• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏହି ଅବସରରେ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ’ କରି ଯିବେ ପ୍ରଧାନମନ୍ତ୍ରୀ। ରୋଡ୍ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ପହଞ୍ଚିବେ। ଏହାପୂର୍ବରୁ ନିର୍ବାଚନ ପ୍ରଚାରକୁ ଆସି ଭୁବନେଶ୍ବରରେ ବିଶାଳ ରୋଡ୍ ସୋ’ କରିଥିଲେ ମୋଦି।

ଅନ୍ୟପଟେ ଆଜି ବଦଳିଛି ଶପଥ ସମାରୋହ ତାରିଖ । ଆସନ୍ତା ୧୦ ତାରିଖ ନୁହେଁ, ୧୨ରେ ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ଏନେଇ ବିଜେପି ପକ୍ଷରୁ ସୂଚନା ମିଳିଛି ।  

ଏପଟେ ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡ଼ାଟା ଯାଞ୍ଚ ଆରମ୍ଭ ହୋଇଛି।

 ମନ୍ତ୍ରୀ ହେବାର ଆଧାର ରହିଛି ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବା, ପ୍ରଶାସନିକ ଦକ୍ଷତା, ଲୋକସଂପର୍କ ଆଧାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ।

 

OTV is now on Whatsapp

Join and get latest news update delivered to you via whatsapp

Join Now