ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I
Published: Satyendu Shekher Mishra
Last updated: 01 December 2021, 10:32 PM IST
ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।