• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Assembly
ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା, ବିଧାନସଭାରେ ସଂକଳ୍ପ ପାରିତ

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ।

priyanka
ୟୁପି ବିଧାନସଭାରେ ଟିକେଟ୍‌ ମିଳିବ କାହାକୁ? କାଲି ଗୁପ୍ତ ବୈଠକ କରିବେ ପ୍ରିୟଙ୍କା

ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍‌ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍‌ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

BJP Pressmeet
ମୁଖ୍ୟମନ୍ତ୍ରୀ ବିଧାନସଭାର ଗରିମାକୁ ହତ୍ୟା କରୁଛନ୍ତି: ବିଜେପି

୫ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବକୁ କଂଗ୍ରେସର ସହାୟତା ନେଇ କରେଇ ଦେଲେ ନାହିଁ ଶାସକ ଦଳ। ୫ଟି ମୁଲତବି ପ୍ରସ୍ତାବ ଆଣିଥିଲା ବିଜେପି, ମାତ୍ର କଂଗ୍ରେସ ବାଧକ ସାଜିଲା। କଂଗ୍ରେସ ହେଉଛି ବିଜୁ ଜନତା ଦଳର ବି ଟିମ୍ ବୋଲି ବିଜେପି କହିଛି। କାଲିଠୁ ଖଣି ଦୁର୍ନୀତି ଆସିଛି, ବାଚସ୍ପତି ଆଲୋଚନା ଅଗ୍ରାହ୍ୟ କରିଦେଲେ।

Prasant
ପ୍ରଶାନ୍ତଙ୍କ ପରେ ମନ୍ତ୍ରୀ ପ୍ରତାପଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ?

ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Congress Leader Narasingha Mishra
ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ବିଜେଡି: କଂଗ୍ରେସ ନେତା ନରସିଂହ ମିଶ୍ର

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ କରୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

dushmanta
ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣା : ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ବିଜେପିର ସମାଲୋଚନା

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମାଲୋଚନା । ଦୁଷ୍ମନ୍ତ ବହୁବାର ସରକାରଙ୍କୁ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ତା’ର ଦୁଃଖ ଶୁଣିବାର ଆବଶ୍ୟକତା ଥିଲା

Winter-session-of-Odisha-Assembly
ଦୁଷ୍ମନ୍ତଙ୍କ ମୃତ୍ୟୁ , ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ପ୍ରସଙ୍ଗ ଏବଂ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

Bhubaneswar Club
କିଏ ହେବ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ : ଦୌଡରେ ବିଜୟ ଓ ଅସୀତ

ପ୍ରିୟବ୍ରତଙ୍କ ପରେ କିଏ ହେବେ ସଂଭ୍ରାନ୍ତ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ? ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଛି ଭୁବନେଶ୍ୱର କ୍ଲବର ସଭାପତି ପଦ। ସେହିଭଳି ଅନ୍ୟାନ୍ୟ ପଦବୀ ପୂରଣ ଲାଗି କ୍ଲବ୍‌ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା। ତେବେ ଏଥର ସଭାପତି ଦୌଡ଼ରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସୀତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହେଉଥିବାରୁ ଏହାକୁ ନେଇ ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି।

MLA Prashant Jagdev
ବିଜେଡ଼ିରୁ ନିଲମ୍ବନ ହେଲେ ପ୍ରଶାନ୍ତ ଜଗଦ୍ଦେବ

ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି

Assembly
ବିଧାନସଭାରେ ପାସ୍‌ ହେଲା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌: ୫୦% ମଧ୍ୟରେ ରହିବ ସଂରକ୍ଷଣ

ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌ । ବିଲ୍‌ ଅନୁସାରେ ମୋଟ୍‌ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବା ନେଇ ସୂଚନା ମିଳିଛି।

Odisha Assembly
ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା।

Dharmendra Pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ୱ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି । ପୁଣି ଥରେ ଉତ୍ତରପ୍ରଦେଶକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ​​ ଚକ୍ରବ୍ୟୁହ ରଚନା କରୁଛି ବିଜେପି । ଏଥିପାଇଁ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ବୁଧବାର ଦିନ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ, ସହ-ପ୍ରଭାରୀ ଓ ଏବଂ ସଂଗଠନ ପ୍ରଭାରୀ ନିଯୁକ୍ତ କରାଯାଇଛି

odisha assembly
ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।  

Odisha Police
ରାଜ୍ୟରେ ୧୧ ହଜାର ପୋଲିସ ପଦବୀ ଖାଲି

ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। 

Odisha Assembly
ଆସନ୍ତା ବର୍ଷଠୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ଆସନ୍ତା ବର୍ଷଠୁ ସୁନ୍ଦରଗଡ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏ ନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଛନ୍ତି। ସେ କହିଛନ୍ତି, ‘୨୦୨୨-୨୩ରୁ ଆଡମିଶନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

Odisha Assembly
ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ

ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। 

BJP Alleges Corruption OCAC
CCTV ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ନେଇ ଅଭିଯୋଗ ଆଣିଲା ବିଜେପି

OCAC ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି। ବିଭିନ୍ନ ଥାନାରେ ଲାଗିବା ପାଇଁ ସିସିଟିଭି ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

Aparajita Sarangi
’ସମସ୍ତେ ମିଶି ବିକାଶର କଥା କହିବା ଆବଶ୍ୟକ’

ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି । ସମସ୍ତେ ସକାରାତ୍ମକ ରାଜନୀତି ଚାହୁଁଛନ୍ତି । ସମସ୍ତେ ଏବେ ମିଶି ବିକାଶର କଥା କହିବା ଆବଶ୍ୟକ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀରେ ପଂଚାୟତ ଏବଂ ଏହାର ୨ ମାସ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ରାଜନୈତିକ ଦଳଗୁଡ଼ିକ କାମ ଆରମ୍ଭ କରିଛନ୍ତି ।

  • Monday, 06 September 2021
Pipili
ସରଗରମ ପିପିଲି ରାଜନୈତିକ ବଜାର: ଚା’ ଖଟିରେ ଚାଲିଛି ନିର୍ବାଚନ ପ୍ରଚାର

କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।

PMAY Scam
ଭଙ୍ଗା କୁଡ଼ିଆରେ ଭିନ୍ନକ୍ଷମ ଦମ୍ପତି, ଭାଗ୍ୟରେ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ

ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ।

Pipili By Election
ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ହେଲେ ପିପିଲି ଆସନ ହାତେଇବ କିଏ?

ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।

mamata banerjee
ମମତା ବାନାର୍ଜୀଙ୍କ ବିଧାନସଭା ପହଞ୍ଚିବା ରାସ୍ତା ସଫା : ପଶ୍ଚିମବଙ୍ଗରେ ୩ଟି ସିଟରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ପହଞ୍ଚିବା ରାସ୍ତା ସଫା ହୋଇଯାଇଛି । ପଶ୍ଚିମବଙ୍ଗର ଖାଲି ପଡ଼ିଥିବା ବିଧାନସଭା ଆସନ ମଧ୍ୟରୁ ତିନୋଟି ଏବଂ ଓଡିଶାରେ ଗୋଟିଏ ଆସନରୁ ସେପ୍ଟେମ୍ବର ୩୦ରେ ଉପ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ସେହିପରି ଓଡ଼ିଶାର ପିପିଲି ସିଟରୁ ଉପନିର୍ବାଚନ କରାଯିବ ବୋଲି ଘୋଷଣା ହୋଇଛି ।

election
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।

Assembly
୩ ଦିନ ହଙ୍ଗାମା ପରେ ସ୍ୱାଭାବିକ ହେଲା ବିଧାନସଭା, ରାଜ୍ୟରେ ଖୋଲିବ ୨୪ଟି ନୂଆ ITI କଲେଜ

ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ।

BJP Team At Balangir
ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ BJP

ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।