Advertisment

ସୁକାନ୍ତଙ୍କ ବିରାଡ଼ି ବୈଷ୍ଣବ ଉପାଖ୍ୟାନ; କହିଲେ ସବୁ ସ୍ୱାର୍ଥ ପାଇଁ, ୬ ମାସିଆ ଅବସର ଅପ୍ରାସଙ୍ଗିକ

ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିରାଡ଼ି ବୈଷ୍ଣବ ଉପାଖ୍ୟାନ ଦେଇଛନ୍ତି । କହିଛନ୍ତି, ୬ ମାସିଆ ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ ।

author-image
Sonali Ojha
ଅଦ୍ୟତନ ହୋଇଛି
Sukanta Panigrahi Says Over Achyuta Samanta Retirement

Sukanta Panigrahi

ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିରାଡ଼ି ବୈଷ୍ଣବ ଉପାଖ୍ୟାନ ଦେଇଛନ୍ତି । କହିଛନ୍ତି, ୬ ମାସିଆ ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ । ସ୍ବାର୍ଥ ପୂର୍ତ୍ତି ନହେଲେ ସନ୍ନ୍ୟାସ ନେଇଯିବା ଠିକ୍ ନୁହେଁ ।

Advertisment

ଗତକାଲି ପ୍ରତ୍ୟକ୍ଷ ରାଜନୀତିରୁ ଓହରିବା ନେଇ ଘୋଷଣା କରିଥିଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଗତକାଲି ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ। ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜ ସେବା ପୂର୍ବପରି ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ସେ କହିଥିଲେ । ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଛନ୍ତି ଅଚ୍ୟୁତ ସାମନ୍ତ ।

ଅଧିକ ପଢ଼ନ୍ତୁ: କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ସୁରେଶ କହିଲେ ଏମିତି...

୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ କନ୍ଧମାଳର ଲୋକସଭା ସାଂସଦ ଥିଲେ । ୨୦୨୯ରେ ଅଚ୍ୟୁତ ବିଜେପିର ଖାରବେଳ ସ୍ୱାଇଁଙ୍କୁ ୧ଲକ୍ଷ ୪୯ ୨୧୬ ଭୋଟରେ ହରାଇଥିଲେ । ସେହିପରି ୨୦୨୪ରେ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କ ଠାରୁ ୨୧ ହଜାର ଭୋଟରେ ହାରିଯାଇଛନ୍ତି । ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ୨୦ଟି ସଂସଦୀୟ କ୍ଷେତ୍ରରେ ଜିତି ରେକର୍ଡ ସୃଷ୍ଟି କରିଥିବା ବେଳେ ବିଜେଡି ଖାତା ଖୋଲି ପାରିନଥିଲା।

Advertisment

ସେହିପରି, ଭିକେ ପାଣ୍ଡିଆନ ରାଜନୀତିରୁ ଅବସର ପ୍ରସଙ୍ଗକୁ କଟାକ୍ଷ କରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି, ଯେଭଳି ଭିକାରୀର ବୈରାଗ୍ୟ ଅର୍ଥହୀନ ଠିକ୍ ସେହିଭଳି ରାଜ୍ୟରେ ତାଙ୍କର କୌଣସି ସ୍ଥିତି ନାହିଁ । ବିଜେଡିର ଶୋଚନୀୟ ପରାଜୟ ପରେ ସକ୍ରିୟ ରାଜନୀତିରୁ ଅବସର ନେଇ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଥିଲେ ଭିକେ ପାଣ୍ଡିଆନ ।

ସେପଟେ ଖୁବଶୀଘ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ହେବ। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି ବିଧାୟକ ସୁରେଶ ପୂଜାରୀ।

ଅଧିକ ପଢ଼ନ୍ତୁ: ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

BJP General Election 2024
Advertisment
Advertisment