• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଓଡ଼ିଶା ବିଧାନସଭା ଦେଖିବ ୮୨ ନୂଆ ବିଧାୟକଙ୍କ ମୁହଁ । ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ସାଧାରଣ ଜନତାଙ୍କ ସମସ୍ୟାକୁ ଉଠାଇବେ ! ସମାଧାନ କରିବାକୁ ପକ୍ଷ ରଖିବେ । ମୋଟ୍‌ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ବିଧାନସଭା ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି । ବିଧାନସଭାକୁ ପ୍ରଥମ ଥର ଯିବାକୁ ପ୍ରସ୍ତୁତ ହେଉଛନ୍ତି ୮୨ ଜଣ ବିଧାୟକ, ଯିଏ କି ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । 

ଗତ ୪ ତାରିଖରେ ଆସିଥିବା ଫଳାଫଳ ସତେ ଯେମିତି ପୂରା ଦେଶକୁ ଚମକାଇ ଦେଇଛି । ଓଡ଼ିଶାର ଲୋକ ପୁରୁଣା ଓ ଅଭିଜ୍ଞ ନେତାଙ୍କୁ ନୁହେଁ, ବରଂ ନୂଆ ଓ ଯୁବ ଚେହେରାଙ୍କୁ ଏଥର ସୁଯୋଗ ଦେଇଛନ୍ତି ।  ଯାହାକୁ ନେଇ ବରିଷ୍ଠ ରାଜନେତା ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେହିଭଳି ୨୧ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ନୂଆ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । 

ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟରେ ଜିତିଥିବା ବିଜେପିର ନୂଆ ଚେହେରା ବିଜେଡିର ପୁରୁଣା ଓ ଅଭିଜ୍ଞ ରାଜନେତାମାନଙ୍କୁ ପରାସ୍ତ କରିଛନ୍ତି । ବିଜେପି ଜିତିଥିବା ୭୮ ଆସନ ମଧ୍ୟରେ ୫୨ ଜଣ ରହିଛନ୍ତି ନୂଆ ବିଧାୟକ । ଯାହାକି ଦଳର ମୋଟ୍‌ ୬୭ ପ୍ରତିଶତ । ଆଶ୍ଚର୍ଯ୍ୟକର କଥା ହେଉଛି ପ୍ରଥମ ଥର ପାଇଁ କାଣ୍ଟାବାଞ୍ଜିର ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବ୍ୟାଗ, ୧୬,୩୪୪ ଖଣ୍ଡ ଭୋଟ ବ୍ୟବଧାନରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ବିଧାନସଭାକୁ ଆସିବାକୁ ଯାଉଛନ୍ତି । 

ମହାକାଳପଡ଼ାର ହେଭିୱେଟ୍‌ ନେତା ଅତନୁ ସବ୍ୟସାଚୀଙ୍କୁ ହରାଇ ବିଜେପିର ଦୁର୍ଗା ପ୍ରସନ୍ନ ନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି କଂଗ୍ରେସ ଜିତିଥିବା ୧୪ ବିଧାନ ସଭା ଆସନରେ ରହିଛନ୍ତି ୯ଜଣ ନୂଆ ଚେହେରା । ଯିଏ କି ପ୍ରଥମ ଥର ବିଧାୟକ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି । ସେହିପରି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ୩ଜଣ ବିଧାୟକ ମଧ୍ୟ ନୂଆ ମୁହଁ । ଯିଏ କି ଦେବୀ ମିଶ୍ର ଓ ପ୍ରଣବ ବଳବନ୍ତରାୟଙ୍କ ପରି ବିଜେଡିର ହେଭିୱେଟ୍‌ଙ୍କୁ ହରାଇଛନ୍ତି । 

ବିଧାନସଭାର ୫୧ ଆସନ ଜିତି ବିରୋଧୀ ଆସନ ପାଇଛି ବିଜେଡି । ହେଲେ ବିଜେଡି ସମସ୍ତ ବିଧାୟକଙ୍କ ମଧ୍ୟରୁ ୬୫ ପ୍ରତିଶତ ଆସନ ଅଭିଜ୍ଞ ନେତାଙ୍କୁ ଦେଇଛି । ପୂର୍ବରୁ ରାଜ୍ୟରେ ତୃତୀୟ ଦଳ ଭାବେ ଛିଡା ହୋଇଥିଲା ବିଜେପି । ହେଲେ ୨୦୧୯ ନିର୍ବାଚନରେ ମୋଦି ଲହର ବିଜେପିକୁ ଦ୍ୱିତୀୟ ସ୍ଥାନକୁ ଆଣି ବିରୋଧୀ ଆସନରେ ବସାଇଥିଲା । ଆଉ ଚଳିତ ବର୍ଷ ୨୪ ନିର୍ବାଚନରେ ମୋଦି ମହାବାତ୍ୟା ବିଜେଡିକୁ ଧରାଶାୟୀ କରି ଶାସକ ଦଳ ଭାବେ ଉଭା କରିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now