Advertisment

ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ; ଏବେ ବି ସିଏମ୍ ଫେସକୁ ନେଇ ସସପେନ୍ସ...

୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Who will be next CM of Odisha?

୧୨ ତାରିଖ ଅପରାହ୍ଣ ୫ଟାରେ ଓଡିଶାରେ ଶପଥ ନେବ ପ୍ରଥମ ବିଜେପି ସରକାର। ଏଥିପାଇଁ ଶପଥ ସମାରୋହରେ ଯୋଗ ଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ। ପ୍ରଧାନମନ୍ତ୍ରୀ ମୋଦି ସେହି ଦିନ ସାଢ଼େ ଦୁଇଟାରେ ଭୁବନେଶ୍ବର ପହଞ୍ଚିବା ପରେ ଅପରାହ୍ଣ ୪ଟା ୪୫ରେ ଜନତା ମୈଦାନରେ ହେବାକୁ ଥିବା ଉତ୍ସବ ସ୍ଥଳରେ ପହଞ୍ଚିବେ। ଶପଥଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏଯାଏଁ ସିଏମ ଫେସକୁ ନେଇ ସସପେନ୍ସ ଲାଗି ରହିଛି।କେନ୍ଦ୍ରୀୟ ପ୍ରର୍ଯ୍ୟବେକ୍ଷକ ଓଡିଶା ଆସି ଆସନ୍ତାକାଲି ବିଧାୟକ ଦଳ ବୈଠକ କରିବା ପରେ ସ୍ପଷ୍ଟ ହେବ ନାଁ।

Advertisment

ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଶପଥଗ୍ରହଣ ସମାରୋହରେ ଯୋଗ ଦେବାକୁ ୧୨ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅପରାହ୍ଣ ୫ଟାରେ ଶପଥଗ୍ରହଣ ଉତ୍ସବ। ତେଣୁ ତା ପୂର୍ବରୁ ସାଢ଼େ ଦୁଇଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ। ସେଠୁ ବାହାରି ୪ଟା ୪୫ରେ ଜନତା ମୈଦାନରେ ପହଞ୍ଚିବେ। ମଞ୍ଚ ପ୍ରସ୍ତୁତ। ହେଲେ ଏବେ ବି ଅପେକ୍ଷା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ। ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାବାଦ୍ ବିଜେପିର ପ୍ରଥମ ସରକାର ଆଉ ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକଙ୍କୁ ଗୁରୁତ୍ବ ମିଳୁଛି ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି। ମନ୍ତ୍ରୀ ରେସରେ ହେଭିୱେଟ ଭାବେ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ଗୁଡିକ ହେଲା- ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ। ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ। 

Advertisment

ଏବେ ସମସ୍ତଙ୍କ ନଜର ଆସନ୍ତାକାଲି ବସିବାକୁ ଥିବା ବିଜେପି ବିଧାୟକ ଦଳ ବୈଠକ ଉପରେ।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଓଡ଼ିଶା ଆସିବା ପରେ ବିଧାୟକ ଦଳ ବୈଠକରେ ଯୋଗ ଦେବେ। ଆଉ ଏଇ ବୈଠକରେ ହିଁ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ। 

ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି। ଜନତା ମୈଦାନ୍ ପ୍ରସ୍ତୁତ। ସୁରକ୍ଷାକୁ ନେଇ ଆଜି ପୋଲିସ ସେବା ଭବନରେ ମାରାଥନ ବୈଠକ କରି ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ୍। ଉତ୍ସବକୁ ଆସୁଥିବା ଭିଭିଆଇପିଙ୍କ ପାଇଁ ବିମାନ ବନ୍ଦରଠୁ ନେଇ ରାଜଭବନ ଏବଂ ଜନତା ମୈଦାନ ପର୍ଯ୍ୟନ୍ତ ସବୁଠି ରହିବ ପୁଲିସ ଛାଉଣୀ। ସିସିଟିଭି ନଜରରେ ରହିଛି ପୁରା ଜନତା ମୈଦାନ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅନ୍ୟପଟେ ଆଜି ଶପଥ ଗ୍ରହଣ ଉତ୍ସବ ସ୍ଥଳରେ ଆଜି ଭୂମି ପୂଜା ହୋଇଛି। ଏହା ସହ ଶପଥ ଗ୍ରହଣ ଦିନ ନିଜ ଘରେ ଦୁଇଟି ଲେଖାଏଁ ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ବିଜେପି। 

BJP Chief Minister
Advertisment
Advertisment