• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjd-join
ବିଜେଡିରେ ଯୋଗ ଦେଲେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟ

ପଦମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପସଭାପତି ବିଜେଡିରେ ମିଶିଛନ୍ତି। ଗତକାଲି ବରଗଡ଼ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ମିଶିଛନ୍ତି। ଗତ ଗୁରୁବାର ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲା ବିଜେପି ଉପସଭାପତି ପ୍ରଶାନ୍ତ କୁମାର ମାଝୀ ଦଳରୁ ଇସ୍ତଫା ଦେଇଥିଲେ। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ। ବରଗଡ଼ ଜିଲ୍ଲା ପରିଷଦ ବିଜେପି […]

  • Tuesday, 20 July 2021
bjd
ବିଜେଡି ଛାଡ଼ିଲେ ସାଂସଦ ଅର୍ଜୁନ ଚରଣ ସେଠୀ

ଭୁବନେଶ୍ୱର: ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ଦଳରୁ ଇସ୍ତଫା ଦେବା ସହ ବିଷୋଦଗାର କରିଛନ୍ତି। ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍‌ ଦିଆ ନଯିବା ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ପୁଅ ଅଭିମନ୍ୟୁଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ହେଲେ ଏନେଇ ଦଳର ହାଇକମାଣ୍ଡଙ୍କଠାରୁ କୌଣସି ପ୍ରତିଶ୍ରୁତି ନମିଳିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଯୋଗ୍ୟତା ନଥିବା […]

  • Tuesday, 20 July 2021
puri
ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ପୁରୀ ଜିଲ୍ଲା କଂଗ୍ରେସର ବିରୋଧ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅରୋପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ଜିଲ୍ଲା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଙ୍କ ସହ ଅନ୍ୟ ନେତା ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବଦଳାଇବାକୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦେଶ କଂଗ୍ରେସ ମୁଖପାତ୍ର […]

  • Tuesday, 20 July 2021
bjp
ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବିଶ୍ୱନାଥ ବେହେରା ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। କାର୍ଯ୍ୟରତ ପୁଲିସ୍ ଅଧିକାରୀ ଓ ତାଙ୍କ ସହ ଦୁର୍ବବ୍ୟହାର ସହ ଗାଳିଗୁଲଜ କରିଥିବା ଅଭିଯୋଗରେ ସେ ଏତଲା ଦେଇଛନ୍ତି। ଏହି ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ଓ […]

  • Tuesday, 20 July 2021
BJD
ବିଜେଡିରେ ମିଶିଲେ ଭାଗିରଥୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସ ଆସି ସେ ବିଜେଡିରେ ମିଶିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଗିରଥୀଙ୍କୁ ବିଜେପି ଆନନ୍ଦପୁରରୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ସେ ବିଜେପିରୁ ଟିକେଟ୍‌ ନେଇ ବିଜେଡିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

  • Tuesday, 20 July 2021
modi
ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦି

ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଜୟପୁର ଗସ୍ତରେ ଆସି ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର  ବେଶ୍‌ ଶାଣିତ ଥିଲା ମୋଦିଙ୍କ ସ୍ୱର। ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର […]

  • Tuesday, 20 July 2021
Congress-Bhawan
୨୦ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ୭ ଲୋକସଭା ଓ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀମାନେ ହେଲେ ତେଲକୋଇରୁ ମୋହନ ହେମ୍ବ୍ରମ୍,ପାଟନାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ,ଉଦଳାରୁ ବେଣୁଧର ମହାପାତ୍ର,ବାରିପଦାରୁ ଦଶରଥ ସିଂ,ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ଜେନା,ସୁକିନ୍ଦାରୁ ଶରତ […]

  • Tuesday, 20 July 2021
satya
ପୁରୀରୁ ସତ୍ୟପ୍ରକାଶ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ

ଭୁବନେଶ୍ୱର: ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ପିସିସି ମିଡିଆ ସେଲ୍  ମୁଖ୍ୟ ସତ୍ୟପ୍ରକାଶ ନାୟକ। ସେହିପରି ଢେଙ୍କାନାଳରୁ ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂଦେଓ। କେନ୍ଦ୍ରାପଡାରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ। ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ […]

  • Tuesday, 20 July 2021
JAYPANDA
ନବୀନଙ୍କୁ ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର: ଗତକାଲି ଆଉ ୯ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କୁ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲା ବେଳେ ନବୀନ କହିଥିଲେ ଯେ ତାଙ୍କ (ଅନୁଭବ ମହାନ୍ତି) ପାଖରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ, ଯେମିତିକି ଦୁଇ ଦୁଇଟି […]

  • Tuesday, 20 July 2021
BJP
‘ମୈଦାନ ପ୍ରସ୍ତୁତ, ଏଥର ନବୀନ ନିଶ୍ଚୟ ହାରିବେ’

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,“ ମୈଦାନ ପ୍ରସ୍ତୁତ ରହିଛି ଏବଂ ଏଥର ନବୀନ ନିଶ୍ଚୟ ହାରିବେ।” ଅରୁଣ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି, “ସେ ଥକି ଗଲେଣି।  ତେଣୁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଧରି ଶାସନ ଚଳାଇଛନ୍ତି। ଚଳିତ ବର୍ଷ ସାଧାରଣ […]

  • Tuesday, 20 July 2021
BJD
ଅଧ୍ୟକ୍ଷ ପଦ ଛାଡ଼ିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମୋହନା ବିଧାନସଭା ଆସନ ପାଇଁ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଶୃଙ୍ଖଳା ରକ୍ଷା କରିବା ଏବଂ ପରିବାର ରାଜନୀତିର ଅଭିଯୋଗ ନଆସିବା ପୂର୍ବରୁ ସେ ସ୍ୱଇଚ୍ଛାରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।  ପଦବୀ ଛାଡ଼ିବା ପରେ ଦଳର […]

  • Tuesday, 20 July 2021
bjd
ଶଙ୍ଖ ଧରିଲେ ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହା ସହ ଢେଙ୍କାନାଳର କିଛି କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି।

  • Tuesday, 20 July 2021
modi
ଆସନ୍ତାକାଲି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀଶଙ୍କର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ଆରମ୍ଭ କରୁଥିବାରୁ ସାଧାରଣରେ ବେଶ୍ ଉତ୍ସାହ ଦେଖାଦେଇଛି। ସକାଳ ସାଢ଼େ ୯ଟାରେ ମୋଦି ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ।  ଏହାପରେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

  • Tuesday, 20 July 2021
election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪  ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। […]

  • Tuesday, 20 July 2021
congress
ବଲାଙ୍ଗିରରେ ନରସିଂହ ମିଶ୍ରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥିୀ ନରସିଂହ ମିଶ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି। ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ନରସିଂହ ଫୁଲ୍ ଦମ୍‌ରେ ଲାଗି ପଡ଼ିଛନ୍ତି। ଗତକାଲି ଅପରାହ୍ନରେ ନାମାଙ୍କନପତ୍ର ଦାଖଲ ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଦଳ କ୍ଷମତାକୁ ଆସିଲେ କ’ଣ କରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତି ୮ଟାରେ ବାପ, ପୁଅ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ। ଏଥର […]

  • Tuesday, 20 July 2021
ctc
ବିଜେଡିରେ ଟିକେଟ୍‌ କଳି: ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ନବୀନ ନିବାସରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଚୟନ କସରତ ଲାଗି ରହିଥିବାବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଆଗରେ ଟିକେଟକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଠେଲାପେଲା ହୋଇଛନ୍ତି। ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତାରେ ବସି ରହିଛନ୍ତି। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଛି।

  • Tuesday, 20 July 2021
congress
ରାଜ୍ୟ କଂଗ୍ରେସର ଷ୍ଟାର୍ କ୍ୟାମ୍ପେନର ତାଲିକାରେ ନାହାନ୍ତି ଜଣେ ହେଲେ ବି ମହିଳା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ଓଡ଼ିଶାରେ କେହି ମହିଳା ଷ୍ଟାର୍ କ୍ୟାମ୍ପେନର ନାହାନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୪୦ ଜଣିଆ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନଙ୍କ ସମେତ ୧୭ଜଣ ଓଡ଼ିଆ ନେତାଙ୍କ ନାଁ ରହିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମହମ୍ମଦ ଆଝାରୁଦ୍ଦିନ, ନବଜ୍ୟୋତ ସିଂ ସିଦ୍ଧୁ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟ୍, […]

  • Tuesday, 20 July 2021
bjp
ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିଜେଡି ନେତା ଓ କର୍ମୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଓ ବିଜେଡି ନେତା ଶୁଭ୍ରାଂସୁ ଦାଶ ନିଜ ସମର୍ଥନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବଲାଙ୍ଗିର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରାଙ୍କ ଉପସ୍ଥିତିରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଏହି ଅବସରରେ ଘଣ୍ଟାସୁନି ମନ୍ଦିର […]

  • Tuesday, 20 July 2021
congress
ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ନଳିନୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକଂପା ପ୍ରମାଣିତ କରିଛି ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ […]

  • Tuesday, 20 July 2021
bjp
ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଜେପି ଆଗରେ

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍‌କୁ ପଛରେ ପକାଇ ଦେଇଛି ବିଜେପି। ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ […]

  • Tuesday, 20 July 2021
noti
ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪  ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।  […]

  • Tuesday, 20 July 2021
bijya
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବି। ଏହାସହ ପ୍ରଧାନମନ୍ତ୍ରୀ […]

  • Tuesday, 20 July 2021
kjr
ଘଷିପୁରାରେ ରାଜନୈତିକ ହିଂସା: ନେତାଙ୍କ ଦୁଇ ହାତ କାଟି ହତ୍ୟା କଲେ ଦୁର୍ବୃତ୍ତ

ଆନନ୍ଦପୁର(ମୁନା ସିଂ): ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ଜଣେ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ଯାହାକୁ ନେଇ ବର୍ତ୍ତମାନ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ […]

  • Tuesday, 20 July 2021
bjp
ବିଜେପୁରରେ ନବୀନଙ୍କୁ ମୁକାବିଲା କରିବେ ବିଜେପିର ସନତ

ଭୁବନେଶ୍ୱର: ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇଛି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ୍‌ ଦେଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ […]

  • Tuesday, 20 July 2021
congress
ପଦମପୁର କଂଗ୍ରେସରେ ଫାଟ

ପଦମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ବିରୋଧ କରିଛନ୍ତି ଦଳର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଜରାଜ ସିଂ ପୁଟା। ଗଜରାଜଙ୍କୁ ଟିକେଟ୍ ଦିଆଯାଇ ନଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଭବିଷ୍ୟତରେ ସେ ଅନ୍ୟ ଦଳକୁ ଯିବେ ନା ସ୍ୱାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିବେ, ସେ ସମ୍ପର୍କରେ ସମର୍ଥକଙ୍କ ସହ ଆଲୋଚନା କରିବା […]

  • Tuesday, 20 July 2021