରାଜୟ ପରେ ଏବେ ମୁହଁ ଖୋଲୁଛନ୍ତି, ଆଗରୁ କାହିଁକି ଚୁପ୍ ରହୁଥିଲେ ବୋଲି କହିଛନ୍ତି ଅରିନ୍ଦମ।
ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ତାପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଉଛି ।
ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିରାଡ଼ି ବୈଷ୍ଣବ ଉପାଖ୍ୟାନ ଦେଇଛନ୍ତି । କହିଛନ୍ତି, ୬ ମାସିଆ ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ ।
ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।
ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ।
ଓଡ଼ିଶା ବିଧାନସଭାର ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି ।
ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।
ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।
ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ ।
ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍ର ସମ୍ମୁଖୀନ ହେବାଆକୁ ପଡ଼ିଛି।
୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।
ଓଡ଼ିଶା ବିଧାନସଭା ଦେଖିବ ୮୨ ନୂଆ ବିଧାୟକଙ୍କ ମୁହଁ । ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ସାଧାରଣ ଜନତାଙ୍କ ସମସ୍ୟାକୁ ଉଠାଇବେ ! ସମାଧାନ କରିବାକୁ ପକ୍ଷ ରଖିବେ । ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି ।