• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : କଳଙ୍କିତ ମନ୍ତ୍ରୀଙ୍କୁ ପବିତ୍ର ବିଧାନସଭାରେ ପ୍ରବେଶ କରାଇ ଦେବୁନାହିଁ । ପୂର୍ବରୁ କଂଗ୍ରେସ ଦଳ ଏପରି ନିଷ୍ପତ୍ତି ନେଇଥିଲା । ଆଉ ଆଜି ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ନିଜ ନିଷ୍ପତ୍ତିରେ ଅଟଳ ରହିଛି ଦଳ । ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଥିବା ମନ୍ତ୍ରୀଙ୍କୁ ଗୃହରେ ପ୍ରବେଶ କରାଇ ନଦେବା ପାଇଁ ଏହା ପୂର୍ବରୁ ଜନସାଧାରଣଙ୍କ ସମେତ କଂଗ୍ରେସ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । କେବଳ କଂଗ୍ରେସ ନୁହଁ ମମିତା ମେହେରଙ୍କ ବାପା ସିଧାସଳଖ ଭାବେ ମଧ୍ୟ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ରାତି ଆସୁଥିଲେ, ଆଉ କଲେଜରେ ଘଣ୍ଟା ଘଣ୍ଟା ରହୁଥିଲେ ମନ୍ତ୍ରୀ । ଝିଅ ମାନଙ୍କୁ ଯୋଶ ଚଢ଼ାଉଥିଲେ, ଏବଂ ସେ ୟଙ୍ଗ୍ ହୋଇଯାଉଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ରାଜ୍ୟରେ ଏତେ ବଡ଼ ସମ୍ବେଦନଶୀଳ ଘଟଣା ଘଟିଯାଇଥିଲେ ସୁଦ୍ଧା ସେକ୍ସ ସ୍କାଣ୍ଡାଲ ବାବଦରେ ତଦନ୍ତ କରାଯାଉ ନାହିଁ । କେବଳ ମମିତା ହତ୍ୟା ମାମଲାରେ ଇନଭେଷ୍ଟିଗେସନ୍ ହେଉଛି । ଅଧା ଘଟଣାକୁ ଚପାଇ ଦିଆଯାଉଛି । ବାରମ୍ବାର ମମିତା ହତ୍ୟାରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଉ କିମ୍ବା ବରଖାସ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ଦୁଃଖର କଥା ମୁଖ୍ୟମନ୍ତ୍ରୀ ଏକଥା ଶୁଣିଲେ ନାହିଁ । ସେଥିପାଇଁ ଆଜି ଅପବିତ୍ର ମନ୍ତ୍ରୀଙ୍କୁ ପବିତ୍ର ବିଧାନସଭାରେ ବର୍ଜିତ କରାଯାଇଛି । ମନ୍ତ୍ରିମଣ୍ଡଳରୁ ସେ ରିଜାଇନ୍ ନକରିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ । ଆଠ ଜଣ ବିଧାୟକ ଦୁଇଟି ଗେଟ୍‌ରେ ଚାରି ଚାରି ଜଣ ଜଗିଛୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ତେବେ ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାକୁ ଥିବା ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି । ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ମହମ୍ମଦ ମୋକିମଙ୍କ ସହ ଅନ୍ୟ ବିଧାୟକ ।